
କେନ୍ଦ୍ରାପଡ଼ା,୧୯ା୧୨:ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୨ ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ ବଣ୍ଟନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଜିଲ୍ଲାପାଳ ରଘୁରାମ ଆର. ଆୟର ୨ ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ଭୀଷ୍ମ କୁମାର ଦାସ ଓ ଅନିତା ରାଉତଙ୍କୁ ମାଗଣା ଲାପଟପ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ( ସାଧାରଣ) ନବକ୍ରିଷ୍ଣ ଜେନା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଫକିର ମୋହନ ମାଝି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ବେହୁରା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବେଉରା ପରିଚାଳନା କରିଥିଲେ। ପ୍ରକାଶ ଥାଉ କି, ସରକାରଙ୍କ ନିୟମାନୁଯାୟୀ +୩ ରୁ ଅଧିକ ଶିକ୍ଷା ଗ୍ରହଣ କରିଥିବା ସମ୍ପୂର୍ଣ ଦୃଷ୍ଟିବାଧିତ ବା କ୍ଷଣଶକ୍ତି ଦୁଷ୍ଟିବାଧିତ ଛାତ୍ରଛାତ୍ରୀ ମାନେ ମାଗଣା ଲାପଟପ ପାଇବା ପାଇଁ ବିଭାଗର ଅନ୍ଲାଇନ୍ ପୋର୍ଟାଲରେ ଆବଶ୍ୟକୀୟ ଦସ୍ତାବିଜ ସହ ସଂପୃକ୍ତ ଶିକ୍ଷାନୁଷ୍ଠାନରୁ ଏହାକୁ ପ୍ରମାଣିତ କରାଇ ଆବେଦନ କରିବାକୁ ପଡିଥାଏ।











