
କେନ୍ଦ୍ରାପଡ଼ା ୨୮/୧୨ଜିଲ୍ଲାର କଲେଜ ଛକ ନିକଟ ଉଦୟ ନଗର ଠାରେ ଥିବା ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଟାଇମ୍ସ ଗୁରୁକୁଳ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରତିଷ୍ଠାତା ପ୍ରହ୍ଲାଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବାର୍ଷିକ ଉତ୍ସବରେ ଉଦଘାଟକ ଭାବେ ମଦନ ମୋହନ ସାହୁ, ମୁଖ୍ୟ ଅତିଥି ଭାବେ ଦିନବନ୍ଧୁ ରାଉତ, ଅଶୋକ କୁମାର ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କଠିନ ପରିଶ୍ରମ, ଏକାଗ୍ରତା ଓ ଲକ୍ଷ ମଣିଷକୁ ସଫଳତାର ଶୀର୍ଷକରେ ପହଞ୍ଚାଇ ଥାଏ । ଆଜିର ଶିଶୁ କାଲିର ଭବିଷ୍ୟତ। ଶିକ୍ଷିତ ହେବା ସହ ଭଲ ମଣିଷ ହେବାକୁ ଅତିଥି ବୃନ୍ଦ ମତବ୍ୟକ୍ତ କରି ଅନୁଷ୍ଠାନର ଉତ୍ତରତ୍ୱର କାମନା କରିଥିଲେ। ସ୍କୁଲର ଅଦକ୍ଷ ବ୍ରହ୍ମାନନ୍ଦ ପଣ୍ଡା ବାର୍ଷିକ ବିବରଣୀ ପଠନ କରିଥିଲେ। ସ୍କୁଲ ପକ୍ଷରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ପାରଦର୍ଶିତା ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ମାନ ପତ୍ର ଓ ପୁଷ୍ପଗୁଚ୍ଛ ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ପରିଶେଷରେ ପିଲାମାନଙ୍କ ଦ୍ୱାରା ଚିତାକର୍ଷକ ନୃତ୍ୟ ଆୟୋଜିତ ହୋଇଥିଲା ।











