
କେନ୍ଦ୍ରାପଡା,୧୨ା୧୧: ଗହୀର ମଥା କଇଁଛ ସୁରକ୍ଷା ସମିତିର ଆହ୍ୱାନରେ ପରିବେଷ ସୁରକ୍ଷା ଜୀବନ ରକ୍ଷା ସମ୍ପର୍କରେ ଏକ ଆଲୋଚନା ଚକ୍ର ସମିତିର ସଭାପତି ପ୍ରକୃତି ବନ୍ଧୁ ହେମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବରେ ବରିଷ୍ଠ ପରିବେଷ ବିଜ୍ଞାନୀ ଡଃ ମିହିର ପଟ୍ଟନାୟକ ଯୋଗଦାନ କରି କହିଲେ ଗହୀରମଥା ଲୁଣା ଜଙ୍ଗଲ କେନ୍ଦ୍ରାପଡା ଜିଲ୍ଲା ପ୍ରାକୃତିକ ପ୍ରାଚୀର ଆଉ ବାତ୍ୟା ସାମୁଦ୍ରିକ ଝଡରୁ କେନ୍ଦ୍ରାପଡାର ସୁରକ୍ଷା କବଚ ମହାବାତ୍ୟା -୧୯୯୯ରେ ଜଗତସିଂହ ପୁର ଜିଲ୍ଲାରେ ଯେତେ କ୍ଷୟକ୍ଷତି ଓ ଜୀବନ ହାନୀ ଘଟିଲା କେନ୍ଦ୍ରାପଡା ଜିଲ୍ଲା ହେନ୍ତାଳ ଜଙ୍ଗଲ ଯୋଗୁ ସୁରକ୍ଷିତ ରହିଲା । ସମ୍ମାନିତ ଅତିଥି ଭାବରେ ଓଡିଶୀ ମଞ୍ଚର ସଂପାଦକ ଦୀଲ୍ଲିପ ବିଶ୍ୱାଳ, ସମାଜ ସେବୀ ବାବାଜି ଧଳ, ଗୈାତମ ଜେନା, ସମ୍ପାଦକ ଶ୍ରୀଧର ଭୋଳ, ପ୍ରକୃତିବନ୍ଧୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁଭାଂଶୁ କୁମାର ଦାସ, ବାଲିଯାତ୍ରା ମହୋତ୍ସବ କମିଟିର ସଭାପତି ପ୍ରଦୀପ ଦାସ, ସମ୍ପାଦକ ସଂଜୟ କୁମାର ଜେନା, କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ, ଶରତ କୁମାର ରାଉତ, ନକୁଳ ପୃଷ୍ଟି, ଅନୁସ୍ୱୟା ସାମଲ ଯୋଗଦାନ କରି ବକ୍ତବ୍ୟ ଉପସ୍ଥାପନ କରିଥିଲେ । ମୁଖ୍ୟ ବକ୍ତାଭାବରେ ରେଭେନସା ବିଶ୍ୱବିଦ୍ୟାଳୟ ପ୍ରଫେସର ଶିବ ଶଙ୍କର ସାହୁ ଯୋଗଦାନ କରି ହେନ୍ତାଳ ପତ୍ରିକାକୁ ଉନ୍ମୋଚନ କରି କହିଲେ ହେନ୍ତାଳ ଜଙ୍ଗଲ ନରହିଲେ କେନ୍ଦ୍ରାପଡାର ଅନେକ ଅଞ୍ଚଳ ସାତଭାୟା ଆଉ ପେଣ୍ଠ ପରି ଅବସ୍ଥା ହେବ । ଏଣୁ ବ୍ୟାପକ ହେନ୍ତାଳ ବଣ ସୃଷ୍ଟି କରି ପ୍ରାକୃତିକ ସାମୁଦ୍ରିକ ପ୍ରାଚୀର ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ । ପଞ୍ଚାନନ ଗେରୁ ଧନ୍ୟବାଦ ଅର୍ପଣ କରିଥିଲେ । ମୃତ୍ୟୁଞ୍ଜୟ ସାହୁ, ପିତବାସ ବେହେରା, ରାଜୁ କୁବେର, ଧିରେନ୍ଦ୍ର ଦାସ, ଅଭିମନ୍ୟୁ ଗୋଚ୍ଛାୟତ, ଟୁଟୁ ଗେରୁ, ମଧୁସୂଦନ ଗେରୁ, ସତ୍ୟବ୍ରତ ସିଂହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।









