ପଟ୍ଟାମୁଣ୍ଡାଇର ବିଭିନ୍ନ ସ୍ଥାନରେ ଓଡିଶା ଦିବସ ପାଳିତ


  • ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ସରକାରୀ କାର୍ଯ୍ୟକ୍ରମ ଭାବେ ଓଡ଼ିଶା ଦିବସ ଆରମ୍ଭ ହୋଇଥିଲା
  • ସଂପ୍ରତି ଇଂଲିଶ୍ ଏବଂ ହିନ୍ଦୀ ଭାଷା ପ୍ରଭାବରେ ଓଡ଼ିଆ ଏକପ୍ରକାର ଅଣନିଃଶ୍ୱାସୀ
  • ଓଡିଶାର ବରପୁତ୍ର ବିଜୁ ବାବୁଙ୍କ ସମ୍ମାନକୁ ନେଇ ରାଜ୍ୟ ସାରା ବିରୋଧର ସ୍ୱର ଦିଲ୍ଲୀ ପର୍ଯ୍ୟନ୍ତ ଶୁଣାଯାଇଛି

ପଟ୍ଟାମୁଣ୍ଡାଇ ୧.୪ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ସ୍ଥାନରେ ବହୁ ଉତ୍ସାହର ସହ ଓଡ଼ିଶା ଦିବସ ପାଳନ କରାଯାଇଛି। ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ସଭାପତି ଗୋପିବଲ୍ଲଭ ନାୟକ, ସଂପାଦକ ଆଇନଜୀବୀ ଗୋପିନାଥ ତ୍ରିପାଠୀଙ୍କ ସଂଯୋଜନାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ବରପୁତ୍ରମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ କସ୍ତୁରି କଳାନିକତନ ପରିସରରେ ଏକ ଉତ୍ସବ ଶୁଭାରମ୍ଭ କରିଥିଲେ । ଏହି ଉତ୍ସବରେ ଉପସ୍ଥିତ ଅତିଥିମାନେ ନିଜ ନିଜ ଅଭିଭାଷଣ ରଖି କହିଥିଲେ ଯେ ୧୯୩୬ ଏପ୍ରିଲ ୧ ତାରିଖରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା। ଓଡ଼ିଶା ପ୍ରଥମ ଭାଷାଭିଭିକ ରାଜ୍ୟ ଭାବେ ଗଠିତ ହୋଇଥିଲେ ସୁଦ୍ଧା ବିଧିବଦ୍ଧ ତଥା ଆନୁଷ୍ଠାନିକ ଭାବେ ସରକାରୀ ସ୍ତରରେ ଓଡ଼ିଶା ଦିବସ ଉତ୍ସବ ୧୯୭୪ ମସିହାଯାଏ ପାଳିତ ହେଉ ନ ଥିଲା। ୧୯୭୫ ମସିହାଠାରୁ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଓଡ଼ିଶା ଦିବସ ସରକାରୀ କାର୍ଯ୍ୟକ୍ରମ ଭାବେ ଆରମ୍ଭ ହେଲା। ୨୦୧୪ରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଲା । ହେଲେ ମର୍ଯ୍ୟାଦାଜନକ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ‘ଓଡ଼ିଆ’ ଯେଉଁଠି ସେଇଠି ରହିଯାଇଛି। ବରଂ ଇଂଲିଶ୍ ଏବଂ ହିନ୍ଦୀ ଭାଷା ପ୍ରଭାବରେ ଓଡ଼ିଆ ଏକପ୍ରକାର ଅଣନିଃଶ୍ୱାସୀ ହୋଇପଡ଼ିଛି । ଭାଷାର ଅଗ୍ରଗତି ପରିବର୍ତେ ଅଧୋଗତି ହୋଇପଡିଛି। ସରକାରୀ ସ୍ତରରେ ଏହାର ପ୍ରଚେଷ୍ଟା ପରିବର୍ତେ ଗତ କିଛି ଦିନ ଓଡିଶାର ବରପୁତ୍ର ବିଜୁ ବାବୁଙ୍କ ଭଳି ଜଣେ ମହାନାୟକଙ୍କ ସମ୍ପର୍କରେ ଭାଜପା ସାଂସଦ ନିଶିକାନ୍ତ ଦୁବେ ଅଶାଳୀନ ଟିପ୍ପଣୀ ଦେବାକୁ ବିକାଶ ପରିଷଦ ସଂପାଦକ ତ୍ରିପାଠୀ କଡା ନିନ୍ଦା କରିଥିଲେ । ଓଡ଼ିଶାର ଅସ୍ମିତା ଏବଂ ବିଜୁ ବାବୁଙ୍କ ସମ୍ମାନକୁ ନେଇ ରାଜ୍ୟ ସାରା ବିରୋଧର ସ୍ୱର ଦିଲ୍ଲୀ ପର୍ଯ୍ୟନ୍ତ ଶୁଣାଯାଇଛି । ଯାହା ଭାଜପା ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଦଳର ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ଦୁବେ କ୍ଷମା ମାଗିବାକୁ ବାଧ୍ୟ ହୋଇଛନ୍ତି । ଓଡିଶା ହେଉଛି କଳା, ସଂସ୍କୃତି ଓ ବାଣିଜ୍ୟର ଏକ ପ୍ରମୁଖ ସ୍ଥାନ। ତ୍ୟାଗ, ତିତିକ୍ଷା, ବୀରତ୍ୱ, ବଳିଦାନର ଏହି ଭୂମି ଏକଦା ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ରାଧାନାଥ ରାୟ, ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପରି ଓଡ଼ିଶାର ବୀରପୁତ୍ରମାନଙ୍କର ବହୁ ଗାଥା ରହିଛି । ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ ହେମନ୍ତ କୁମାର ସାହୁ, ଶିକ୍ଷୟୀତ୍ରୀ ଆରଧନା ଦାଶ, ଇଂ ତପନ ପାତ୍ର, ରିଜୁୱାନା ବେଗମ, ନବକିଶୋର ପଣ୍ଡା, ଶରତ ବିଶ୍ୱାଳ, ବାରେଣୀ ସେଠୀ, କୃପାସିନ୍ଧୁ ନାୟକ, ରାଜେନ୍ଦ୍ର ଦାଶ, ପ୍ରଭାତ ମଲିକ, ରମେଶ ମାଝି, ଅକ୍ଷୟ ସାହୁ, ଅନିଲ ଚୌଧୁରୀ ସହିତ ବହୁ କବି, ଗାଳ୍ପିକ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ ବିକାଶ ପରିଷଦର ସମ୍ପାଦକ ଗୋପିନାଥ ତ୍ରିପାଠୀ ଧନ୍ୟବାଦ ଅପର୍ଣ କରିଥିଲେ ।

