

କେନ୍ଦ୍ରାପଡ଼ା,୧୨ା୭:କେନ୍ଦ୍ରାପଡା ବ୍ଲକ ଅଧିନ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପରିସରରେ ‘ସମାଜ ସଂସ୍କାରରେ ମା ଓ ଶିଶୁର ବିକାଶ’ ଶୀର୍ଷକ ଏକ ଆଲୋଚନଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ କେନ୍ଦ୍ରାପଡା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦକିଶୋର ପରିଡା ମୁଖ୍ୟଅତିଥି, ପୁରାଣ ବାଚଷ୍ପତି ଡ. କାଳୀପ୍ରସନ୍ନ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ସମାଜ ସଂସ୍କାରରେ ମା ଓ ଶିଶୁର ବିକାଶ’ ଉପରେ ସାରଗର୍ଭକ ଭାଷଣ ରଖିଥିଲେ। ଏହି ଅବସରରେ ଖ୍ରୀଷ୍ଟ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ସୁରେନ୍ଦ୍ର୍ର ନାଥ ଆଚାର୍ଯ୍ୟଙ୍କ ରଚିତ ପୁସ୍ତକ “ପୁରାଣ ପ୍ରଭା ଓ ଧର୍ମ ସଂସ୍କୃତି ବିଭବ”କୁ ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ସଭାପତି କବି କରୁଣାକର ଦାସ, ସମ୍ପାଦକ ଶୁଭାଂଶୁ କୁମାର ଦାସ, ଏଲଆଇସିର ସହକାରୀ ଶାଖା ପରିଚାଳକ ବିଭୁ ନାୟକ, ସଞ୍ଜୟ ଜେନା, ସତ୍ୟବ୍ରତ ସିଂ, ଶ୍ରୀଧର କୁମାର ମହାନ୍ତି, ଅଭିମନ୍ୟୁ ଗୋଛାୟତ, ମନୋରଞ୍ଜନ ତ୍ରିପାଠୀ, ରାଜେନ୍ଦ୍ର ମହାପାତ୍ର, ଶ୍ରୀଧର କୁମାର ଭୋଳ, ତପସ୍ୱିନୀ ପଟ୍ଟନାୟକ, ସନ୍ଧ୍ୟାରାଣୀ ସାହୁ, ଦେବାଶିଷ ସାହୁ, କମଳା ମହାନ୍ତି, ସାବିତ୍ରୀ ପରିଡା, ସ୍ନେହଲତା ପ୍ରଧାନ, ବଳଦେବ ସେନାର ପୁପୁନ ସ୍ୱାଇଁ ଓ ଅନ୍ୟ କର୍ମକର୍ତ୍ତା,ଧିରେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବ୍ରହ୍ମଚାରୀ ନୃସିଂହନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply