- ପଟ୍ଟାମୁଣ୍ଡାଇରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ପଟ୍ଟାମୁଣ୍ଡାଇ ତା ୨୦/୩-ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ,ବ୍ଲକ ଉପାଧକ୍ଷା ଜୟନ୍ତୀ ସ୍ୱାଇଁ, ପଟ୍ଟାମୁଣ୍ଡାଇ ବିଡ଼ିଓ ଶୀତଲ ଅଗ୍ରୱାଲ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେହୁରା,ବଳଭଦ୍ରପୁର ସରପଞ୍ଚ ପ୍ରିୟବ୍ରତ ଓଝା, ବଡ଼ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀ,ଖଣତା ସରପଞ୍ଚ ଅନିଲ ଲେଙ୍କା, ବାଛରା…
- ଡାଲମା ହଣ୍ଡାରେ ସାପ , ଲୋକେ ଆତଙ୍କିତ , ସ୍ୱାସ୍ଥ୍ୟକେନ୍ଦ୍ରରେ ଶତାଧିକ ଲୋକଙ୍କ ଭିଡ଼
ପଟ୍ଟାମୁଣ୍ଡାଇ ତା ୧୯/୩- ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଆୟୋଜିତ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଘଟଣ ଦେଖିବାକୁ ମିଳିଛି । ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସ୍ତୁତ प्रसाद ଡାଲମା ହଣ୍ଡାରେ ସାପ ଦେଖିବାକୁ ମିଳିଥିଲା । ଡାଲମା ଖାଇଥିବା ଲୋକମାନେ ଭୟଭୀତ ହୋଇପଡ଼ିଥିବା ବେଳେ ସାଧାରଣରେ ଆତଙ୍କ ଦେଖା ଦେଇଥିଲା । ବିଷାକ୍ତ ସାପ ପଡ଼ିଥିବା ଡାଲମା ଖାଇଥିବା ଶତାଧିକ ଲୋକ ଭୟ ଭୀତ ହୋଇ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭିଡ଼ କରିଥିଲେ…
- ଏମଏନ ହାଇସ୍କୁଲ ୧୯୯୦ ବ୍ୟାଚ ବିଦ୍ୟାର୍ଥୀଙ୍କ ଗୁରୁ ପୂଜନ ବନ୍ଧୁ ମିଳନ
ପଟ୍ଟାମୁଣ୍ଡାଇ ୧୦/୩ – ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲ ୧୯୯୦ ମାଟ୍ରିକ ବ୍ୟାଚ ଛାତ୍ରୀଛାତ୍ରଙ୍କ ପକ୍ଷରୁ ଗୁରୁପୂଜନ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ରଞ୍ଜନ ନାୟକ ଏବଂ ଦେବାଶିଷ ଦାସଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ପ୍ରାକ୍ତନ ଶିକ୍ଷକ ଖଗେଶ୍ୱର ପରିଡା, କୃଷ୍ଣ ଚନ୍ଦ୍ର ପଣ୍ଡା, ପରୀକ୍ଷିତ ରାୟ ସଂଯୁକ୍ତା କୁଣ୍ଡ, ବଳରାମ ବିଶ୍ୱାଳ, ରବୀନ୍ଦ୍ର ସାହୁ, ଚତୃର୍ଭୁଜ ରାଉଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ…
- ଶ୍ରୀ ସ୍ୱୟଂପ୍ରଭା ଗଣବିବାହ ସେବା ସମିତି ପକ୍ଷରୁ ଆଦର୍ଶ ବିବାହ ଆୟୋଜନ
