
କେନ୍ଦ୍ରାପଡା,୨୫ା୧୧: ମଧୁସାଗର ବିଦ୍ୟାପୀଠର ପ୍ରାଣ ପ୍ରତିଷ୍ଠାତା ସମାଜ ସଂସ୍କାରକ ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତ ଚିନ୍ତାମଣି ଗୁରୁଜୀଙ୍କ ୧୦୯ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ମଧୁସାଗର ପୁରାତନ ଛାତ୍ର ସଂସଦ । ଚିନ୍ତାମଣି ଗୁରୁଜୀ ଓ ରୁକ୍ମିଣୀ ଦେବୀ ସ୍ମାରକୀ ନ୍ୟାସ ପକ୍ଷରୁ ପସ୍ତା ବନ୍ଧାଣ ଅଣ୍ଟା ମଠ ପରିସରରେ ସ୍ମାରକି ନ୍ୟାସର ସଭାପତି ହୃଦାନନ୍ଦ ରାଉତଙ୍କ ସଭାପତିତ୍ୱରେ ପାଳିତ ହୋଇଅଛି । ଏହି ଦିବସ ଉପଲକ୍ଷେ ଛାତ୍ର ସଂସଦ ଓ ସ୍ମାରକୀ ନ୍ୟାସ ପକ୍ଷରୁ ବିଦ୍ୟାପୀଠ ପରିସରରେ ଥିବା ଚିନ୍ତାମଣି ଗୁରୁଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାଅର୍ପଣ କରାଯାଇ ସର୍ବଧର୍ମ ପ୍ରାର୍ଥନା କରାଯାଇଥିଲା । ମଠର ସଭାଗୃହରେ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା ସଭାର ପ୍ରାରମ୍ଭରେ ବୈଠକର ଉଦ୍ଦେଶ୍ୟ ଓ ଗୁରୁଜୀଙ୍କ ଅମଳିନ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ପୁରାତନ ଛାତ୍ର ସଂସଦ ଓ ସ୍ମାରକୀ ନ୍ୟାସର ସମ୍ପାଦକ ଓ ପଞ୍ଚସଖା ସେତୁ କମିଟିର ସଭାପତି ଭ୍ରମର ରାଉତ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ଧିରେନ୍ଦ୍ର ପ୍ରସାଦ ପୃଷ୍ଟି, ଅରବିନ୍ଦ ସ୍ୱାଇଁ, କେଶବ ଚରଣ ଲେଙ୍କା, ପ୍ରଭାତି ସାହୁ, ନୀଳମାଧବ ରାଉତ, ପୂର୍ବତନ ପ୍ରଧାନ ଶିକ୍ଷକ ସୁଧୀର ରଞ୍ଜନ ବାରିକ, ପ୍ରତାପ ଚନ୍ଦ୍ର ଦାସ, ଅଙ୍କିତା ରାଉତ, ବଳରାମ ଜେନା, ଯଦୁମଣି ପରିଡା, ପ୍ରଭାସ ଚନ୍ଦ୍ର ଦାସ, କ୍ୟାପଟେନ୍ ପ୍ରେମାନ୍ଦ ରାଉତ ସ୍ମୃତିଚାରଣ କରିଥିଲେ । ଏହି ଉତ୍ସବରେ ଅବସରପ୍ରାପ୍ତ କ୍ଲର୍କ ଯଦୁମଣି ପରିଡା ଓ ବିଦ୍ୟାପୀଠର ନବନିଯୁକ୍ତି ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।











