କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ପକ୍ଷରୁ ସେବା କାର୍ଯ୍ୟ



କେନ୍ଦ୍ରାପଡ଼ା,୨୫ା୭:ପବିତ୍ର ବାହୁଡ଼ା ଯାତ୍ରା ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ପକ୍ଷରୁ ପବିତ୍ର ରଥ ଦାଣ୍ଡରେ ଆଗନ୍ତୁକ ଭକ୍ତମାନଙ୍କ ପାଇଁ ସେବା କାର୍ଯ୍ୟ କରାଯାଇଛି। ପ୍ରସାଦ ବିତରଣ ସହିତ ପାନୀୟଜଳ ବଣ୍ଟନ କରା ଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଆଳି ରାଜା ବ୍ରଜସୁନ୍ଦର ଦେବ ଉଦ୍ଘାଟନ କରି ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବିତରଣ କରିଥିଲେ। ତତ୍‌ସହିତ ମହାସଂଘର ସ୍ମରଣିକା ‘ଅସୀ ଓ ମସି’କୁ ଉନ୍ମୋଚନ କରିଥିଲେ। ସଂଘର ସଭାପତି ଶରତ କୁମାର ବେହୁରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ବିଧାୟକ ଗଣେଶ୍ୱର ବେହେରା, ଇଂ ଜ୍ଞାନ ଦେବ ବେଉରା, ବିଜେପି ନେତା ଭୁବନ ମୋହନ ଜେନା, ପ୍ରାକ୍ତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ନବଘନ ନାୟକ, ସୁମନ୍ତ କୁମାର ରାଉତ, ସୁକାନ୍ତ କୁମାର ରାଉତ, ଚନ୍ଦନ କୁମାର ପରିଡ଼ା, ସୁଶୀଲ କୁମାର ସାମଲ,ତରୁଣ ରଞ୍ଜନ ପ୍ରଧାନ, ସୁଧାଂଶୁ ବେହୁରା, ବିରେନ ରାୟ, ନିରଞ୍ଜନ ରଣସିଂହ, ଭାଗିରଥୀ ଜେନା, ଧନେଶ୍ୱର ରାଉତ, ସହଦେବ ସିଂହ, ଦୁର୍ଯ୍ୟୋଧନ ମଲ୍ଲିକ, ରଞ୍ଜନ ନାୟକ, ପର୍ଶୁରାମ ନାୟକ, ସୁରେନ୍ଦ୍ର ବେହେରା, ଅଜିତ୍ କୁମାର ବେଉରିଆ, ପୀତବାସ ବେହେରା, ନିରଞ୍ଜନ ସୁନ୍ଦର ରାୟ, ଶରତ କୁମାର ପଟ୍ଟନାୟକ, ସଙ୍ଗୀତ ନିର୍ଦ୍ଦେଶକ, ହୃଷିକେଶ ବେହେରା, ରତ୍ନାକର ରାଉତ, ରତ୍ନାକର ସାମଲ, ଗୋଲକ ଚନ୍ଦ୍ର ପଢିହାରୀ, କଳ୍ପନା ଲେଙ୍କା, ମଞ୍ଜୁଲତା ସାମଲ, କାମିନୀ ଜେନା, ରାକେନ୍ଦ୍ର ରାଉତରାୟ, ଚିତ୍ତରଞ୍ଜନ ବଳ, ଚକ୍ରଧର ମହାପାତ୍ର, ପ୍ରଭାତ ସାହୁ, ରାଜ କିଶୋର ମହାନ୍ତି, ଆଶିଷ ମେକାପ, କାନସିଲର କାଳୀ ପ୍ରସାଦ ମିଶ୍ର, ଶାନ୍ତି ଭୂୟାଁ, ସରୋଜ ପ୍ରଧାନ, ନିରୁପମା ରାଉତ, ଲକ୍ଷ୍ମୀପ୍ରୀୟ ମଳିକ, ସଂଗ୍ରାମ ଜେନା, ମୀନତି ରାଉତ, ସିଦ୍ଧାର୍ଥ ଜେନା, ଦୀନବନ୍ଧୁ ନାୟକ, ବୃନ୍ଦାବନ ସ୍ୱାଇଁ, ପୁଷ୍ପାଞ୍ଜଳି ପାତ୍ର, କୁନାଲ ସ୍ୱାଇଁ, ଅଶୋକ ସ୍ୱାଇଁ, ଚିତ୍ତ ସ୍ୱାଇଁ, ଦିଲ୍ଲୀପ ସ୍ୱାଇଁ, କବି ସାହୁ, ଧୁନ କିଶୋର ନାୟକ, ଅଶୋକ ନାୟକ, ବିଶ୍ୱନାଥ ନାୟକ, ସ୍ୱପ୍ନା ସାମନ୍ତରାୟ, ସୁନୀଲ ଗନ୍ତାୟତ, ମିନତୀ ମହାନ୍ତି, ନମିତା ସ୍ୱାଇଁ, ପ୍ରମୋଦ ପାଲ, ଗୋଲଖ ପରିଡ଼ା, ସ୍ନେହଲତା ସିଂହ, ସୁଧାକର ନାୟକ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ବିତରଣ କରିଥିଲେ। ସଂଘ ପକ୍ଷରୁ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜସେବା କ୍ଷେତ୍ରରେ ପର୍ଶୁରାମ ନାୟକ, ଉଦୟନାଥ ଚୌଧୁରୀ, ଉମେଶ ଚନ୍ଦ୍ର ବେଉରିଆ, ସାମ୍ବାଦିକତା କ୍ଷେତ୍ରରେ ପରୀକ୍ଷିତ ପାତ୍ର, ସାହିତ୍ୟ କ୍ଷେତ୍ରରେ ବିରଜା ରାଉତରାୟ, ସାହସିକତା ପାଇଁ କିରଣ ବଳ, ଶିକ୍ଷା ପାଇଁ ନିଖିଲ ସାମଲ, ନବଘନ ପରିଡ଼ା, ଉମେଶ ସିଂହ, ବିନୋଦ ନାୟକ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ସମାବେଶରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରସାଦ ସେବନ କରି ଆତ୍ମସନ୍ତୋଷ ଲାଭ କରିଥିଲେ।


Be the first to comment

Leave a Reply

Your email address will not be published.