
ପଟ୍ଟାମୁଣ୍ଡାଇ ୬/୧୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ଉଷା ଦେବୀ କଲେଜରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କଲେଜ ଅଧକ୍ଷା ସଲୀଳା ବାରିକଙ୍କ ପୌରହିତ୍ୟରେ ଆୟୋଜିତ ସଚେତନତା ସଭା ଅଧ୍ୟାପିକା କବିତା ରାଉତ, ଅଳକା ଦାସ, କବିତା ପାତ୍ର, ମଞ୍ଜୁଶ୍ରୀ ଜେନା ସସ୍ମିତା ମହାରଣା, ସୁଶାନ୍ତ ସେଠୀ, ଡ଼ ଦୌଲତ କୁମାର ଯୋଗ ଦେଇ ଏଡ଼ସ ରୋଗର ଭୟାବହତା ଓ ନିରାକରଣ ଉପରେ ଆଲୋକପାତ କରିଥିଲେ । ଏହି ଉପଲକ୍ଷେ ଜନ ସଚେତନତା ସୃଷ୍ଟି ପାଇଁ କ୍ଷୁଦ୍ର ନାଟକ ପ୍ରଦର୍ଶନ କରାଯାଇଥିଲା । ଏଇ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କଲେଜ ରେଡକ୍ରସ କାଉନସେଲର ଅଧ୍ୟାପିକା ବିଜୟଲଷ୍ମୀଙ୍କ ନେତୃତ୍ୱରେ କଲେଜ ଛାତ୍ରୀମାନେ ବିଭିନ୍ନ ପ୍ଲାକାର୍ଡ ଧରି ଏଡ଼ସ ବିରୋଧରେ ସଚେତନତା ଶୋଭାଯାତ୍ରାରେ ବାହାରି ଅଣ୍ଢରା ଅମୃତମଣୋହି ବଲୁରିଆ ପରିକ୍ରମା କରିଥିଲେ ।











