କେନ୍ଦ୍ରାପଡା ବ୍ଲକ ଓ ପୈାରପରିଷଦ ବ୍ରାହ୍ମଣ ସଭାର କର୍ମକର୍ତ୍ତା ନିର୍ବାଚନ



କେନ୍ଦ୍ରାପଡ଼ା,୫ା୧: କେନ୍ଦ୍ରାପଡା ବ୍ଲକ ଓ ପୈାରପରିଷଦର ବ୍ରାହ୍ମଣ ମହାସଭାର ନୂତନ କର୍ମକର୍ତ୍ତା ନିର୍ବାଚନ କପାଳେଶ୍ୱର ସ୍ଥିତ ଗୋପାଳଜୀଉ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ପବିତ୍ର କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ନିତ୍ୟାନନ୍ଦ ମିଶ୍ର । ପ୍ରଥମେ ବେଦପାଠ କରିଥିଲେ ଅବିନାଶ ମିଶ୍ର । ପଣ୍ଡିତ ହରେକୃଷ୍ଣ ପତି ସମସ୍ତଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ସଭାର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲା ସମ୍ପାଦକ ପଣ୍ଡିତ କିଶୋର ଚନ୍ଦ୍ର ମିଶ୍ର ଓ ପଣ୍ଡିତ କ୍ଷୀରୋଦ କୁମାର ପଣ୍ଡା ସଂସ୍କୃତ ଭାଷାର ଆବଶ୍ୟକତା ଓ ସୁରକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସଂପ୍ରତି ନିଯୁକ୍ତି କ୍ଷେତ୍ରରେ ଅର୍ଥନୈତିକ କ୍ଷେତ୍ରରେ ପଛୁଆ ବର୍ଗ ତଥା ମେଧା ଭିତ୍ତିରେ ଅଧିକ ନିଯୁକ୍ତି ପ୍ରଦାନ କରାଯିବା ପାଇଁ ଶିକ୍ଷାବିତ ନୃସିଂହ ଚରଣ ତ୍ରିପାଠୀ ମତ ପୋଷଣ କରିଥିଲେ । କର୍ମକର୍ତ୍ତା ମାନଙ୍କର ଅବଧି ସଂପୂର୍ଣ୍ଣ ହୋଇଯାଇଥିବାରୁ ନୂତନ କର୍ମକର୍ତ୍ତା ନିର୍ବାଚନ ପାଇଁ ସଭାପତି ଘୋଷଣା କରିଥିଲେ । କେନ୍ଦ୍ରାପଡା ପୈାରପରିଷଦର ସଭାପତି ରୂପେ ପଣ୍ଡିତ ମାଧବଚନ୍ଦ୍ର ପତ୍ରୀ, ଉପସଭାପତି ରବିନାରାୟଣ ଶତପଥ,ô ସଂପାଦକ ଅଧିବକ୍ତା ଦେବ ପ୍ରସାଦ ସାମନ୍ତରାୟ , ସଙ୍ଗଠନ ସଂପାଦକ ହରିହର ଶତପଥି ସର୍ବ ସମ୍ମତି କ୍ରମେ ନିର୍ବାଚିତ ହେଲେ । କେନ୍ଦ୍ରାପଡା ବ୍ଲକର ସଭାପତି ଜଗବନ୍ଧୁ କର, ଉପସଭାପତି ଲକ୍ଷ୍ମୀକାନ୍ତ ଦାଶ, ସଂପାଦକ ଅକ୍ଷୟ କୁମାର ପତି, ସଙ୍ଗଠନ ସଂପାଦକ ବିଭୂତି ଭୂଷଣ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ରାମଚନ୍ଦ୍ର ପତି, ନିର୍ବାଚିତ ହେଲେ । ଉକ୍ତ ସଭାରେ ପଣ୍ଡିତ ତ୍ରିଲୋଚନ ମିଶ୍ର । ଜଗନ୍ନାଥ ତ୍ରିପାଠୀ, ବିଶ୍ୱନାଥ ପ୍ରସାଦ ତ୍ରିପାଠୀ, ରବିନାରାୟଣ ମହାପାତ୍ର, ନରହରି ଶତପଥି, ଭୁବନ ମୋହନ କର, ସୁନାମଣି ମହାପାତ୍ର ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ । ପଣ୍ଡିତ କ୍ଷୀରୋଦ କୁମାର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ ।


Next Post

ବହିଟି ପାଖରେ ନଥିଲେ ଜୀବନ ଅସପୂର୍ଣ୍ଣ , ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳା

Wed Jan 7 , 2026
କେନ୍ଦ୍ରାପଡ଼ା,୭ା୧:ବହିଟି ପାଖରେ ନଥିଲେ ଜୀବନ ଅସପୂର୍ଣ୍ଣ ବୋଲି ୨୩ ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳା କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇ ମତ ପ୍ରକାଶ କରିଥିଲେ । ଆଜିର ପୁସ୍ତକ ମେଳାକୁ ଉଦଘାଟନ ପୂର୍ବକ ଲେଖକଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରି ଲେଖାଲେଖି ଏକ କଠିନ ତଥା ଶ୍ରେଷ୍ଠ ସୃଜନକର୍ମ ବୋଲି କହିଥିଲେ । ତେବେ ସାତଭାୟା ସମ୍ପର୍କରେ ଏକ ତଥ୍ୟ ଭିତ୍ତିକ ଅନୁଶୀଳନର ଆବଶ୍ୟକତା […]

KANIKA