ସେହିପରି ପଟ୍ଟାମୁଣ୍ଡାଇ ଓକିଲ ସଂଘ ପକ୍ଷରୁ କୋର୍ଟ ପରିସରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏଥିରେ ଓକିଲ ସଂଘ ଉପସଭାପତି ଗୋପୀନାଥ ତ୍ରିପାଠୀ, ସମ୍ପାଦକ ରବୀନ୍ଦ୍ର କୁମାର ଦାଶ, ଯୁଗ୍ମ ସମ୍ପାଦକ କୁମାର ସତ୍ୟନାରାୟଣ ନାୟକ, କୋଷାଧକ୍ଷ ଗୀତାଞ୍ଜଳି ପୃଷ୍ଟି, ପାଠାଗାର ସମ୍ପାଦକ ସିନାରାଣୀ ଓଝା, ଆଇନଜୀବୀ ଭବାନୀ ଶଙ୍କର ପଣ୍ଡା ରମେଶ ଚନ୍ଦ୍ର ଦାଶ ଜିତେନ୍ଦ୍ର ନନ୍ଦୀ ଓ ସୁନିତା ସାହୁ ପ୍ରମୁଖ ବହୁ ସଦସ୍ୟ ଯୋଗ ଦେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ଯୋଗ ଦାନ ଦେଇଥିବା ବରପୁତ୍ର ମାନଙ୍କୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଶିକ୍ଷାବିତ କଣ୍ଡୁରୀ ଚରଣ ସ୍ୱାଇଁଙ୍କ ପୌରହିତ୍ୟ ଓ ଗାଳ୍ପିକ ପ୍ରଦୀପ ନାୟକଙ୍କ ସଂଯୋଜନାରେ ଆୟୋଜିତ ଉତ୍କଳ ଦିବସ ସମାରୋହରେ ପୂର୍ବତନ ବରିଷ୍ଠ ପ୍ରଶାସକ ଡ. କେଳୁଚରଣ ସ୍ଵାଇଁ, ମଞ୍ଚ ସମ୍ପାଦକ ପ୍ରଫେସର ଭରତ ଚନ୍ଦ୍ର ପାତ୍ର ପ୍ରଫେସର କୈଳାଶ ଚନ୍ଦ୍ର ପାତ୍ର, ପ୍ରଫେସର ଗୋଲକ ମହାରଣା ପ୍ରଫେସର ପରୀକ୍ଷିତ ପାତ୍ର ପ୍ରଫେସର ନରହରି ଲେଙ୍କା ଶିକ୍ଷାବିତ ପ୍ରମୋଦ ନାୟକ ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର,ବିଜୟ ରାଉତ,ସୋମନାଥ ଷଡ଼ଙ୍ଗୀ, ଇଂ ଗୁଣଧର ସାମଲ, ଇଂ ତପନ ପାତ୍ର ନାରାୟଣ ରାଉଳ,ଅଦ୍ୟଶା ରାଉତ, ଜଗନ୍ନାଥ ନାୟକ ପ୍ରମୁଖ ଯୋଗ ଦେଇ ସ୍ୱତନ୍ତ୍ର ଉତ୍କଳ ଦିବସ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରପୁତ୍ର ମାନଙ୍କୁ ସ୍ମରଣ କରିବା ସହିତ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅଦ୍ୟାଶା ରାଉତଙ୍କୁ ସୁନ୍ଦର ବକ୍ତବ୍ୟ ପାଇଁ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଦେଇଥିଲେ . 


