ଆଇଡିଆଲ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା



କେନ୍ଦ୍ରାପଡା ୨୩/୧୨ – ଆଇଡିଆଲ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା କେନ୍ଦ୍ରାପଡ଼ା ହାଇସ୍କୁଲ ପଡ଼ିଆରେ ୧୮ ଓ ୧୯ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ବକ୍ତା ରୂପେ ଜିଲ୍ଲା ପଞ୍ଚାୟତିରାଜ ବିଭାଗ ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କ୍ରୀଡା କ୍ଷେତ୍ରରେ ଶିକ୍ଷାର୍ଥୀ ମାନଙ୍କର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ରୂପେ ବିଦ୍ୟାଳୟର ସମ୍ପାଦକ ଅଧିକାରୀ ପ୍ରଭାତ କୁମାର ଦାସ ଯୋଗ ଦେଇ କ୍ରୀଡା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିତ୍ୱ ମାନଙ୍କର ଉଦାହରଣ ପ୍ରଦାନ କରି ଜୀବନରେ କ୍ରୀଡାର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସରୋଜ ରାଜ ସିଂହ ସଭା ପରିଚାଳନା କରିଥିଲେ। ଶିକ୍ଷକ କୈଳାସ ଚନ୍ଦ୍ର କର ଅତିଥି ପରିଚୟ ପ୍ରଦାନ କରିଥିଲେ ଓ କିଶୋର କୁମାର ସିଂହ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ବିଭିନ୍ନ ପ୍ରକାର କ୍ରୀଡା ଯଥା ୧୦୦,୨୦୦,୪୦୦ମିଟର ଦୌଡ, କୁହୁକ ମେଜ, ଦୌଡ଼ି ଡିଆଁ, ଠେକୁଆ ଡିଆଁ, ମାନସିକ ଦକ୍ଷତା ଇତ୍ୟାଦି ଖେଳରେ ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ। କ୍ରୀଡାର ଦ୍ୱିତୀୟ ଦିବସରେ ପୁରସ୍କାର ବିତରଣ ଉତ୍ସବ ପାଳନ କରାଯାଇଥିଲା। ସଭାପତି ସରୋଜ ରାଜ ସିଂହ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ବିଦ୍ୟାଳୟର ଉପାଧ୍ୟକ୍ଷ ବଦ୍ରି ନାରାୟଣ ସିଂହ, ଶିକ୍ଷକ ଶୁଭେନ୍ଦୁ କୁମାର କର, ସୁଶାନ୍ତ କୁମାର ପତି ବିଜୟ କେତନ ସାହୁ, ରଞ୍ଜନ କୁମାର ପତି, ସ୍ମିତା ରାଣୀ ଲେଙ୍କା, ସହିସ୍ତା ପରୱିନ, ନର୍ଗିସ ଫିର୍ଦୋଷ ଇତ୍ୟାଦି ଖେଳ ପରିଚାଳନା କରିଥିଲେ।


Next Post

କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ-୨୦୨୫

Tue Dec 23 , 2025
କେନ୍ଦ୍ରାପଡ଼ା,୨୩ା୧୨:କେନ୍ଦ୍ରାପଡା ସହରର ଇଛାପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ-୨-୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଜର୍ମାନସ୍ଥିତ ବାୟୋମେଡିକାଲ ସେଣ୍ଟର ୟୁନିଭରସିଟି […]

KANIKA