ପ୍ରସିଦ୍ଧ କନ୍ତିଆ ମଠରେ ଧନୁଯାତ୍ରା



କେନ୍ଦ୍ରାପଡା,୧୬ା୧୨: କେନ୍ଦ୍ରାପଡା ସହର ଉପକଣ୍ଠସ୍ଥ “କନ୍ତିଆ ମଠ ରେ” ପାରମ୍ପାରିକ ଧନୁଯାତ୍ରାର ଶୁଭ ଉଦ୍‌ଘାଟନ ହୋଇଯାଇଛି । ମଠର ମଠାଧିଶ ସିଦ୍ଧାର୍ଥ ଶଙ୍କର ଦାସଙ୍କ ସଭାପତିତ୍ୱରେ ଓଳାଶୁଣୀ ମଠର ମହନ୍ତ ମହାରାଜ ବାଗ୍ନୀ ମହାନପ୍ରବକ୍ତା ନାମାନନ୍ଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଶ୍ଚିମ ଓଡିଶାର ଏକ ମହାନ୍ ପର୍ବ କୁ କେନ୍ଦ୍ରାପଡା ଜିଲ୍ଲାରେ ଦ୍ୱିତୀୟ ବର୍ଷରେ ପର୍ଦାପଣ କରି ଏହି ଉତ୍ସବକୁ ଦୀର୍ଘ ୭ଦିନ ଧରି କରିଥିବାରୁ ଏହି ସୁନ୍ଦର ପ୍ରୟାସ କୁ ବଧେଇ ଜଣାଇଥିଲେ । ସମ୍ମାନୀୟ ଅତିଥିଭାବେ ଜିଲ୍ଲା ବିଜେପି ମହିଳା ପ୍ରଭାରୀ ଜୋସ୍ନାରାଣୀ ଜେନା, ସଙ୍ଗୀତ ନିଦ୍ଦେର୍ଶକ ସତ୍ୟପ୍ରିୟ ଦାସ, ଚକ୍ରୋଡା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ନିରଞ୍ଜନ ନାୟକ, ଯୁବ ନେତା ଅଭିରାମ ବେହୁରା, ବିଜେପି ଯୁବନେତା ବିଶ୍ୱ ରଞ୍ଜନ ରାଉତ, ବନ୍ଦନାରାଣୀ ରାଉତ, ନମିତା ବଳ ପ୍ରମୁଖ ଯୋଗଦାନ କରିଥିଲେ । ଏହି ମେଳାରେ ରାମଦୋଳି ସମେତ ବିଭିନ୍ନ ଖାଇବା ଷ୍ଟଲ ଗୁଡିକ ୭ଦିନ ଧରି ଚାଲୁ ରହିବ । ପ୍ରତ୍ୟେହ ସଂଧ୍ୟାରେ ସାଂସ୍କୃତିକ ଦଳ କାର୍ଯ୍ୟକ୍ରମ କରିବେ ଆଜିର ସଂଧ୍ୟାରେ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭରତପୁର ର ବାଗ୍ ଦେବୀ କଳାମନ୍ଦିର ଏବଂ ମା ଶାରଳା ନୃତ୍ୟ ବିଦ୍ୟାଳୟ କନ୍ତିଆର ମିଳିତ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶିକ୍ଷକ ସର୍ବେଶ୍ୱର ପାତ୍ର ସଂଯୋଜନା କରିଥିବା ବେଳେ, ପ୍ରଦୀପ ବେହୁରା ତଥା ମଧୁବାବା ଯୁବ ପରିଷଦର ସମାଜସେବୀ ମାନେ ମଞ୍ଚ ପରିଚାଳନା କରିଥିଲେ । ଆଜି ସଂଧ୍ୟାରେ କେନ୍ଦ୍ରାପଡା ସହର ସମେତ ଗ୍ରାମଞ୍ଚଳରୁ ବହୁ ସାଧକ ଯୋଗ ଦେଇଥିଲେ ।


Next Post

"ପୂର୍ବତନ ସୈନିକ ସଂଘ’ ଦ୍ୱାରା ୫୪ ତମ ବିଜୟ ଦିବସ ପାଳନ

Wed Dec 17 , 2025
କେନ୍ଦ୍ରାପଡା ୧୬/୭ : କେନ୍ଦ୍ରାପଡା ଜିଲ୍ଲାର “ପୂର୍ବତନ ସୈନିକ ସଂଘ’ ଦ୍ୱାରା ୫୪ ତମ ବିଜୟ ଦିବସ ପାଳନ। ପୂର୍ବତନ ସୈନିକ ସଂଘର ଅଧ୍ୟକ୍ଷ କ୍ୟାପଟେନ ଅଭୟ କୁମାର ଲେଙ୍କାଙ୍କ ତତ୍ତ୍ୱାବଧାନରେ ତିନିମୁହାଣ ସ୍ଥିତ ନୂତନ ଅମର ଯବାନ ସହିଦସ୍ତମ୍ଭ ସ୍ମାରକ ପରିସରରେ ୫୪ ତମ ବିଜୟ ଦିବସ ପାଳନ କରାଯାଇ ଅଛି। ଏହି କାର୍ଯ୍ୟକ୍ରମରେ ସହିଦସ୍ତମ୍ଭ ସମ୍ମୁଖରେ ଅଧ୍ୟକ୍ଷ ଦିପକ ପ୍ରଜ୍ୱଳନ କରିଥିଲେ ଏବଂ ଅଧ୍ୟକ୍ଷ । ସାଧାରଣ […]

KANIKA