

ପଟ୍ଟାମୁଣ୍ଡାଇ ୨୦/୭ – ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ କଷଣଅଂଟା ଥରେ ୫୫କୋଟି ଟଙ୍କା ବ୍ୟୟରେ ନୂତନ ସବଡିଭିଜନ ହସ୍ପିଟାଲ ଗୃହ ନିର୍ମାଣ ଚାଲିଛି । ଆଗାମୀ ଦିନରେ ଏହି ନୂତନ ସବଡିଭିଜନ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହେବା ପୂର୍ବରୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକଙ୍କ ନିର୍ଦେଶରେ ସୋମବାର ଅତିରିକ୍ତ ତହସିଲଦାର ସାଗରୀକା ସେଠୀ ରାଜସ୍ୱ ନିରୀକ୍ଷକଙ୍କ ସହିତ କଷଣଅଂଟା ଯାଇ ସରଜମିନ ଅନୁଧ୍ୟାନ କରିବା ପରେ ନିର୍ମାଣାଧୀନ ନୂତନ ସବଡିଭିଜନ ହସ୍ପିଟାଲ ପରିସରରେ ଥିବା ଜବରଦଖଲ ଉଛେଦ କରିଥିଲେ ।

Leave a Reply