ବହିଟି ପାଖରେ ନଥିଲେ ଜୀବନ ଅସପୂର୍ଣ୍ଣ , ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳା



କେନ୍ଦ୍ରାପଡ଼ା,୭ା୧:ବହିଟି ପାଖରେ ନଥିଲେ ଜୀବନ ଅସପୂର୍ଣ୍ଣ ବୋଲି ୨୩ ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳା କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇ ମତ ପ୍ରକାଶ କରିଥିଲେ । ଆଜିର ପୁସ୍ତକ ମେଳାକୁ ଉଦଘାଟନ ପୂର୍ବକ ଲେଖକଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରି ଲେଖାଲେଖି ଏକ କଠିନ ତଥା ଶ୍ରେଷ୍ଠ ସୃଜନକର୍ମ ବୋଲି କହିଥିଲେ । ତେବେ ସାତଭାୟା ସମ୍ପର୍କରେ ଏକ ତଥ୍ୟ ଭିତ୍ତିକ ଅନୁଶୀଳନର ଆବଶ୍ୟକତା ରହିଛି ବୋଲି ଜିଲ୍ଲାପାଳ କହିଥିଲେ । କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ସୁଭାଷ ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ପୁସ୍ତକମେଳା ଉତ୍ତରପିଢି ମଧ୍ୟରେ ବହି ପ୍ରତି ଆଗ୍ରହ ସୃଷ୍ଟି କରିବା ସହିତ ଏକ ଜାତିକୁ ସମୃଦ୍ଧ ଓ ସଂସ୍କୃତି ସମ୍ପନ୍ନ କରିଥାଏ ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭାବେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଡକ୍ଟର ଶରତ କୁମାର ପାଲିତା, ଅନ୍ୟତମ ବିଶିଷ୍ଟ ଅତିଥି ଆଇଆଇଟି ଭୁବନେଶ୍ୱରର ପ୍ରଫେସର ଡକ୍ଟର ତାରାକାନ୍ତ ନାୟକ, ସମ୍ମାନିତ ବକ୍ତା ଭାବେ ‘ତୀରତରଙ୍ଗ’ ସମ୍ପାଦିକା ବନ୍ଦନା ମିଶ୍ର ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଅକ୍ଷୟ ପାଣିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ସମ୍ପାଦକ ମହମ୍ମଦ୍ ଜାହିଦ ଖାଁ ବିବରଣୀ ପାଠ କରିଥିଲେ । ଗାଳ୍ପିକ ମାତୃଦତ୍ତ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନବଜ୍ୟୋତି ରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉଦଘାଟନୀ ଉତ୍ସବରେ ଲେଖକ ତ୍ରିଲୋଚନ ପ୍ରଧାନ, ଆନନ୍ଦ କୁମାର ମାଇତି, ଡିସିବି ବ୍ୟାଙ୍କ୍ ନିର୍ଦ୍ଦେଶକ ନରେନ୍ଦ୍ର ନାଥ ମିଶ୍ରଙ୍କ ପୁସ୍ତକ ‘ଅମଣିଷ ଓ ଅନାନ୍ୟ ଗପ’ ଓ “୫୦ଟି ଶିକ୍ଷା”ର ପାଠକାର୍ପଣ ଅତିଥିମାନଙ୍କ ଦ୍ୱାରା ଲୋକାପର୍ଣ ହୋଇଥିଲା । ଏହି ଅବସରରେ କେନ୍ଦ୍ରାପଡା ପରିକ୍ରମା ସାତଭାୟା ବିଶେଷଙ୍କ ଉନ୍ମୋଚନ ହୋଇଥିଲା । ପୁସ୍ତକମେଳା ରେ ୪୦ ରୁ ଅଧିକ ଷ୍ଟଲ୍‌ରେ ପୁସ୍ତକ ଉପଲବ୍ଧ ହୋଇଛି ।


Next Post

ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସଙ୍ଗୀନ , ପରିସ୍ଥିତି ନସୁଧୁରିଲେ ଏସପି କାର୍ଯ୍ୟାଳୟ ଘେରିବ ବିଜେଡି

Wed Jan 7 , 2026
କେନ୍ଦ୍ରାପଡ଼ା,୭ା୧:କେନ୍ଦ୍ରାପଡ଼ା ଜିଲ୍ଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସଙ୍ଗୀନ ଅବସ୍ଥାକୁ ଚାଲି ଯାଇଛି। ପରିସ୍ଥିତି ନ ସୁଧୁରିଲେ ଆସନ୍ତା ୧୬ ତାରିଖରେ ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ବିଜେଡି ଧମକ ଦେଇଛି। ଏ ନେଇ ବିଜେଡିର ଏକ ପ୍ରତିନିଧି ଦଳ ଏସ୍‌ପି ଓ ଜିଲ୍ଲାପାଳଙ୍କୁ ଭେଟି ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି। ସେହିପରି ରାଜନଗର ବ୍ଲକରେ ମହିଳା ବିଡିଙ୍କୁ ଆକ୍ରମଣ କରାଯିବା ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ […]

KANIKA