

କେନ୍ଦ୍ରାପଡ଼ା ୨୧/୭: କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମାଉସୀ ମା ମନ୍ଦିର ପରିସରରେ ହେରାପଞ୍ଚମୀ ଉପଲକ୍ଷେ ସମିର ଟିଭି ଏସ୍ ଏବଂ ଚକ୍ରବ୍ୟୁହ ନିୟୁଜ୍ ଚ୍ୟାନେଲ ତରଫରୁ ଲୁଚି ରହିଥିବା ପିଲାମାନଙ୍କ ପ୍ରତଭାକୁ ଲୋକଲୋଚନକୁ ଆଣିବା ପାଇଁ ଏକ ଛୋଟ ପ୍ରୟାସ। ଏହି ଅବସରରେ ମାଉସୀ ମା ମନ୍ଦିରର ଆନନ୍ଦ ବଜାର ରେ ୩୦ଜଣରୁ ଉର୍ଦ୍ଧ୍ୱ ପିଲାଙ୍କ ଦ୍ୱାରା ଆକର୍ଷଣୟ ଝୋଟି ପ୍ରତିଯୋଗିତା ହୋଇଥିଲା। ହେରାପଞ୍ଚମୀ ର ପୌରାଣିକ କିମ୍ବଦନ୍ତୀ କହେ ମହାଲକ୍ଷ୍ମୀଙ୍କ ଅଭିମାନ, କ୍ରୋଧ ଏବଂ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିବା ନିବିଡ଼ ଭାଲପାଇବାର,ଏକ ନିଆରା ପର୍ବ। ରଥଯାତ୍ରା ସମୟରେ ଶ୍ରୀଜଗନ୍ନାଥ ସନ୍ତାନତୁଲ୍ୟ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ବଡ଼ଭାଇ ବଳଭଦ୍ର ଓ ଭଗିନୀ ସୁଭଦ୍ରାଙ୍କ ସହ ଗୁଣ୍ଡିଚା ମନ୍ଦିର (ଶ୍ରୀମନ୍ଦିରଠାରୁ ଜନ୍ମବେଦୀ)କୁ ଚାଲିଆସନ୍ତି। କିନ୍ତୁ ସେ ନିଜ ପତ୍ନୀ ମହାଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରେ ଛାଡ଼ି ଆସିଥାନ୍ତି। ପ୍ରଭୁ ଗଲାବେଳେ “ଆସନ୍ତାକାଲି ଫେରିଆସିବି’ ବୋଲି କହିଥିଲେ ମଧ୍ୟ ଚାରିଦିନ ବିତିଗଲେ ବି ଫେରନ୍ତି ନାହିଁ। ଏହାଦ୍ୱାରା ମହାଲକ୍ଷ୍ମୀ ଅଭିମାନ ଓ କ୍ରୋଧରେ ଜର୍ଜରିତ ହୋଇପଡ଼ନ୍ତି। ‘ହେରା’ ଶବ୍ଦର ଅର୍ଥ ହେଉଛି, ‘ଦେଖିବା’ ବା ‘ଖୋଜିବା’ ପଞ୍ଚମୀ ତିଥିରେ ମହାଲକ୍ଷ୍ମୀ ନିଜ ପତି ଶ୍ରୀଜଗନ୍ନାଥଙ୍କୁ ଖୋଜିବା ପାଇଁ ଏବଂ କେବେ ଫେରିବେ ସେ ବିଷୟରେ ବୁଝିବା ପାଇଁ ଏକ ଭବ୍ୟ ପଟୁଆରରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ବିଜେ କରନ୍ତି। ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ମହାଲକ୍ଷ୍ମୀ ଦେଖନ୍ତି ଯେ ମହାପ୍ରଭୁ ବଡ଼ଭାଇ ଓ ଭଉଣୀଙ୍କ ଗହଣରେ ଆନନ୍ଦ ମନରେ ଅଛନ୍ତି। ଏହା ଦେଖି ତାଙ୍କର କ୍ରୋଧ ଆହୁରି ବଢ଼ିଯାଏ। ମହାଲକ୍ଷ୍ମୀଙ୍କ ଅଭିମାନ ଶାନ୍ତ କରିବା ପାଇଁ ଜଗନ୍ନାଥଙ୍କ ତରଫରୁ ତାଙ୍କୁ ଆଜ୍ଞାମାଳ ପ୍ରଦାନ କରାଯାଏ ଏବଂ ଶୀଘ୍ର ଫେରିବାର ପ୍ରତିଶ୍ରୁତି ଦିଆଯାଏ। ତଥାପି ନିଜର କ୍ରୋଧ ଓ ଅସନ୍ତୋଷ ପ୍ରକାଶ କରିବା ପାଇଁ ମହାଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ତାଙ୍କ ସେବକମାନେ ଶ୍ରୀଜଗନ୍ନାଥଙ୍କ ବ୍ରହ୍ମତାଳଧ୍ୱଜ ରଥର ଏକ କାଠ (ଗୋଟିଏ ଅଂଶ) ଭାଙ୍ଗି ଦିଅନ୍ତି । ଏହାପରେ ମହାଲକ୍ଷ୍ମୀ ମୁଖ୍ୟ ରାସ୍ତା ଦେଇ ନଫେରି ହେରାଗୋହରୀ ସାହି (ଏକ ଗୁପ୍ତ ସଡ଼କ) ଦେଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି। ଏହି ଆଧ୍ୟାତ୍ମିକ ଭକ୍ତି ଭାବନାକୁ ସମ୍ମାନ ଜଣାଇ ଆଜିର ଏହି ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ଏବଂ ପିଲାମାନଙ୍କ ମନୋବଳ ଦୃଢ଼ କରିବା ପାଇଁ କ୍ରିଷ୍ଣା ଆର୍ଟର ପ୍ରିନ୍ସପାଲ ଚିତ୍ର ଗୁରୁ ସୌମ୍ୟରଞ୍ଜନ ପଟ୍ଟନାୟକ ପିଲାଙ୍କ ଚିତ୍ରର ନମ୍ବର ଦେଇଥିଲେ। ଏହି ଅବସରରେ ସମିର ଟିଭିଏସ୍ର ଚେୟାରମେନ ସମିର କୁମାର ଚାନ୍ଦ ଏବଂ ଚକ୍ରବ୍ୟୁହ ନିୟୁଜ୍ ଚ୍ୟାନେଲର ସମ୍ପାଦକ କୁଳମଣି ଲେଙ୍କା ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ସମାଜସେବୀ ଅରବିନ୍ଦ ସାହୁ, ହରେକୃଷ୍ଣ ବେହେରା, ବିରେନ୍ଦ୍ର ଦାସ, କର୍ତ୍ତବ୍ୟ ରତ ମହିଳା ପୋଲିସ ମିନତି ବେହେରା ସମିର ଟିଭିଏସ୍ର ଦୁର୍ଯୋଧନ ମହାରଣା, ଅନିତା ଜେନା, ରଶ୍ମିତା ଦାସ, ଲକ୍ଷ୍ମୀପ୍ରିୟା ମହାପାତ୍ର, ସଙ୍ଗିତା ଦାସ, ବନଲତା ବେହେରା ସମେତ ଉପସ୍ଥିତ ରହି ସୁଚାରୁରୂପେ ସମ୍ପାଦନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାଗନେଇଥିବା ପ୍ରତିଯୋଗି ମାନଙ୍କୁ ମାନପତ୍ର, ଟ୍ରଫି ସହିତ ସମିର ଟିଭି ଏସ୍ ତରଫରୁ ପ୍ରଥମ, ଦିତୀୟ ଏବଂ ତୃତୀୟ ପ୍ରତିଯୋଗି ମାନଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଥିଲା।

Leave a Reply