
କେନ୍ଦ୍ରାପଡା,୨୧ା୧୧: ଆଜି କେନ୍ଦ୍ରାପଡା ବ୍ଲକର ପଳସିଂହା ଗ୍ରାମ ପଞ୍ଚାୟତରେ ଆମ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଭାରପ୍ରାପ୍ତ ତହସିଲଦାର ରବିନ୍ଦ୍ର ଆଚାର୍ଯ୍ୟ ଉପସ୍ଥିତ ରହି ସାଧାରଣ ଲୋକଙ୍କର ଆପର୍ତ୍ତ ଅଭିଯୋଗ ଶୁଣିବା ସହିତ ବହୁ କାର୍ଯ୍ୟର ସମାଧାନ ମଧ୍ୟ କରିଥିଲେ । ଯଥା ନୂତନ ଓ.ଆର ସଂଶୋଧନ ପଟ୍ଟା, ୩୨ ଗୋଟି ମ୍ୟୁଟେସନ ପଟା ପ୍ରଦାନ, ୫ଗୋଟି ବାସସ୍ଥାନ ପ୍ରମାଣ ପତ୍ର, ୧୫ଜଣଙ୍କ ଆୟ ପ୍ରମାଣ ପତ୍ର,୧୪ଜଣଙ୍କ ହରିଜନ ପ୍ରମାଣ ପତ୍ର, ୧୨ଜଣଙ୍କ ଓ.ବିସି ପ୍ରମାଣ ପତ୍ର,୧୨ଜଣଙ୍କ ଏସି.ବିସି ପ୍ରମାଣ ପତ୍ର, ୧୦ଜଣଙ୍କ ଲିଗାଲ ହେୟାର, ଓ.ଆର ସଂଶୋଧନ ପାଇଁ ୪୨ଜଣ ଆବେଦନ କରିଥିଲେ । ଏହି ପଞ୍ଚାୟତରେ ସରକାର ଜମି ଜବର ଦଖଲ କରିଥିବା ସ୍ଥାନ ଗୁଡିକ ଉଛେଦ ପାଇଁ ଗ୍ରାମବାସୀ ଜଣାଇଥିଲେ । ତହସିଲଦାର ଶ୍ରୀ ଆଚାର୍ଯ୍ୟ ଆର.ଆଇଙ୍କୁ ଏହାର ସବିଶେଷ ତଦନ୍ତ କରି ରିର୍ପୋଟ ଦେବାକୁ ଆଦେଶ ଦେଉଥିଲେ । ଏହାପରେ ଏକ ସରକାରୀ ଆର.ଡି ରାସ୍ତା କରିବା ପାଇଁ ସରପଞ୍ଚ ଦେବେନ୍ଦ୍ର ପରିଡା ଜଣାଇଥିଲେ । ତାହାକୁ ମାପ ପାଇଁ ସୁପରଭାଇଜରକୁ ଦାୟିତ୍ୱ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଦେବେନ୍ଦ୍ର ପରିଡା ସରପଞ୍ଚଙ୍କ ତତ୍ତ୍ୱାବଧାନରେ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଓ ତହସିଲ ଅଫିସର ସମସ୍ତ କର୍ମଚାରି ଉପସ୍ଥିତ ରହି ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରିଥିଲେ ।











