କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ବିଶିଷ୍ଟ ବାମପନ୍ଥୀ ନେତା ଦିବଂଗତ ବାବାଜୀ ପରିଡା,ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ସୁରେଶ ମଦନରାୟ,ହରେକୃଷ୍ଣ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ସ୍ଥାନୀୟ ଟାଉନ କ୍ଳବ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ମଂଚ ଉପଦେଷ୍ଟା ଡ଼ କେଳୁ ଚରଣ ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମଂଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳ,ଉପଦେଷ୍ଟା ପ୍ରଫେସର ଦୁର୍ଯ୍ୟୋଧନ ପରିଡା, ସମ୍ପାଦକ ପ୍ରଫେସର ଭରତ ଚନ୍ଦ୍ର ପାତ୍ର,କାର୍ଯ୍ୟକାରୀ ସଭାପତି କଣ୍ଡୁରୀ ଚରଣ ସ୍ୱାଇଁ,କୋଷାଧକ୍ଷ ଚତୃର୍ଭୁଜ ରାଉଳ,ଶିକ୍ଷକନେତା ବିଜୟ ସାହୁ, ଅଶୋକ ବଳ,ଗୋକୁଳ ରାଉତ,ସଞ୍ଜୟ ବର୍ମା, ରମେଶ ଦେ,ପ୍ରମୋଦ ସାହୁ, ଗନ୍ଧର୍ବ ଲେଙ୍କା, ବଂଶୀଧର ନାୟକ ଓ ପ୍ରଫୁଲ୍ଲ ପ୍ରଧାନ ଭାଷଣ ଦେଇ ଦିବଂଗତ ବାମପନ୍ଥୀ ନେତା ବାବାଜୀ ପରିଡା, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ସୁରେଶ ମଦନରାୟ ଓ ହରେକୃଷ୍ଣ ନାୟକଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ସେମାନଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସେମାନଙ୍କ ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।
kanikanews.in
Next Post
ପଟ୍ଟାମୁଣ୍ଡାଇ କଲେଜରେ କୌଶଳ ବିକାଶ କାର୍ଯ୍ୟକ୍ରମ
Wed Aug 23 , 2023
ଉତ୍କଳ ବିଶ୍ୱ ବିଦ୍ୟାଳୟ କୌଶଳ ବିକାଶ କେନ୍ଦ୍ର ଓ ପଟ୍ଟାମୁଣ୍ଡାଇ କଲେଜ ଆକ୍୍ୟୁଏସି ପଦାର୍ଥବିଜ୍ଞାନ, ରାଜନୀତିବିଜ୍ଞାନ ଓ ବାଣିଜ୍ୟ ବିଭାଗ ମିଳିତ ସହଯୋଗରେ କଲେଜ ପରିସରରେ ଏକ କୌଶଳ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟ କୌଶଳ ବିକାଶ କେନ୍ଦ୍ର ନିର୍ଦେଶକ ପ୍ରଫେସର ଅବିଦ ଅଲ୍ଲୀ ଖାନ ମୁଖ୍ୟଅତିଥି ଓ ରିସର୍ଚ୍ଚ ଆସୋସିଏଟ ଡ଼ […]
KANIKA
- 9 months ago
ସ୍କୁଲରେ ତାଲା ପକାଇଲେ ଛାତ୍ରୀଛାତ୍ର, ଅଭିଭାବକ
- 11 months ago
ଦଧିବାମନଜୀଉ ସଂସ୍କୃତ ମହାବିଦ୍ୟାଳୟରେ ସ୍ୱାଗତ ଉତ୍ସବ
- 8 months ago
ନଦୀରେ ବୁଡି ୩ ବର୍ଷର ଶିଶୁ ପୁତ୍ର ମୃତ
- 10 months ago
ଛାତ୍ରୀଙ୍କୁ ଅସଦାଚରଣ କରି ଛେଚା ଖାଇଲେ ଶିକ୍ଷକ
- 11 months ago
କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଜନ୍ମୋତ୍ସବ
- 2 years ago
ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ମଧୁ ପେନସନ ବଂଟନ