

କେନ୍ଦ୍ରାପଡ଼ା,୭ା୭:କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅଧିନ ଅଟାଳ ଗ୍ରାମପଞ୍ଚାୟତରେ ଗାଁସାଥୀ(ମେଟ) ଭାବରେ କାର୍ଯ୍ୟରତ ସୁଜାତା ପରିଡାଙ୍କୁ ପଞ୍ଚାୟତ ପକ୍ଷରୁ ଏନ. ଏମ. ଏମ. ଏସ. ଆପ୍ ପ୍ରଦାନ କରାନଯିବା ପ୍ରତିବାଦରେ ସେ ଆଜି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଶ୍ରୀମତୀ ପରିଡା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ଗତ ୨୦୦୮ମସିହାରୁ ଅଟାଳ ପଞ୍ଚାୟତରେ ଗାଁସାଥୀ(ମେଟ) ଭାବରେ ସୂଚାରୁ ରୂପେ କାର୍ଯ୍ୟ କରିଆସୁଛନ୍ତି। କିନ୍ତୁ ଏବେ ତାଙ୍କୁ ପଞ୍ଚାୟତ ପକ୍ଷରୁ ବେଆଇନ ଭାବେ ଏମଜିଏନଆରଇଜିଏସ ପ୍ରକଳ୍ପରେ କାର୍ଯ୍ୟ କରିବାକୁ ନଦିଆଯିବା ସହ ଏନ. ଏମ. ଏମ. ଏସ. ଆପ ପ୍ରଦାନ କରାଯାଉନି। ଏସମ୍ପର୍କରେ ସେ ଆଳି ବ୍ଲକରେ ହୋଇଥିବା ଜିଲ୍ଲା ସ୍ତରୀୟ ଜନ ଶୁଣାଣି ଶିବିରରେ ମଧ୍ୟ ଅଭିଯୋଗ କରିଥିଲେ। ଏହାପରେବି ତାଙ୍କୁ ପଞ୍ଚାୟତ ପକ୍ଷରୁ ଏନଏମଏମଏସ ଆପ ପ୍ରଦାନ କରାଯାଉନାହିଁ। ତେଣୁ ସେ ଆଜି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଗାଁସାଥୀ ସଙ୍ଘ ଜିଲ୍ଲା ସଭାପତି ଅନିଲ କୁମାର ଜେନାଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଏହା ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଳି ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Leave a Reply