କେନ୍ଦ୍ରାପଡ଼ା ପୁସ୍ତକମେଳାରେ ଅନୁଷ୍ଠିତ ହେବ ଯୁବ ଓ କିଶୋର ସ୍ପନ୍ଦନ



କେନ୍ଦ୍ରାପଡା ୩୦/୧୨- ଆସନ୍ତା ଜାନୁୟାରୀ ୬ ତାରିଖଠାରୁ ଆରମ୍ଭ ହେବାକୁ ଯାଉଥିବା ୨୩ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳାର ପ୍ରସ୍ତୁତି ବୈଠକ ସହ ଏହାର ଆୟୋଜକ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜରସ୍‌(କେମ୍‌)ଏକ ବର୍ଷାନ୍ତ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ମୋବାଇଲ୍ ଓ ଡିଜିଟାଲ୍ ମାଧ୍ୟମର ହୋଇଥିଲା। ବହିର ଦୁନିଆ ସହ ସେମାନଙ୍କୁ ନିକଟତର କରିବା ପାଇଁ ଏଥର ଆୟୋଜକ କେମ୍ ପ କ୍ଷରୁ ଦୁଇଟି ଅଭିନବ କାର୍ଯ୍ୟକ୍ରମ ଯୁବସ୍ପନ୍ଦନ ଓ କିଶୋର ସ୍ପନ୍ଦନ ଏହି ମେଳାରେ ସଂଯୋଜିତ କରାଯାଇଛି। ଯେଉଁଥିରେ କଳା,ବୌଦ୍ଧିକ ଓ ସାଂସ୍କୃତିକ ପ୍ରତିଭା ପ୍ରଦର୍ଶନର ଅବକାଶ ବହୁଳ ବ୍ୟବହାର ପୁସ୍ତକପଠନରୁ କିଶୋର ଓ ଯୁବବର୍ଗଙ୍କୁ ବିରତ ରଖୁଥିବାରୁ ଏହି ବୈଠକରେ ଆଲୋଚିତ ସହିତ ଯୁବ କିଶୋର ବର୍ଗଙ୍କ ନିମନ୍ତେ ଏକ ସାଂସ୍କୃତିକ ସୃଜନ ଉତ୍ସବର ପରିବେଶ ସୃଷ୍ଟି କରାଯିବ ବୋଲି କେମ୍‌ର ସଭାପତି ଅକ୍ଷୟ ପାଣି ଓ ମହମ୍ମଦ୍ ଜାହିଦ୍ ଖାନ୍ ପ୍ରକାଶ କରିଛନ୍ତି। ଯୁବ ସ୍ପନ୍ଦନର କାର୍ଯ୍ୟକ୍ରମ ସଂଯୋଜିକା ଅମରିନ୍ ସାହଦତ୍ ଓ କିଶୋର ସ୍ପନ୍ଦନର କାର୍ଯ୍ୟକ୍ରମ ସଂଯୋଜନା ରଞ୍ଜନ କୁମାର ବିଶ୍ୱାଳଙ୍କ ପରିଚାଳନାରେ ଏହି ତ୍ରୀଦିବସବ୍ୟାପୀ ନୂତନ କାର୍ଯ୍ୟକ୍ରମ କରାଯିବ ବୋଲି କେମ୍‌ର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ଆଡ଼ଭୋକେଟ୍ ମହମ୍ମଦ୍ ମୁସ୍ତାକ୍ ସଂଗ୍ରହଳୟ ପକ୍ଷରୁ ପୁରାତନ ମୁଦ୍ରା,ଗାନ୍ଧୀ ଓ ନେହେରୁଙ୍କ ସମ୍ପର୍କିତ ଦସ୍ତାବିଜ୍ ତଥା କେନ୍ଦ୍ରାପଡ଼ା ଜିଲ୍ଲାରୁ ପ୍ରକାଶିତ ଦ୍ରୁଷ୍ପାପ୍ୟ ପୁରାତନ ପତ୍ରପତ୍ରିକାର ପ୍ରଦର୍ଶନ କରାଯିବ। ଏହି ବନ୍ଧୁମିଳନ ଓ ପ୍ରସ୍ତୁତି ବୈଠକରେ ଉପସଭାପତି ସରୋଜକାନ୍ତ ସାହୁ,ସହ ସମ୍ପାଦକ ପ୍ରତାପ ସ୍ୱାଇଁ,ହିମାଂଶୁ ଦାସ,ସୋମ୍ୟରଞ୍ଜନ ପଟ୍ଟନାୟକ,ଶାନ୍ତନୁ ମଲ୍ଲିକ, ଅଧ୍ୟାପକ ଡ଼ ଗିରିଜାକାନ୍ତ ଦାସ, ଡ଼ ଆଶୁତୋଷ ରାଉତ,କବି ଶୁଭ୍ରାଂଶୁ ଦାସ, ମୁଖ୍ୟ ସଂଯୋଜକ ବଂଶୀଧର ମହାନ୍ତି,ବରିଷ୍ଠ ସଭ୍ୟା କବି ନବଜ୍ୟୋତି ରାୟ ଓ ଡ଼ ଯଚିନ୍ଦ୍ର କୁମାର ରାଉତ ଏବଂ କେମ୍‌ର ଅନ୍ୟ ସଦସ୍ୟସଦସ୍ୟାମାନେ ଉପସ୍ଥିତ ରହି କବିତା ପାଠ ଓ ସ୍ୱଅନୁଭୂତି ପ୍ରକାଶ କରିଥିଲେ ।


Next Post

୧୯୮୦ ମସିହା ମାଟ୍ରିକ ବ୍ୟାଚ୍ ସାଥୀ ମିଳନ ସମାରୋହ

Wed Dec 31 , 2025
ପଟ୍ଟାମୁଣ୍ଡାଇ ୩୦/୧୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଜୟହିନ୍ଦ୍ ଉଚ୍ଚବିଦ୍ୟାଳୟ, ଦାଣ୍ଡିସାହିଠାରେ ୧୯୮୦ ମାଟ୍ରିକ ବ୍ୟାଚ୍ ଛାତ୍ର-ଛାତ୍ରୀଙ୍କର ସାଥୀ ମିଳନ ସମାରୋହ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅନ୍ୟୁନ ୫୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ପ୍ରେମାନନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜନ ହୋଇଥିଲା ଏବଂ ଏଥିରେ ପ୍ରଦୀପ୍ତ ବିଶ୍ୱାଳ, ଭାସ୍କର ମଲ୍ଲିକ, ଗୁରୁଚରଣ ବିଶ୍ୱାଳ, ରଞ୍ଜିତ୍ ସାହୁ ଓ ପ୍ରଦୀପ ମଲ୍ଲିକ ଇତ୍ୟାଦି ଉପସ୍ଥିତ ରହି ସଭାକାର୍ଯ୍ୟ ସୁପରିଚାଳନା […]

KANIKA