ପୁନର୍ବାସ ପକ୍ଷରୁ ବିଶ୍ୱ ଅଟିଜିମ୍ ଦିବସ ପାଳିତ



କେନ୍ଦ୍ରାପଡା ୩/୪: ଯୌଥ ପାରିବାରିକ ବ୍ୟବସ୍ଥା ବଦଳରେ ଏକକ ପରିବାରର ଆଦୃତି ଓ ଏହା ସହିତ କରୋନା ମହାମାରୀକାଳୀନ ସାମାଜିକ ବିଛିନ୍ନତା ପ୍ରଭୃତି ସମ୍ପ୍ରତି ଅଟିଜିମ ପରି ଏକ ସ୍ନାୟୁବିକାଶଗତ ବିଶୃଙ୍ଖଳତା ଦ୍ୱାରା ଶିଶୁମାନେ ବହୁ ଭାବରେ ଆକ୍ରାନ୍ତ ହେଉଛନ୍ତି । ସେଥିପାଇଁ ଏହିପରି ଏକ ବିକାଶଗତ ବିଲକ୍ଷଣ ଥିବା ଅଟିଜିମ ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଏପ୍ରିଲ ୨ ତାରିଖକୁ ବିଶ୍ୱ ଅଟିଜିମ ସଚେତନତା ଦିବସରୂପେ ପାଳନ କରାଯାଇ ଆସୁଅଛି। ଏଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ଦେଢ଼ ଦଶନ୍ଧିରୁ ଉର୍ଦ୍ଧ୍ୱକାଳ ଥେରାପି ଚିକିତ୍ସା ଯୋଗାଇଅସୁଥୁବା ପୁନର୍ବାସ ଅନୁଷ୍ଠାନ ପକ୍ଷରୁ ଏକ ସଚେତନତା ଦିବସ ପାଳନ କରାଯାଇଛି। ସ୍ଥାନୀୟ ତୁଳସୀ ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଯୁକ୍ତତିନି ଦିତୀୟବର୍ଷର ଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ବରିଷ୍ଠ ଅକ୍ୟୁପେସାନାଲ ଥେରାପିଷ୍ଟ ଗୁଞ୍ଜନସ୍ମିତା ବେହେରା ଅଟିଜିମ୍ ସଚେତନତା ଦିବସର ଚଳିତ ବର୍ଷର ତାତ୍ପର୍ଯ୍ୟକୁ ଉପସ୍ଥାପିତ କରିଥିଲେ। ଅନୁଷ୍ଠାନ ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସଂଚାଳନରେ ଅତିଥିରୂପେ ଉକ୍ତ ମହାବିଦ୍ୟାଳୟର ଓଡ଼ିଆ ବିଭାଗୀୟ ମୁଖ୍ୟ ଡ଼ ଏଲୋରା କବି, ଅଧ୍ୟାପକ ଡ଼ ଆଶୁତୋଷ ରାଉତ ଓ ଅଧ୍ୟାପିକା ଡ଼ ଝରଣା ସାହୁ ପ୍ରମୁଖ ଅଂଶଗ୍ରହଣ କରି ସଚେତନତା ମାଧ୍ୟମରେ ରୋଗର ବିସ୍ତାରକୁ ରୋକାଯାଇପାରେ ପାରେ ବୋଲି ମତପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସଂଜୀବ କୁମାର ଜେନା, ପର୍ଶୁରାମ ତ୍ରିପାଠୀ ଓ ଧରଣୀଧର ସେଠି ପ୍ରମୁଖ ଷ୍ଟାଫ୍ ପରିଚାଳନାରେ ସହାୟତା କରିଥିବା ବେଳେ ପରିଶେଷରେ ସହ ସମ୍ପାଦକ ବଂଶୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।


Next Post

ପୋଖରିଆପଡ଼ା ମା ମଙ୍ଗଳାଙ୍କ ପୀଠରେ ଝାମୁ ଯାତ୍ରା ଅନୁଷ୍ଠିତ

Thu Apr 9 , 2026
ପଟ୍ଟାମୁଣ୍ଡାଇ ୦୮/୦୪ ବହୁ କିମ୍ବଦନ୍ତୀ ବହନ କରି ଆସିଥିବା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ପୋଖରିଆପଡ଼ା ଗ୍ରାମର ମା ମଙ୍ଗଳାଙ୍କ ପୀଠରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ପୂଜକ ଜଗବନ୍ଧୁ ନାୟକ ଏବଂ ପୂଜକ ଲକ୍ଷ୍ମଣ ଦାଶ ଓ ଜିତେନ୍ଦ୍ର ଦାଶଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଝାମୁ ଯାତ୍ରାରେ ମା ମଙ୍ଗଳାଙ୍କ ଷୋଡ଼ଶ ଉପଚାର ପୂଜା, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ଘଟସ୍ଥାପନ, ହୋମ ଯଜ୍ଞାଦି କର୍ମ ଅନୁଷ୍ଠିତ ହୋଇଥିଲା। ପରମ୍ପରା ଅନୁଯାୟୀ […]