Next Post

ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ବିଧାୟକ ଆଗଧାଡିରେ ବସିବା ପରିବର୍ତେ ଷଷ୍ଠଧାଡିରେ ବସିଲେ , ସରକାରୀ ପ୍ରୋଟୋକଲ ଭଙ୍ଗ ,

Thu Apr 2 , 2026
କେନ୍ଦ୍ରାପଡ଼ା,୧ା୪:ଓଡ଼ିଶା ସରକାର ବିଧାନସଭା ସଦସ୍ୟ (ବିଧାୟକ) ଏବଂ ଅନ୍ୟାନ୍ୟ ଜନପ୍ରତିନିଧିମାନଙ୍କୁ ଉପଯୁକ୍ତ ସମ୍ମାନ ଦେଖାଇବା ପାଇଁ ଅମଲାତନ୍ତ୍ର ଏବଂ ପୋଲିସ ଅଧିକାରୀମାନଙ୍କୁ  ସେପ୍ଟେମ୍ବର୨୦୨୪ରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ କଡା ନିର୍ଦ୍ଦେଶ ଦେବା ସହ ପ୍ରୋଟକଲ (ପୁସ୍ତକ ସର୍କୁଲାର ୪୭)ମାନିବାକୁ କହିଥିଲେ।ମାତ୍ର ଏହା  କେନ୍ଦ୍ରାପଡା ଜିଲାର ଏକ କାର୍ଯ୍ୟକ୍ରମରେ ଉପେକ୍ଷା କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଆଲୋଚନାର ବିଷୟ ପାଲଟିଛି । ପ୍ରକାଶ ଯେ କେନ୍ଦ୍ରାପଡା […]