ପଟ୍ଟାମୁଣ୍ଡାଇ ୧୦/୩ – ଓଡ଼ିଶା ସରକାର କନ୍ୟା ବିବାହ ଯୋଜନା ଅଧୀନରେ ବିବାହ ପାଇଁ ଆର୍ôଥକ ସହାୟତା ଯୋଗାଇ ଦେଉଛନ୍ତି। ଏଥିନେଇ କନ୍ୟାକୁ ୫୧ ହଜାର ସହାୟତା ରାଶି ସିଧାସଳଖ ବ୍ୟାଙ୍କଖାତାକୁ ପ୍ରଦାନ କରାଯାଉଛି। ହେଲେ ପଟ୍ଟାମୁଣ୍ଡାଇ ଅଂଚଳର ଏକ ସାମାଜିକ ଅନୁଷ୍ଠାନ ଶ୍ରୀ ସ୍ୱୟଂ ପ୍ରଭା ଗଣବିବାହ ସେବା ସମିତି ପକ୍ଷରୁ ଗରିବ ପୁଅ-ଝିଅଙ୍କ ବିବାହ ପାଇଁ ଆର୍ôଥକ ଓ ସାମଗ୍ରୀକ ସହାୟତା ପ୍ରଦାନ କରି ବିବାହ ଆୟୋଜନ, ଆର୍ôଥକ ସହାୟତା ଦେଇ ବର-କନ୍ୟାଙ୍କୁ ବିଦାୟୀ…
- ମଣ୍ଡିରେ ଧାନ ସଂଗ୍ରହ ପାଇଁ ସମୀକ୍ଷା ବୈଠକ
କେନ୍ଦ୍ରାପଡ଼ା,୧୦ା୩:ଆଜି ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୨୦୨୫–୨୬ ଖରିଫ ବର୍ଷର ଧାନ ସଂଗ୍ରହ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ମୋଟ ୧୬,୧୨,୦୦୦ କୁଇଣ୍ଟାଲ ଧାନ ସଂଗ୍ରହର ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଥିବା ବେଳେ ଆଜି ସୁଦ୍ଧା ୧୨, ୬୧, ୪୭୩ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ଏପର୍ଯ୍ୟନ୍ତ ଜିଲ୍ଲାର ୩୭,୩୯୯ ଜଣ ଚାଷୀ ଧାନ ବିକ୍ରୟ କରିସାରିଛନ୍ତି। ଏହି…
- ଭିକାରୀ ଚରଣ ଦାସଙ୍କ ପୁରାଣ ଗଳ୍ପ ‘ରାତି ପାହିଲେ ନାରାୟଣ ମରିବେ’ ପୁସ୍ତକ ଉନ୍ମୋଚନ
ପଟ୍ଟାମୁଣ୍ଡାଇ ୯/୩ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌର ଅଡିଟୋରିୟମ ଭବନରେ କର୍ମକାଣ୍ଡ ନିପୁଣ ଓ କଳା ସହିତ୍ୟର ପୁରୋହିତ ଭିକାରୀ ଚରଣ ଦାସଙ୍କ ପୁରାଣ ଗଳ୍ପ ‘ରାତି ପାହିଲେ ନାରାୟଣ ମରିବେ’ ପୁସ୍ତକ ରବିବାର ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଗାଳ୍ପିକା ଅବନ୍ତି ବେହେରାଙ୍କ ପୁସ୍ତକ ଅର୍ଗଳିରେ ବେକ ମଧ୍ୟ ଉନ୍ମୋଚିତ ହେବା ସହିତ ବାପା ଉପରେ ଆଧାରିତ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅବଶରପ୍ରାପ୍ତ ବରିଷ୍ଠ ଜନସମ୍ପର୍କ ଅଧିକାରୀ ନିରାକାର ଦାସଙ୍କ ସଭାପତିତ୍ୱରେ…
- କେନ୍ଦ୍ରାପଡା ରଗବି ଫୁଟବଲ ଆସୋସିଏସନର ବଡ଼ ସଫଳତା
କେନ୍ଦ୍ରାପଡା ୯/୩- ଚଳିତ ବର୍ଷ ମାର୍ଚ୍ଚରେ ଭୂବନେଶ୍ୱର କଳିଙ୍ଗ ଷ୍ଟାଡିଅମ ରେ ଅନୁଷ୍ଠିତ ହେବାକୁ ଯାଉଥିବା ଜାତୀୟ ରଗବି ସିନିଅର ଚାମ୍ପିୟନସିପ ୨୦୨୬ ରେ କେନ୍ଦ୍ରାପଡା ରଗବି ଫୁଟବଲ ଆସୋସିସନରୁ ମୋନାଲିସା ନାୟକ, ସିପା ସେଠି, ଶୁଭଲକ୍ଷ୍ମୀ ବାରିକ ତିନି ଜଣ ମହିଳା ଖେଳାଳୀ ସ୍ଥାନ ପାଇଛନ୍ତି। କେନ୍ଦ୍ରାପଡା ର ଅରୁଆକଦଳୀବଣ ସ୍ଥିତ ବାଳାଶ୍ରମ, ମାର୍ଶାଘାଇ ବାଲିକୁଦା, ପତ୍ରପୁର ଓ ପଟାମୁଣ୍ଡାଇ ଏମ ନ ହାଇସ୍କୁଲ ଠାରେ ପିଲାମାନେ ଆସୋସିଏସନ ତତ୍ୱାବଧାନରେ ଅଭ୍ୟାସ କରି ଆସୁଥିଲେ। କେନ୍ଦ୍ରାପଡା…
