ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡରେ ନଗର କଂଗ୍ରେସ ପକ୍ଷରୁ ସେବାଶିବିର



କେନ୍ଦ୍ରାପଡ଼ା,୨୫ା୭:ଶ୍ରୀବଳଦେବଜୀଉଙ୍କ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ କେନ୍ଦ୍ରାପଡ଼ା ନଗର କଂଗ୍ରେସ ପକ୍ଷରୁ ରଥଦାଣ୍ଡରେ ଏକ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଲୋକମାନଙ୍କୁ ଦହି ସରବତ ସହିତ ଦହିପଖାଳ ଓ ଭଜା ବଣ୍ଟନ କରାଯାଇଥିଲା। ନଗର ସଭାପତି ଦିଲ୍ଲୀପ କୁମାର ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସେବା ଶିବିରକୁ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି କୋଷାଧ୍ୟକ୍ଷ ଇଂ ସିଦ୍ଧାର୍ଥସ୍ୱରୂପ ଦାଶ ଉଦଘାଟନ କରିଥିଲେ। ବାହୁଡ଼ା ଯାତ୍ରା ଦେଖିବାକୁ ଆସିଥିବା ଶ୍ରୀଜୀଉଙ୍କ ଭକ୍ତ ଓ ଶ୍ରଦ୍ଧାଳୁମାନେ ଦହି ସରବତ ପିଇବା ସହିତ ଦହିପଖାଳ ଓ ଭଜା ଖାଇ ଘରକୁ ଫେରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ଅଖିଳ ଭାରତ କଂଗ୍ରେସ କମିଟି ସଭ୍ୟ ହଳଧର ସେଠୀ, ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ କୁମାର ମହାନ୍ତି, ପ୍ରଫୁଲ୍ଲ କୁମାର ଦାସ, ରାଜନଗର ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ରାଉତ, ସନ୍ତୋଷ କୁମାର ବେହେରା, ଭାଗିରଥି ଜେନା, ବେଣୁଧର ସାହୁ, ବିଧୁଭୂଷଣ ମହାପାତ୍ର, ରତ୍ନାକର ସେଠୀ ପ୍ରଦୀପ ପାତ୍ର, ଚିତ୍ତରଞ୍ଜନ ତରାଇ, ରଘୁଆ ସେଠୀ, ପ୍ରଭାତ ରାଉତ, ଭୁବନ ଦାସ, ଭଗବାନ ମହାରଣା, ସତ୍ୟପ୍ରିୟ ସାମଲ ପ୍ରମୁଖ ଉପସ୍ଥିତ ରହି ସେବା ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏହି ସେବା ଶିବିର ମାଧ୍ୟମରେ ଶ୍ରଦ୍ଧାଳୁମାନଙ୍କୁ ସେବା ପ୍ରଦାନ କରିବା ସହ ସାମାଜିକ ସଦ୍ଭାବ ଓ ମାନବ ସେବାର ବାର୍ତ୍ତା ପ୍ରଦାନ କରାଯାଇଥିଲା।


Be the first to comment

Leave a Reply

Your email address will not be published.