
ପଟ୍ଟାମୁଣ୍ଡାଇ ତା ୨୦/୩-ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ,ବ୍ଲକ ଉପାଧକ୍ଷା ଜୟନ୍ତୀ ସ୍ୱାଇଁ, ପଟ୍ଟାମୁଣ୍ଡାଇ ବିଡ଼ିଓ ଶୀତଲ ଅଗ୍ରୱାଲ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେହୁରା,ବଳଭଦ୍ରପୁର ସରପଞ୍ଚ ପ୍ରିୟବ୍ରତ ଓଝା, ବଡ଼ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀ,ଖଣତା ସରପଞ୍ଚ ଅନିଲ ଲେଙ୍କା, ବାଛରା ସରପଞ୍ଚ ରଂଜିତା ସାହୁ, ଶ୍ରୀରାମପୁର ସରପଞ୍ଚ ସସ୍ମିତା ସେଠୀ, ବଡ଼ମୂଳବସନ୍ତ ସମିତି ସଭ୍ୟା ସ୍ମୃତିମୟୀ ମଲିକ ଓ ନରସିଂହପୁର ସମିତି ସଭ୍ୟା ରାଜଶ୍ରୀ ବେହେରା ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇ ଭିନ୍ନକ୍ଷମମାନେ ସଶକ୍ତ ହେଲେ ଦେଶ ଓ ରାଜ୍ୟର ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଵି ଏସ ଏସ ଓ ସୁଧାଂଶୁ ଶେଖର ପ୍ରଧାନ ସ୍ୱାଗତଭାଷଣ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଅମ୍ବିକା ପଟନାୟକ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ବଡ଼ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀ ଧନ୍ୟବାଦ ଦେଇଥିଲେ । ଏହି ଶିବିରରେ ଅସ୍ଥିଶଲ୍ୟ, ଶିଶୁ, ମାନସିକରୋଗ ଚକ୍ଷୁ,ଅସ୍ତ୍ରୋପଚାର ଆଦି ବିଭିନ୍ନ ବିଭାଗରେ ୨୬୯ ଭିନ୍ନକ୍ଷମ ପଞ୍ଜିକରଣ କରିଥିଲେ । ସେଥି ମଧ୍ୟରୁ ୨୧୬ ଭିନ୍ନକ୍ଷମଙ୍କୁ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ପରୀକ୍ଷା କରିଥିବା ୨୧୬ ଭିନ୍ନକ୍ଷମଙ୍କ ମଧ୍ୟରେ ମାନସିକ ବିକୃତ ୩୭,ଦୃଷ୍ଟି ବାଧିତ ୨୫, ଶ୍ରବଣବାଧିତ ୩୦ ଅସ୍ଥିଶଲ୍ୟ ୯୮ ଓ ଶିଶୁ ୨୬ଜଣ ସାମିଲ ଥିଲେ । ବିଭିନ୍ନ ବିଭାଗର ୨୧୬ ଭିନ୍ନକ୍ଷମଙ୍କୁ ଶିଶୁରୋଗ ବିଶେଷଜ୍ଞ ଡା ରଶ୍ମି ରଞ୍ଜନ ମହାନ୍ତି,ଅସ୍ଥିଶଲ୍ୟ ବିଭାଗ ଡା ସତ୍ୟପ୍ରକାଶ ମହାପାତ୍ର ଓ ଅଭିଷେକ ଦ୍ବିବେଦୀ, ଭେଷଜ ବିଭାଗ ଡା ସଂଜିତ କୁମାର ସେଠୀ ଓ ଡା ସରୋଜ ପୃଷ୍ଟି, କର୍ଣ୍ଣ ନାଶା ଗଳା ବିଶେଷଜ୍ଞ ଡା ଅସିତ କୁମାର ବିଶ୍ୱାଳ, ଚକ୍ଷୁ ରୋଗ ବିଶେଷଜ୍ଞ ଡା ସତ୍ୟସୁନ୍ଦର ବିଶ୍ୱାଳ ଓ ମାନସିକ ରୋଗ ବିଶେଷଜ୍ଞ ଡା ସଚ୍ଚିଦାନନ୍ଦ ନାୟକ, ଅଡିଓଲଜିଷ୍ଟ ଚନ୍ଦନ ବେହେରା,ଅସ୍ଥିଶଲ୍ୟ ସହକାରୀ ସତ୍ୟବ୍ରତ ଜେନା,ସାଇକୋଲଜିଷ୍ଟ ସ୍ୱପ୍ନା ମଞ୍ଜରୀ ଦାଶ, କ୍ଲିନିକାଲ ସାଇକୋଲଜିଷ୍ଟ ଶ୍ରଦ୍ଧାଞ୍ଜଳି ମହାନ୍ତି ପ୍ରମୁଖ ଭିନ୍ନକ୍ଷମମାନଙ୍କୁ ପରୀକ୍ଷା ନିରୀକ୍ଷା କରିଥିଲେ । ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ପଂଚାୟତର ସରପଞ୍ଚ,ସମିତି ସଭ୍ୟ, ପିଇଓ,ଜି ଆର ଏସ ଓ ମେଡିକାଲ କର୍ମଚାରୀ ଯୋଗ ଦେଇଥିଲେ । ଏହି ଶିବିରକୁ ପଟ୍ଟାମୁଣ୍ଡାଇ ବ୍ଲକ ବି ଏସ ଏସ ଓ ସୁଧାଂଶୁ ଶେଖର ପ୍ରଧାନ, କାର୍ଯ୍ୟକ୍ରମ ସହାୟକ ଅମ୍ବିକା ପ୍ରସାଦ ମହାନ୍ତି,ପି ଇ ଓ ଅନନ୍ତ ବିଶ୍ୱାଳ,ପ୍ରଭାତ ମଲିକ, ଅଶୋକ ଜେନା, ତପନ ପ୍ରଧାନ, ଜ୍ୟୋତି ରଞ୍ଜନ ସାମଲ ଓ ସର୍ବେଶ୍ୱର ବରାଳ ପରିଚାଳନା କରିଥିଲେ ।










