ପିଏମଶ୍ରୀ କୋରୋ ଉଚ୍ଚ ବିଦ୍ୟାଳୟରେ ,ରାଜ୍ୟ ପୁରସ୍କାର ଟେଷ୍ଟ କ୍ୟାମ୍ପ



କେନ୍ଦ୍ରାପଡ଼ା,୧୪ା୧:ପିଏମଶ୍ରୀ କୋରୋ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟରେ କେନ୍ଦ୍ରାପଡ଼ା ଜିଲ୍ଲାର ଭାରତ ସ୍କାଉଟସ ଆଣ୍ଡ ଗାଇଡସ ପକ୍ଷରୁ ତିନିଦିନିଆ ରାଜ୍ୟ ପୁରସ୍କାର ପରୀକ୍ଷା ଶିବିର ଉଦଯାପିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନଶିକ୍ଷକ ସୋମନାଥ ମହାପାତ୍ର ଓ ସ୍କାଉଟ ମାଷ୍ଟର ଜଗନ୍ନାଥ ପ୍ରସାଦ ଉପାଧ୍ୟାୟଙ୍କ ସହଯୋଗରେ ଆରମ୍ଭ ହୋଇଥିବା ଏହି ଶିବିରରେ ପରୀକ୍ଷକ ଭାବରେ ବିଏସଜି ଓଡିଶା ରାଜ୍ୟ ମୁଖ୍ୟାଳୟରୁ ସନ୍ତୋଷ ଦେଓ ଏବଂ ଲଷ୍ମୀଧର ମହାପାତ୍ର ଯୋଗଦେଇ ପରୀକ୍ଷା ପରିଚାଳନା କରିଥିଲେ। ଜିଲ୍ଲା ସ୍କାଉଟ୍ସ ଟ୍ରେନିଂ କମିଶନର ସରୋଜକାନ୍ତ ବିଶ୍ୱାଳ ଓ ଗାଇଡ୍‌଼ ଟ୍ରେନିଂ କମିଶନର ହରପ୍ରିୟା କରଙ୍କ ସଂଯୋଜନାରେ ଆରମ୍ଭ ହୋଇଥିବା ଶିବିରର ପ୍ରଥମ ଦିନରେ ଜିଲ୍ଲା ସ୍କାଉଟ କମିଶନର ପୀତବାସ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ପ୍ରଥମ ଦିନରେ ଜିଲ୍ଲାର ୧୩ଟି ବିଦ୍ୟାଳୟରୁ ୧୬୮ ଜଣ, ଦ୍ୱିତୀୟ ଦିନ ୧୪ସ୍କୁଲରୁ ୧୭୯ଜଣ ଓ ଶେଷଦିନ ୧୫ଟି ସ୍କୁଲରୁ ୧୯୯ ଜଣ ଛାତ୍ରଛାତ୍ରୀ ସ୍କାଉଟ୍ସ ଆଣ୍ଡ ଗାଇଡସ ଶିବିରରେ ଯୋଗଦେଇ ରାଜ୍ୟ ପୁରସ୍କାର ପରୀକ୍ଷା ଦେଇଥିଲେ। ଜିଲ୍ଲା ବିଏସଜି ଯୁଗ୍ମ ସମ୍ପାଦକ ଜ୍ୟୋତିର୍ମୟ ନାୟକ, ସ୍କାଉଟ ସାଙ୍ଗଠନିକ କମିଶନର ଦେବରାଜ ନାୟକ ଓ ଜିଲ୍ଲାର ସମସ୍ତ ସ୍କାଉଟ ମାଷ୍ଟର ଓ ଗାଇଡ କ୍ୟାପଟେନ ମାନେ ଶିବିରକୁ ସମ୍ପୂର୍ଣ୍ଣ ଭାବେ ସଫଳ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading