ବ୍ୟକ୍ତିଗତ ଅନୁଭବରୁ ସାହିତ୍ୟ ସୃଷ୍ଟିକଲେ ତାହା କାଳଜୟୀ ହେବ


ପୁସ୍ତକମେଳା ଷଷ୍ଟ ସନ୍ଧ୍ୟା


କେନ୍ଦ୍ରାପଡ଼ା, ୧୧ା୧: କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ (କେମ) ଦ୍ୱାରା ଆୟୋଜିତ କେନ୍ଦ୍ରାପଡା ସହରସ୍ଥ ଟେଲିକମ୍ ପଡିଆରେ ଦ୍ୱାବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳାର ଷଷ୍ଟ ଦିବସରେ ୫ଟି ଅଧିବେଶନରେ କବିତା ପାଠଉତ୍ସବ ଅନୁଷ୍ଠିତ ହୋଇଥିଲା । ଅନୁଭବହୀନ ସାହିତ୍ୟ ପ୍ରାଣଶୂନ୍ୟ ଓ ସମ୍ବେଦନହୀନ । ଆଧୁନିକ ପିଢି ବ୍ୟକ୍ତିଗତ ଅନୁଭବରୁ ସାହିତ୍ୟ ସୃଷ୍ଟିକଲେ ତାହା କାଳଜୟୀ ହେବ ବୋଲି କେନ୍ଦ୍ରାପଡା ପୁସ୍ତକମେଳାର ୬ଷ୍ଠ ସନ୍ଧ୍ୟାରେ ମତପ୍ରକାଶ ପାଇଛି । ପ୍ରଥମ ଅଧିବେଶନରେ କବିତାରେ ଯୁବସ୍ୱର ‘କଳରବ’ ୧୫ଜଣ ଯୁବକବିଙ୍କ କାବ୍ୟ ସୃହନୀ ଅନୁଷ୍ଠିତ ହୋଇଥିଲା । ସାହିତ୍ୟ ଆଜିକାଲି (ଏକ ଦିନ ତମାମ ସୃଜନ ମନ୍ଥନ) କାର୍ଯ୍ୟକ୍ରମରେ ଦେବଦତ୍ତ ମିଶ୍ର, ସଂଗ୍ରାମ ମହାରଣା, ପବିତ୍ର ସାହୁ, ଦୁଃଲଭ ରାଉତ, ସୁବ୍ରତ ପାତ୍ର, ରାଜେନ୍ଦ୍ର ମହାପାତ୍ର, ଗୋଲାପ ରାଉତ, ପ୍ରିୟଙ୍କାପ୍ରିୟଦର୍ଶିନୀ ସ୍ୱାଇଁ, ଲିଜା ପଣ୍ଡା, ପୂଜାଶ୍ରୀ ସେଠୀ, ସୁହାନୀ ରାଉତ, ରଜନୀକାନ୍ତ ଦାସ, ବିକାଶି ପ୍ରିୟଦର୍ଶିନୀ ରାଉତ, ପ୍ରଜ୍ଞା ପ୍ରତିଭା, ସୁଭସ୍ମିତା ଦାସ କବି ମାନଙ୍କ ଦ୍ୱାରା କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ କବି ମାତୃଦତ୍ତ ମହାନ୍ତିଙ୍କ ସଂଯୋଜନାରେ ଆୟବା ବିଜ୍ଞାନ କଲେଜର ଅଧ୍ୟକ୍ଷ ଡ. ବିନାୟକ ପ୍ରଧାନ ଓ କେମର ସଭାପତି ଅକ୍ଷୟ ପାଣି ଯୋଗଦେଇଥିଲେ । ସେହିପରି ଦ୍ୱିତୀୟ ଅଧିବେଶନ ଡ. ବିରଜା ରାଉତରାୟଙ୍କ ସଂଯୋଜନାରେ ସମ୍ବାଦ ପୃଷ୍ଠାରେ ସାହିତ୍ୟ ‘ଅସ୍ତିତ୍ୱର ଶେଷ ଶିଖା ଓ ଗଣମାଧ୍ୟମର ଛାପା ସାହିତ୍ୟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗେଟୱ ଅଫ ଓଡିଶାର ସମ୍ପାଦକ ବିଶିଷ୍ଟ କବି ଶତୃଜିତ, ଉତ୍କଳ ଘଣ୍ଟ ହାସ୍ୟ ପ୍ରତିକାର ସମ୍ପାଦକ ଗିରିଶ ଚନ୍ଦ୍ର ସାହୁ, ସାମାଜ ବିଜ୍ଞାନୀ ରଞ୍ଜିତ ସେନାପତି, ଅଧ୍ୟାପକ ତପନ ପତି ଯୋଗଦେଇ କବିତା ପାଠୋତ୍ସବ କରିଥିଲେ । ତୃତୀୟ ଅଧିବେଶନରେ କବିତାରେ ସାତଭାୟା ‘ଅବ୍ୟକ୍ତ କ୍ଷତର ନାନାବାୟା’ ଆଲୋଚନା ଚକ୍ରରେ ଡ. ଯତିନ୍ଦ୍ର କୁମାର ରାଉତ ସଂଯୋଜନା କରିଥିଲେ । ଏହି ଅଲୋଚନା ଚକ୍ରରେ ଡ. ବିରଜା ରାଉତରାୟ, ପ୍ରେମାନନ୍ଦ ଖଣ୍ଡୁଆଳ ଅତିଥି ଭାବେ ଯୋଗଦେଇ ଆଲୋଚନା କରିଥିଲେ । ଚତୁର୍ଥ ଅଧିବେଶନରେ ‘ଛନ୍ଦହୀନ ସମୟର ଅସହାୟ ପ୍ରତିବେଦନ’ କବିତା ଆଜିକାଲି ଶିର୍ଷକ ଆଲୋଚନା ଚକ୍ରରେ ବିଶିଷ୍ଟ କବି ଓ ସମ୍ପାଦକ ସୁବ୍ରତ କୁମାର ଦାସ ସଂଯୋଜନା କରିଥିଲେ । ଏଥିରେ ବରିଷ୍ଠ କବି ପ୍ରଦିପ ବିଶ୍ୱାଳ, କବି ଧନଞ୍ଜୟ ସ୍ୱାଇଁ, କବୟତ୍ରୀ ନବଜ୍ୟେତି ରାୟ,କବି ବୃନ୍ଦାବନ ଦାସ ଅତିଥି ଭାବେ ଯୋଗଦେଇ ଆଲୋଚନା କରିଥିଲେ । ପଞ୍ଚମ ଅଧିବେଶନରେ ଗପ ଆଜିକାଲି “ଅଳପ ସପନ ବିଳାପ ବେଶୀ” ଆଲୋଚନା ଚକ୍ରରେ ଅତିଥି ଭାବରେ ବିଶିଷ୍ଟ କଥାଶିଳ୍ପୀ ଓ ସ୍ତମ୍ଭକାର ରାଜ୍ୟବଦ୍ଧର୍ନ ଧଳ ମହାପାତ୍ର, ବିଶିଷ୍ଟ କଥାଶିଳ୍ପୀ ଓ ସ୍ତମ୍ଭକାର ଡଃ ବାସନ୍ତୀ ମହାନ୍ତି, ବିଶିଷ୍ଟ କଥାଶିଳ୍ପୀ ଓ ସ୍ତମ୍ଭକାର ଅନୀଲ ପାଢ଼ୀ, ବିଶିଷ୍ଟ କଥାଶିଳ୍ପୀ ଡ. ମମତାମୟୀ ଚୌଧୁରୀ ଯୋଗଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ କେମର ସଭାପତି ଅକ୍ଷୟ ପାଣି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବ୍ଲାକ ଇଗଲ ଦ୍ୱାରା ପ୍ରକାଶିତ ଡ. ବିରଜା ରାଉତରାୟଙ୍କ ପୁସ୍ତକ “ନିବନ୍ଧ ସଂକଳନ ସ୍ମୃତିରେ ବର୍ଣ୍ଣାଳୀ” ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଶେଷରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଆଜିର ପୁସ୍ତକ ମେଳାରେ ବିଶିଷ୍ଠ କଥାକାର ରାମଚନ୍ଦ୍ର ବେହେରା ଉପସ୍ଥିତ ଥିବା ବେଳେ ସମ୍ପାଦକ ଏମଡି ଜାହିଦ ଖାନ, ଉପ ସଭାପତି ସରୋଜ ସାହୁ, ସହ ସମ୍ପାଦକ ପ୍ରତାପ ସ୍ୱାଇଁ, ବିଜୟ କୁମର ସାହୁ, ପାର୍ଥ ସାରଥୀ ରାଉତରାୟ, ବିକାଶ ଚନ୍ଦ୍ର ସ୍ୱାଇଁ, ସାନ୍ତନୁ ମଲ୍ଲିକ, ବଂଶିଧର ମହାନ୍ତି, ରାଜେନ୍ଦ୍ରା ମହାପାତ୍ର, ରମେଶ ଚନ୍ଦ୍ର ବେହେରା ପ୍ରମୁଖ ପରିଚାଳନା କରିଥିଲେ ।


Leave a Reply

Your email address will not be published. Required fields are marked *

Discover more from

Subscribe now to keep reading and get access to the full archive.

Continue reading