
କେନ୍ଦ୍ରାପଡା ୧୬/୭ : କେନ୍ଦ୍ରାପଡା ଜିଲ୍ଲାର “ପୂର୍ବତନ ସୈନିକ ସଂଘ’ ଦ୍ୱାରା ୫୪ ତମ ବିଜୟ ଦିବସ ପାଳନ। ପୂର୍ବତନ ସୈନିକ ସଂଘର ଅଧ୍ୟକ୍ଷ କ୍ୟାପଟେନ ଅଭୟ କୁମାର ଲେଙ୍କାଙ୍କ ତତ୍ତ୍ୱାବଧାନରେ ତିନିମୁହାଣ ସ୍ଥିତ ନୂତନ ଅମର ଯବାନ ସହିଦସ୍ତମ୍ଭ ସ୍ମାରକ ପରିସରରେ ୫୪ ତମ ବିଜୟ ଦିବସ ପାଳନ କରାଯାଇ ଅଛି। ଏହି କାର୍ଯ୍ୟକ୍ରମରେ ସହିଦସ୍ତମ୍ଭ ସମ୍ମୁଖରେ ଅଧ୍ୟକ୍ଷ ଦିପକ ପ୍ରଜ୍ୱଳନ କରିଥିଲେ ଏବଂ ଅଧ୍ୟକ୍ଷ । ସାଧାରଣ ସମ୍ପାଦକ ସୁବେଦାର ମେଜର ବୀରବର ପାତ୍ର ମିଳିତ ଫୁଲର (ରିତ୍) ସହିଦ ସ୍ତମ୍ବରେ ଅର୍ପଣ କରିଥିଲେ। ସଦସ୍ୟମାନେ ରାଷ୍ଟ୍ରଗାନ କରିଥିଲେ। ସମସ୍ତ ସଦସ୍ୟ ସହିଦମାନଙ୍କ ଉଦ୍ଦେଶ୍ୟରେ ସାଲ୍ୟୁଟ ମଧ୍ୟ ପ୍ରଦାନ କରିଥିଲେ। ୧୯୭୧ ମସିହାର ଭାରତ ପାକିସ୍ତାନ ଏହି ୧୩ ଦିନ ଯୁଦ୍ଧରେ ଭାରତ ମାତ୍ରୁକାର ସେବାରେ ସର୍ବୋଚ୍ଚ ବଳିଦାନ ପ୍ରଦାନ କରିଥିବା ବୀର ମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପାର୍ଥନା କରି ଦିବଂଗତ ଆତ୍ମାର ସଦ୍ଗତି ପାଇଁ ଇଶ୍ୱରଙ୍କୁ ପାର୍ଥନା କରିଥିଲେ। ଏହା ସହିତ ଆମ ସଂଗଠନର ସଦସ୍ୟ ଅନୂଆପଡା ସ୍ଥିତ(ଡାଲଜି) ଗ୍ରାମର କୈଳାସ ଚନ୍ଦ୍ର ପ୍ରଧାନଙ୍କ ନିଧନ ପାଇଁ ତାହାଙ୍କ ଉଦ୍ଦେଶ୍ୟରେ ମଧ୍ୟ ସଂଗଠନ ଦ୍ୱାରା ଭାବବିହ୍ୱଳ ଅଶ୍ରୁଳ ଶ୍ରଦ୍ଧାଞଳୀ ଅର୍ପଣ କରିଥିଲେ। ୫୪ ତମ ବିଜୟ ଦିବସରେ ୧୯୭୧ ମସିହାର ୧୩ ଦିନ ଯୁଦ୍ଧର ଗାଥାରେ ପୂର୍ବ ପାକିସ୍ତାନରୁ ଅଲଗା ହୋଇ ଏକ ନୂତନ ଦେଶ ବଙ୍ଗଳାଦେଶ ଗଠିତ ହୋଇଥିଲା। ପାକିସ୍ତାନର ୯୩ ହଜାର ସୈନିକ କିପରି ଭାରତ ପାଖରେ ଆତ୍ମସମର୍ପଣ କରିଥିଲେ ତାହା ସାଧାରଣ ସମ୍ପାଦକ ସୁବେଦାର ମେଜର ବୀରବର ପାତ୍ର ସଦସ୍ୟ ମାନଙ୍କୁ ବିସ୍ତ୍ରୁତ ଭାବରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ସଂଗଠନର ବରିଷ୍ଟ ସଦସ୍ୟ ସୁବେଦାର ମେଜର ପ୍ରଦିପ କୁମାର ସାହୁ, କୋଷାଧ୍ୟକ୍ଷ ଏମ.ଡବ୍ଲୁ.ଓ ମନୋଜ କୁମାର ବାରିକ, ସୁବେଦାର ଗୌରାଙ୍ଗ ଚରଣ ସ୍ୱାଇଁ, ନାୟକ ପ୍ରଫୁଲ୍ଲ କୁମାର ଉପାଧାୟ, ସୁବେଦାର ଶରତ ଚନ୍ଦ୍ର ରାଉତ, ନାୟକ ସୁସାନ୍ତ କୁମାର ସ୍ୱାଇଁ ଏବଂ ସୁବେଦାର ଜୟନ୍ତ କୁମାର ସାହୁ ଉପସ୍ଥିତ ଥିଲେ।











