

କେନ୍ଦ୍ରାପଡ଼ା,୨୦ା୭:କେନ୍ଦ୍ରାପଡା ବ୍ଲକ ଅଧିନ ଭରତପୁର ଗ୍ରାମପଞ୍ଚାୟତର ମେହେନ୍ଦିପୁରସ୍ଥିତ ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟର ନବ ନିର୍ବାଚିତ ପରିଚାଳନା କମିଟି କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ ହୋଇଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟ ପରିଚାଳନା କମିଟିର ନୂତନ ସଭାପତି ଲିଙ୍ଗରାଜ ଜେନା, ଉପସଭାପତି ନିର୍ମଳା ମଲ୍ଲଙ୍କ ସମେତ ସମସ୍ତ ସଦସ୍ୟ/ସଦସ୍ୟାଙ୍କ ସମେତ ପୂର୍ବତନ ସଭାପତି ଶାରଦା ପ୍ରସନ୍ନ ରାଉତ ପ୍ରମୁଖଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ବୈଠକରେ ବିଦ୍ୟାଳୟର ପଞ୍ଚଶଖା ଶିକ୍ଷାସେତୁ ଅଧ୍ୟକ୍ଷ ଶାରଦା ପ୍ରସନ୍ନ ରାଉତଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।

Leave a Reply