ତାଲୁକ ଆଇନ ସେବା ସମିତି ପକ୍ଷରୁ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ



ପଟ୍ଟାମୁଣ୍ଡାଇ ତା୩/୧୨- ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ତାଲୁକ ସେବା ସମିତି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ବିଚାରପତି ବିଦ୍ୟାଧର ପୃଷ୍ଟିଙ୍କ ପୌରହିତ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ ପରିସରରେ ଆୟୋଜିତ ସଭାରେ ବିଚାରପତି ଡି. କେ. ବାଳକ୍ରୀଷ୍ଣନ ଯୋଗ ଦେଇ ଦିବ୍ୟଙ୍ଗମାନଙ୍କ ପ୍ରତିଭା, ବିକାଶ ଓ ସୁରକ୍ଷା ପାଇଁ ଥିବା ଆଇନଗତ ବ୍ୟବସ୍ଥା ଓ ସହାୟତା ସମ୍ପର୍କରେ ଆଲୋକପାତ କରିଥିଲେ । ପଟ୍ଟାମୁଣ୍ଡାଇ ଓକିଲ ସଂଘ ଉପସଭାପତି ସୁରେଶ କୁମାର ନରେନ୍ଦ୍ର ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଡ଼ଭୋକେଟ ଧୀରେନ୍ଦ୍ର ନାଥ ସାହୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓକିଲ ସଂଘ ସମ୍ପାଦକ ରବୀନ୍ଦ୍ର କୁମାର ଦାଶ, ଆଡ଼ଭୋକେଟ ହୃଦାନନ୍ଦ ମହାନ୍ତି ରିଟେନର ଗୀତାଞ୍ଜଳି ପୃଷ୍ଟି, ଆଡ଼ଭୋକେଟ ବିଜୟ କୁମାର ରାଉତ, ଭବାନୀଶଙ୍କର ପଣ୍ଡା ସତ୍ୟରଞ୍ଜନ ନାୟକ,ସୁନୀତା ବେହେରା, ପ୍ରିୟମ୍ବଦା ବେହେରା, ପ୍ରଫୁଲ୍ଲ କୁମାର ଦାଶ, ଗଣେଶ ବାରିକ, ଶୈଳବାଳା ମଲିକ, ସୁମନ୍ତ ମାଝୀ,ଅମରେନ୍ଦ୍ର ତ୍ରିପାଠୀ, ନିତ୍ୟାନନ୍ଦ ସେଠୀ ବିକ୍ରମ ସାମଲ, ରାଜେନ୍ଦ୍ର ମୁର୍ମୁ, ଦୀପକ ସାମଲ, ମାନସ ସାମନ୍ତରାୟ, ବିଜୟ ସିଂ ବାମନ ମହାନ୍ତି, ଚନ୍ଦ୍ରଶେଖର ଲେଙ୍କା ବକୁଳ ନାୟକ, ସଞ୍ଜୟ ଧଳ, ବିଶ୍ୱଜିତ ସାହାଣୀ ପ୍ରମୁଖ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ମୋହନଦାସ, ଅପର୍ଣ୍ଣା ସାମଲ, ଗଣେଶ ତ୍ରିପାଠୀ, ଦେବାଶିଷ ମିଶ୍ର ପରିଚାଳନା କରିଥିବାବେଳେ ବିକ୍ରମ ସ୍ୱାଇଁ, ଅରବିନ୍ଦ ରାଉତରାୟ, ଅମରେନ୍ଦ୍ର ପଣ୍ଡା, ବିଭୂତି ଭୂଷଣ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


Next Post

କ୍ରୀଡା ଶିକ୍ଷକ ବଙ୍ଗାଳି ମଲ୍ଲିକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Thu Dec 4 , 2025
ପଟ୍ଟାମୁଣ୍ଡାଇ ତା ୩/୧୨- ପଟ୍ଟାମୁଣ୍ଡାଇ ବ୍ଲକ ଗଙ୍ଗାରାମପୁର ପଂଚାୟତ ହାଇସ୍କୁଲ ଓ ସିଦ୍ଧ ପରମହଂସ ଉପ୍ରା ସ୍କୁଲର ପୁରାତନ ଛାତ୍ର ଓ ଛାତ୍ରୀମାନଙ୍କ ଦ୍ୱାରା ଆଦର୍ଶ କ୍ରୀଡ଼ା ଶିକ୍ଷକ ବଙ୍ଗାଳୀ ଚରଣ ମଲ୍ଲିକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ କବିଙ୍କ ପୌରହିତ୍ୟରେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ହାଇସ୍କୁଲ ପରିଚାଳନା କମିଟି ସଭାପତି ବଙ୍ଗାଳୀ ଚରଣ ତରାଇ,ପୂର୍ବତନ ଶିକ୍ଷା ଅନୁନିରୀକ୍ଷକ ବିଜୟ କୁମାର ଜେନା,ମଦନପୁର […]

KANIKA