ବେଲତଳ ପ୍ରକଳ୍ପ ଉପ୍ରା ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ


ପଟ୍ଟାମୁଣ୍ଡାଇ ୪/୪ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବେଲତଳ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବିଶ୍ୱରଞ୍ଜନ ଦାଶଙ୍କ ତତ୍ୱାବଧାନରେ ପ୍ରବେଶ ଉତ୍ସବ ପାଳନ ଅବଶରରେ ଅତିଥି ଭାବେ କାଉନସିଲର ଗୋପିବହ୍ଲଭ ନାୟକ, ଆଇନଜୀବୀ ଗୋପିନାଥ ତ୍ରିପାଠୀ ଓ ପୂର୍ବତନ ପ୍ରଧାନ ଶିକ୍ଷୟୀତ୍ରି ଆରତୀ ଭଳ ପ୍ରମୁଖ ଯୋଗଦେଇ ଖଡିଛୁଆଁ ଆମ ଓଡିଆ ସଂସ୍କୃତିରେ ଏକ ପବିତ୍ର ପରମ୍ପରା ହୋଇଥିବା ବେଳେ ଗୁରୁଜନ ବ୍ରହ୍ମା,ବିଷ୍ଣୁ ଓମହେଶ୍ୱରଙ୍କ ନାମ ଉଚାରଣ କରି ହାତ ଧାରି ତିନଟି ଠ ପାକାଇ ଦେଉଥରଲେ । ସଂପ୍ରତି ଏହି ପବିତ୍ର ପରମ୍ପରାକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ କରାଯାଇଛି। ବିଦ୍ୟାଳୟରେ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ କିଭଳି ସୁସମ୍ପର୍କ ଗଢ଼ି ଉଠିବ ଏହା ଏକ ବରିଷ୍ଠ ମାଧ୍ୟମ । ଅଧାରୁ ପାଠ ଛାଡିଥିବା ଛାତ୍ରୀଛାତ୍ରମାନେ କିପରି ପଢି ପାରିବେ ସେନେଇ ସରକାର ଚିନ୍ତା ପ୍ରକଟ କରିବା ଅବଶ୍ୟକ । ସରକାର ଓଡିଆ ଭାଷା ଉପରେ ଗୁରୁତ୍ୱ ଦେବାକୁ ସେମାନେ ନିବେଦନ କରିଥିଲେ। ପରେ ଶିଶୁମାନଙ୍କୁ ସ୍ୱାଗତ କରାଯାଇ ଖଡ଼ି ଛୁଆଁ ରୀତିନୀତି ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍କୁଲ କମିଟି ସଦସ୍ୟ ରାଜେଶ ମହାରଣା, ରବିନ୍ଦ୍ର ସାହୁ, ଗୟାରାଣୀ ମହାନ୍ତି, ରଶ୍ମିତା ନାୟକ ଝଗଋଞ ଅଭିଭାବକ ଏବଂ ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସମସ୍ତ ଶିକ୍ଷୟୀତ୍ରୀ/ଶିକ୍ଷକ ଇଭା ଦାସ, ରାଜଶ୍ରୀ ତ୍ରିପାଠୀ, ଗୈତମ ସାହୁ, କୃପାସିନ୍ଧୁ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।


Next Post

କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଦିବସ

Sun Apr 5 , 2026
କେନ୍ଦ୍ରାପଡ଼ା,୪ା୪:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତର ମେହେନ୍ଦିପୁର ସ୍ଥିତ ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ସ୍କୁଲ ପ୍ରବେଶ ଓ ଖଡିଛୁଆଁ ଦିବସ ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ ବିଶିଷ୍ଟ ଅତିଥି ଓ ଜିଲ୍ଲାପାଳ ରଘୁରାମ ଆର. ଆୟର ସମ୍ମାନିତ ଅତିଥି […]