ଗୁଣ୍ଡୁଚି ବଟରେ ବିଶ୍ୱଶାନ୍ତି ମହାଯଜ୍ଞ ଉଦଘାଟିତ



କେନ୍ଦ୍ରାପଡ଼ା,୧୬ା୪:କେନ୍ଦ୍ରାପଡା ବ୍ଲକ ଅଧିନ ଗୁଣ୍ଡୁଚି ବଟରେ ବିଶ୍ୱଶାନ୍ତି ମହାଯଜ୍ଞ ଉଦଘାଟିତ ହୋଇଯାଇଛି। ଏହି ଯଜ୍ଞକୁ ଉଦଘାଟନ କରି ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ପାଞ୍ଚ ମହାଯଜ୍ଞର ବର୍ଣ୍ଣନା କରି କହିଲେ ଅନ୍ନଯଜ୍ଞ, ଜ୍ଞାନଯଜ୍ଞ, ଘୃତଯଜ୍ଞ, ନାମଯଜ୍ଞ ଓ ସେବାଯଜ୍ଞ କରିଲେ ଦେଶର ମଙ୍ଗଳ ହେବା ସହିତ ଭଲ ବର୍ଷା ହୋଇପାରିବ। ଫଳରେ ଧରିତ୍ରୀ ଶସ୍ୟଶାମଳା ହୋଇ ଭଲ ଫଳ ଫଳିବ, ବାୟୁମଣ୍ଡଳ ସୁଦ୍ଧ ହେବ ଓ ସୁଦ୍ଧ ବାତାବରଣ ହେବ। ଏହାଦ୍ୱାରା ସୁସ୍ଥ ଜୀବନ ଗଠନ ହେବ। ସୁସ୍ଥ ଜୀବନ ହେଲେ ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରିବ। ତେଣୁ ଯଜ୍ଞ କଲେ ପୃଥିବୀ ପୃଷ୍ଟରେ ଶାନ୍ତି ବଜାୟ ରହିପାରିବ। ଦେଶର ମଙ୍ଗଳ ବିଧାନ ପାଇଁ ଋଷିମୁନୀମାନେ ଅତୀତରେ ଯଜ୍ଞ କରୁଥିଲେ। ତେଣୁ ସମସ୍ତେ ଏକତ୍ରିତ ହୋଇ ଯାଗଯଜ୍ଞ କରନ୍ତୁ ଏହାଦ୍ୱାରା ସୁସ୍ଥ ପୃଥିବୀ, ସୁସ୍ଥ ସମାଜ, ସୁସ୍ଥ ପରିବେଶ ଓ ସୁସ୍ଥ ମନୁଷ୍ୟ ସୃଷ୍ଟି ହୋଇପାରିବେ ବୋଲି ଶ୍ରୀମା କହିଥିଲେ। ଏହି ଯଜ୍ଞରେ ଦୁତିଆଳ ଗ୍ରାମବାସୀବୃନ୍ଦ, ସାଧୁସନ୍ୟାସୀ ଓ ଭକ୍ତଶ୍ରଦ୍ଧାଳୁମାନେ ଉପସ୍ଥିତ ଥିଲେ। ଯଜ୍ଞ କମିଟି ଓ ଗୁଣ୍ଡୁଚି ବଟର ମାତାଜୀଙ୍କ ସହଯୋଗରେ ଏହି ଯଜ୍ଞର ଶୁଭାରମ୍ଭ କରାଯାଇଥିଲା। ଶେଷରେ ଦୈା୍ରପଦୀ ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


Next Post

ଆଜାଦ୍ କ୍ଲବ ପକ୍ଷରୁ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Thu Apr 16 , 2026
କେନ୍ଦ୍ରାପଡ଼ା,୧୬ା୪: କେନ୍ଦ୍ରାପଡା ସହରର ଫକିରାବାଦ୍ ଆଜାଦ୍ କ୍ଲବ ପକ୍ଷରୁ ଏକ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଆଜାଦ୍ କ୍ଲବର ସଭାପତି ହିବଜୁର ରହେମାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡାରେ ଏଭଳି ଟୁର୍ଣ୍ଣାମେଣ୍ଟର ଆୟୋଜନ ଦ୍ୱାରା ଯୁବବର୍ଗଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି ହେବା ସହିତ ଏହି ଜିଲ୍ଲାରେ […]