
କେନ୍ଦ୍ରାପଡା ୧୪/୧୧- ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ କାଳ କେନ୍ଦ୍ରାପଡ଼ା ଜିଲ୍ଲାରେ ଥେରାପି ସେବା, ଭିନ୍ନକ୍ଷମଙ୍କ ଅଧିକାର ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟ କରି ଆସୁଥିବା ପୁନର୍ବାସ ପକ୍ଷରୁ ଏକ ସ୍ୱତନ ଶିଶୁ ଥେରାପି କେନ୍ଦ୍ର ଆଜି କେନ୍ଦ୍ରାପଡ଼ା ସହରର ମ।ଧପୁର ସ୍ଥିତ ଅମର ଉଦ୍ୟାନ ମଣ୍ଡପରେ ଉଦ୍ ଘାଟିତ ହେ।ଇଯାଇଛି । ଏହି ଥେରାପି କେନ୍ଦ୍ରରେ ନିୟୋଜିତ ଥିବା ଫିଜିଓଥେରାପିଷ୍ଟ, ଅକ୍ୟୁପେଶନାଲ୍ ଥେରାଥେରାପିଷ୍ଟ, ସ୍ପିଚ ଥେରାପିଷ୍ଟ ଓ ସ୍ପେଶାଲ ଏଜୁକେଟର ପ୍ରମୁଖ ରହି ମସ୍ତିଷ୍କ ପକ୍ଷାଘାତ, ଚଳନ ଶକ୍ତି ବାଧିତ, ଅଟିଜିମ୍ ଓ ବିବିଧ ବିକାଶ ବାଧିତ ଶିଶୁଙ୍କୁ ଥେରାପି ସେବା ପ୍ରଦାନ କରିବେ। ମୂଖ୍ୟ ଅତିଥି କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆ.ର୍ ଆୟର, ଭାପ୍ରସେ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍ ଘାଟନ କରିଥିଲେ । ଅନ୍ୟ ବିଶିଷ୍ଟ ଅତିଥିମାନେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରଶାସକ ଦିଲ୍ଲୀପ ଚନ୍ଦ୍ର ନାୟକ, ବିଶିଷ୍ଟ ସମାଜସେବୀ ଲୋକପ୍ରିୟ ଚିକିତ୍ସାବିତ୍ ଡା. ବିଶ୍ୱ ପ୍ରକାଶ କାନୁନଗୋ, ବରିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡା. କିଶୋର ଚନ୍ଦ୍ର ମିଶ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା ପ୍ରମୁଖ ଯୋଗ ଦେଇ ଏହା ଜିଲ୍ଲାରେ ଦିବ୍ୟାଙ୍ଗ ମାନଙ୍କ ଚିକିତ୍ସା ଏକ ପ୍ରମୁଖ କେନ୍ଦ୍ର କାର୍ଯ୍ୟ କରିବ ବୋଲି ଆଶା ବ୍ୟକ୍ତ କରିଥିଲେ। ଆବଶ୍ୟକ ଉପକରଣ, ବାଧକ ବିହୀନ ଖସଡ଼ା, ପରିଶ୍ରାଗାର, ସାଜସଜ୍ଜା ଆଦି ଦେଖି ଅତିଥି ମାନେ ସନ୍ତୋଷ ପ୍ରକାଶ କରିଥିଲେ। ପୁନର୍ବାସର ଉପଦେଷ୍ଟା ତଥା ପ୍ରାକ୍ତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଏହି କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିଲେ। ଫିଜିଓ ଥେରାପିଷ୍ଟ ଗୁଞ୍ଜନ୍, ସ୍ପିଚି ଥେରାପିଷ୍ଟ ଶିବାନୀ ଭୋଳ ଦିଆଯାଉଥିବା ଥେରାପି ଉଟିକ୍ ସଂପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁନର୍ବାସର ସଂଯୋଜକ ସଞ୍ଜୀବ ଜେନା, ରଞ୍ଜନ ଦାସ, ସ୍ୱପ୍ନାପ୍ସଶୁ କୁମାର ଦାସ, ଅକ୍ଷୟ କୁମାର ପାଣି, ମହମ୍ମଦ ଜାହିଦ ଖାଁ, ନିରଞ୍ଜନ ମେକାପ, ଶେଷଦେବ ଦାସ, ଜ୍ୟୋତି ରଞ୍ଜନ ନାୟକ ଓ ପୁନର୍ବାସ କର୍ମକର୍ତ୍ତା, କର୍ମଚାରୀ ମାନେ ସହଯୋଗ କରିଥିଲେ । ପୁନର୍ବାସର ସହ ସମ୍ପାଦକ ବଂଶୀଧର ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଅଭିଭାବକ ମାନେ ଯୋଗ ଦେଇ ପିଲାମାନଙ୍କ ଅଭିବୃଦ୍ଧି ସମ୍ପର୍କରେ ବର୍ଣ୍ଣନା କରିଥିଲେ।










