କବୟିତ୍ରୀ ଅନ୍ନପୂର୍ଣ୍ଣା ମହାନ୍ତି ପୁସ୍ତକମେଳା ସାହିତ୍ୟ ସମ୍ମାନରେ ସମ୍ମାନୀତ



କେନ୍ଦ୍ରାପଡା ୧୪/୧ : କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜରର୍ଜ (କେମ୍‌) ପୁସ୍ତକମେଳା ଶ୍ରେଷ୍ଠ ସାହିତ୍ୟ ସମ୍ମାନ ସହରସ୍ଥ ମାଧପୁର ଗ୍ରାମର ବରିଷ୍ଠ କବୟିତ୍ରୀ ଓ କଥାକାର ଅନ୍ନପୂର୍ଣ୍ଣା ମହାନ୍ତିଙ୍କୁ କେନ୍ଦ୍ରାପଡ଼ା ତ୍ରୟୋବିଂଶତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକ ମେଳାରେ ସମ୍ମାନୀତ କରାଯାଇଛି । ଶ୍ରୀମତୀ ମହାନ୍ତି ଓଡ଼ିଆ ସାହିତ୍ୟରେ ଦଶନ୍ଧିରୁ ଉର୍ଦ୍ଧ୍ୱକାଳ ବ୍ୟାପୀ ନିରବଧୂ ଯୋଗଦାନ ନିମନ୍ତେ ‘ଶ୍ରାବଣୀ ସାହିତ୍ୟ ସଂସଦ’ଠାରୁ ଆରମ୍ଭ କରି ‘ଗୋକର୍ଣିକା କବିତା ସମ୍ମାନ’, ‘ଜାଗରୂକ ସମ୍ମାନ’ ଓ ‘ରାଉରକେଲା ସାହିତ୍ୟ ଅନୁଷ୍ଠାନ’ ପରି ଏକାଧିକ ଦାଣୀପୀଠ ରଚନା କରିଥିବାରୁ ସମ୍ମାନ ଓ ସ୍ୱୀକୃତି ଲାଭ କରିଛନ୍ତି। ସେହିପରି ଏକାଧିକ କାବ୍ୟ ଓ ଗଛଗ୍ରନ୍ଥ ସହ ମୌଳିକ ଉପନ୍ୟାସ ରଚନା କ୍ଷେତ୍ରରେ ସୃଜନ ଦକ୍ଷତା ବେଶ୍ ସ୍ପଷ୍ଟ ଓ ପାଠକାଦୃତ ହୋଇଥିଲେ। ବିଶେଷକରି ନାରୀ ଜୀବନର ସୀମିତ ବଳୟ ମଧ୍ୟରେ ବୃହତ୍ତର ଆକାଂକ୍ଷାର ପ୍ରତିବେଦନ କରି ଓଡ଼ିଆ ସାହିତ୍ୟକୁ ଅବଦାନ ପାଇଁ ତ୍ରୟୋବିଂଶତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳା-୨୦୨୬ର ଉଦ୍‌ଯାପନ ଦିବସରେ କେମ୍‌ର ସଭାପତି ଅକ୍ଷୟ ପାଣିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ମୁଖ୍ୟବକ୍ତା ଆଲାସ୍କା ବିଶ୍ୱବିଦ୍ୟାଳୟ ପ୍ରଫେସର ଡଃ ଦେବେନ୍ଦ୍ର କୁମାର ଦାସ, ସମ୍ମାନିତ ଅତିଥି ବରିଷ୍ଠ କବି ନିରାକାର ଦାସ , ସ୍ୱତନ୍ତ୍ର ଅତିଥି ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକାରୀ ସୁଧାକର ସାହୁ, ସମ୍ପାଦକ ଜାହିଦ ଖାନ ଯୋଗଦେଇ ଶ୍ରୀମତୀ ମହାନ୍ତିଙ୍କୁ ଏହି ସମ୍ମାନରେ ସମ୍ମାନୀତ କରିଥିଲେ ।


Next Post

ପୁସ୍ତକମେଳାରେ ଦିବ୍ୟାଙ୍ଗ କଣ୍ଠଶିଳ୍ପୀଙ୍କ ସଙ୍ଗୀତ ପରିବେଷଣ

Wed Jan 14 , 2026
କେନ୍ଦ୍ରାପଡା ୧୪/୧- ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳାର ଉଦଯାପନୀ ଦିବସରେ ପୁନର୍ବାସ ପକ୍ଷରୁ ଭିନ୍ନକ୍ଷମଙ୍କ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ପୁନର୍ବାସ ଅନୁଷ୍ଠାନ ପକ୍ଷରୁ ଦୃଷ୍ଟିବାଧିତ ଦିବ୍ୟାଙ୍ଗ କଣ୍ଠଶିଳ୍ପୀଙ୍କ ଏକ ନିଆରା ସଙ୍ଗୀତ ଆସର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅଂଶ ଗ୍ରହଣ କରିଥିବା ଆକାଶବାଣୀ ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ରଞ୍ଜିତ ରଞ୍ଜନ ନାୟକ ଓ ଆଶା ବାହାଦୂର ଏବଂ ବାଦ୍ୟଯନ୍ତ୍ର ଶିଳ୍ପୀ ସୌମ୍ୟ ରଞ୍ଜନ ସାହୁ, ଭୀଷ୍ମ କୁମାର ଓ ରାଜ୍ ସାହୁ […]

KANIKA