- କେନ୍ଦ୍ରାପଡା ଜିଲ୍ଲାରେ ଗ୍ରାମପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି
କେନ୍ଦ୍ରାପଡ଼ା,୯ା୩:ସାଧାରଣ ଲୋକଙ୍କ ଅଭିଯୋଗ ଗୁଡିକର ଶୀଘ୍ର ସମାଧାନ ଓ ଶାସନ ସେବାକୁ ଗ୍ରାମସ୍ତରରେ ସୁଦୃଢ଼ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତା ୧୧. ୦୩. ୨୦୨୬ (ବୁଧବାର) ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଲୋକେ ନିଜର ଅଭିଯୋଗ ଗୁଡିକୁ ସିଧାସଳଖ ପ୍ରଶାସନ ସମ୍ମୁଖରେ ଉପସ୍ଥାପନ କରିପାରିବେ ଓ ବିଭିନ୍ନ ସରକାରୀ ଯୋଜନା ତଥା ସେବା ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇପାରିବେ। ଏଠାରେ ସୂଚନା…
- କେନ୍ଦ୍ରାପଡା ଷଷ୍ଠ ଜିଲ୍ଲା ପରିଷଦର ଅଷ୍ଟମ ସାଧାରଣ ବୈଠକ
କେନ୍ଦ୍ରାପଡ଼ା,୯ା୩:କେନ୍ଦ୍ରାପଡା ଷଷ୍ଠ ଜିଲ୍ଲା ପରିଷଦର ଅଷ୍ଟମ ସାଧାରଣ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସଭାପତି ସୁଶ୍ରୀ ଲିଲିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଆଳି ବିଧାୟକ ପ୍ରତାପକେଶରୀ ଦେବ, ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲାପାଳ ରଘୁରାମ ଆର.ଆୟର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଜିଲ୍ଲା ଶିକ୍ଷାଧିକାରୀ ପବିତ୍ରମୋହନ ବାରିକଙ୍କ ସମେତ ଲାଇନ୍ଡିପାର୍ଟମେଣ୍ଟର…
- ତୁଳସୀ ମହିଳା କଲେଜରେ ଆନ୍ତର୍ଜାତୀୟ ମହିଳା ଦିବସ
କେନ୍ଦ୍ରାପଡ଼ା,୯ା୩:ତୁଳସୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ବାସନ୍ତୀ ଶୁକ୍ଳାଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ନାରୀ ସଶକ୍ତିକରଣ ସମ୍ପର୍କରେ ଅଧ୍ୟକ୍ଷା ଡ. ଶୁକ୍ଳା ଏକ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ। ନାରୀ ନିଜର ଆତ୍ମବିଶ୍ୱାସ, ସାହସ ଓ କାର୍ଯ୍ୟଦକ୍ଷତା ମାଧ୍ୟମରେ ସଫଳତା ପାଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଓଡିଆ ବିଭାଗ ମୁଖ୍ୟ ପ୍ରାଧ୍ୟାପିକା ଡ. ଏଲୋରା କବି ନାରୀମାନେ ସୁରକ୍ଷିତ ହେଲେ ସମଗ୍ର ସମାଜର ଉନ୍ନତି ହୋଇପାରିକ ବୋଲି କହିଥିଲେ। ମହାବିଦ୍ୟାଳୟର ପ୍ରଶାସନିକ…