
ଜାତୀୟ ରଗବୀରେ କେନ୍ଦ୍ରାପଡ଼ା ଜିଲା ଆସୋସିଏସନ ଖେଳାଳୀଙ୍କ କରିସ୍ମା

କେନ୍ଦ୍ରାପଡ଼ା,୧୧ା୭ : ଜାତୀୟ ସ୍ତରୀୟ ରଗବୀ ପ୍ରତିଯେଗିତା ପାଇଁ କେନ୍ଦ୍ରାପଡ଼ାର ଦୁଇଜଣ ଖୋଳାଳୀଙ୍କୁ ଚୟନ କରାଯାଇଛି। ଏହି ଦୁଇ ଖେଳାଳୀ ହେଉଛନ୍ତି ବିକ୍ରମ କୁମାର ସୋରେନ ଓ ଅଭିଜିତ ପ୍ରଧାନ। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ରାଜ୍ୟସ୍ତରୀୟ ଚୟନ ଶିବିରରେ ଦୁଇ ଖୋଳଳୀ ନିଜର ପ୍ରତିଭା ଦେଖାଇଥିଲେ। ତେଣୁ ଏହି ଦୁଇ ଖେଳାଳୀ ହାଇଦ୍ରାବାଦରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ଚାମ୍ପିୟନସିପରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ଖବର କେନ୍ଦ୍ରାପଡା ଜିଲାରେ ଖୁସିର ଲହରୀ ଖେଳି ଯାଇଛି। ଏହା ଅନ୍ୟ ରଗବୀ ପିଲାଙ୍କୁ ଉତ୍ସାହିତ କରିଛି। ସୃଷ୍ଟି ହେବା ସହିତ ରଗବି ଖେଳ ପିଲାଙ୍କ ଦୃଷ୍ଟି ଆକର୍ଷଣ ହୋଇ ପାରିଛି। ଏଥିପାଇଁ କେନ୍ଦ୍ରାପଡ଼ା ରଗବୀ ଆସୋସିଏସନ ସଭାପତି ଲୋହିତ କୁମାର ମହାନ୍ତି, ସମ୍ପାଦକ ସିଲନ କୁମାର ସାମନ୍ତରାୟ, ପ୍ରଶିକ୍ଷକ ରବୀନ୍ଦ୍ର କୁମାର ପଣ୍ଡା ଦୁଇ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଆସୋସିଏସନ ସଭାପତି ଶ୍ରୀ ମହାନ୍ତି କହିଛନ୍ତି ରଗବି ବଲ ଖେଳରେ କେନ୍ଦ୍ରାପଡା ରଗବି ଆସୋସିଏସନକୁ ଏକ ବଡ଼ ସଫଳତା ମିଳିଛି। ଚଳିତ ବର୍ଷ ଜୁନିଅର ଜାତୀୟ ରଗବି ଚାମ୍ପିୟନସିପ ପାଇଁ କେନ୍ଦ୍ରାପଡା ରଗବି ଆସୋସିଏସନରୁ ଦୁଇ ଜଣ ଖେଳାଳୀ ବିକ୍ରମ କୁମାର ସୋରେନ ଓ ଅଭିଜିତ ପ୍ରଧାନ କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ରାଜ୍ୟସ୍ତରୀୟ ଚୟନ ଶିବିରରେ ନିଜ ପ୍ରତିଭା ଦେଖାଇ ହାଇଦ୍ରାବାଦରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ଚାମ୍ପିୟନସିପ ପାଇଁ ଚୟନ ହୋଇଛନ୍ତି। ଏହି ଖବର ପାଇ କେନ୍ଦ୍ରାପଡା ଜିଲ୍ଲାରେ ଖୁସିର ଲହରୀ ସୃଷ୍ଟି ହେବା ସହିତ ରଗବି ଖେଳ ପିଲାଙ୍କ ଦୃଷ୍ଟି ଆକର୍ଷଣ ହୋଇ ପାରିଛି। ଜିଲ୍ଲା ବୁଦ୍ଧିଜୀବୀ ମହଲ ଓ ବିଭିନ୍ନ ବର୍ଗ ଏଥିପାଇଁ ଜିଲା ଆସୋସିଏସନର ସମସ୍ତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଗକୁ ଏହି ଖେଳର ଅଧିକ ପ୍ରଚାର ପ୍ରସାର ହୋଇପାରିବ ଓ ଅଧିକ ଖେଳାଳୀ ଭଲ ଖେଳି ନିଜର ଭବିଷ୍ୟତ ଗଢ଼ିପାରିବେ। ଏଥିପ୍ରତି କେନ୍ଦ୍ରାପଡା ଜିଲ୍ଲା ରଗବି ଆସୋସିଏସନ ଗୁରୁତ୍ୱ ଦେଉଛି ବୋଲି ସଭାପତି ଶ୍ରୀ ମହାନ୍ତି ମତ ଦେଇଛନ୍ତି।

Leave a Reply