କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବୃକ୍ଷ ରୋପଣ



କେନ୍ଦ୍ରାପଡ଼ା, ୪ା୧୨: କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମଣ୍ଡଳ ଶିକ୍ଷା ଅଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ, ସହ ମଣ୍ଡଳଶିକ୍ଷା ଅଧିକାରୀ ବଳଦେବ ପ୍ରସାଦ ଜେନା, ଶିକ୍ଷକ ସଂଘ ନେତା ମାନଭଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇ ବିଭିନ୍ନ ବୃକ୍ଷର ଚାରା କାର୍ଯ୍ୟାଳୟ ପରିସରରେ ରୋପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଓ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।


Next Post

ପୁନର୍ବାସ ପକ୍ଷରୁ ସଫଳ ଜାତୀୟ ପାରା କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧନା

Fri Dec 5 , 2025
କେନ୍ଦ୍ରାପଡା ୪/୧୨- ଚଳିତ ୨୦୨୫ ମସିହାରେ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଓଡ଼ିଶାର ପାରା କ୍ରୀଡ଼ାବିତ୍‌ମାନେ ଅଜସ୍ର ସଫଳତା ଅର୍ଜନ କରିଛନ୍ତି । ଓଡିଶା ଦଳ ଜାତୀୟ ହୁଇଲ୍ ଚେୟାର୍ ରଗ୍‌ବି ଚମ୍ପିୟାନ ହେବାଠାରୁ ଜାତୀୟ ପାରା ସନ୍ତରଣ ପ୍ରତିଯୋଗିତାରେ ପୂର୍ବ ରେକର୍ଡକୁ ଭାଙ୍ଗି ୩୯ଟି ପଦକ ହାସଲ ପାଇଛି । ସେହିପରି ବିଶ୍ୱ ଆବିଲିଟି ପ୍ରତିଯୋଗିତାରେ ମଧ୍ୟ ଓଡିଶାର ପାରା କ୍ରୀଡ଼ାବିତ୍‌?ମାନେ ଦେଶରୁ ପ୍ରତିନିଧିତ୍ୱ କରି ବିଭିନ୍ନ ବର୍ଗରେ […]

KANIKA