କେନ୍ଦ୍ରାପଡ଼ା, ୨୭ା୮: ସମଗ୍ର ବିଶ୍ୱକୁ ପ୍ରେମ ବନ୍ଧନରେ ବାନ୍ଧିରଖି ଏକ ସୁସ୍ଥ ସମାଜ ଗଠନର ବାର୍ତ୍ତା ପ୍ରଦାନ ନିମନ୍ତେ ମହାପ୍ରଭୁ ଜଗତରନାଥ ଜଗନ୍ନାଥ ଶ୍ରୀମନ୍ଦିରରେ ତାଙ୍କର ମାନବୀୟ ଲୀଳା କରୁଛନ୍ତି । ସେଥିମଧ୍ୟରେ ଭାଇ ଓ ଭଉଣୀର ଅତୁଟ ପ୍ରେମ ବନ୍ଧନର ଅନ୍ୟତମ ଉଦାହରଣ ହେଉଛି ଗହ୍ମା ପୂର୍ଣ୍ଣମୀ ବା ରକ୍ଷା ବନ୍ଧନ ଉତ୍ସବ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁରୀ ଶ୍ରୀକ୍ଷେତ୍ରରୁ ଜଗତଜନନୀ ମା’ ସୁଭଦ୍ରାଙ୍କ ପ୍ରଦତ୍ତ ପାଟ୍ଟରାକ୍ଷୀ ବଡଭାଇ ତୁଳସୀକ୍ଷେତ୍ରାଧୀପତି ଶ୍ରୀବଳଭଦ୍ର ମହାପ୍ରଭୁଙ୍କ ନିକଟକୁ ପାଟରାକ୍ଷୀ ଆସିଛି । ଏହି ପାଟ୍ଟରାକ୍ଷୀ ମହାଆଡମ୍ବରରେ ପୁରୀ ଶ୍ରୀକ୍ଷେତ୍ରରୁ ଆସି ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ପହଞ୍ଚିଛି । ଏହି ପାଟ୍ଟରାକ୍ଷୀକୁ ଜଗନ୍ନାଥ ପାଟ୍ଟରାକ୍ଷୀ ପରିଷଦର ସୁରେଶ କୁମାର ପାଣିଗ୍ରାହୀ, ବରିଷ୍ଠ ଦଇତାପତି ତଥା ମା’ ସୁଭଦ୍ରାଙ୍କ ବାଡଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର, ଦୁର୍ଯ୍ୟୋଧନ ସାହୁ ଓ ଶୁଭେନ୍ଦୁ ସ୍ୱାଇଁ ପ୍ରମୁଖ ପୁରୀରୁ କେନ୍ଦ୍ରାପଡାକୁ ନେଇ ଆସିଥିଲେ । ସେମାନେ କେନ୍ଦ୍ରାପଡାରେ ପହଞ୍ଚିବା ପରେ ସହରର ତିନିମୁହାଣି ଛକ ସନ୍ନିକଟ ଶ୍ରୀରାମମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରାରେ ନାମସଙ୍କୀର୍ତ୍ତନ ସହିତ ସେମାନଙ୍କୁ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ଦେବୋତ୍ତର ସଂସ୍ଥା କାର୍ଯ୍ୟାଳୟକୁ ପାଛୋଟି ନିଆଯାଇଥିଲା । ସେଠାରେ ଶ୍ରୀବଳଦେବଜୀଉ ଦେବୋତ୍ତର ସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ଟ୍ରଷ୍ଟବୋର୍ଡ ସଦସ୍ୟ ରଞ୍ଜନ କୁମାର ପୃଷ୍ଟି, ବଳରାମ ସୁଆର ପ୍ରମୁଖ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ମହାପ୍ରଭୁଙ୍କ ସିରିପା ପ୍ରଦାନ କରିଥିଲେ । ବଳଦେବସେନା ପକ୍ଷରୁ ପୁରୀରୁ ଆସିଥିବା ଶ୍ରୀ ପାଣିଗ୍ରାହୀ, ଦଇତାପତି ଶ୍ରୀ ଦାସମହାପାତ୍ରଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପୁରୀରୁ ତୁଳସୀକ୍ଷେତ୍ରର ତିନି ଠାକୁରଙ୍କ ପାଇଁ ଆସିଥିବା ୨ଟି ରାକ୍ଷୀକୁ ମନ୍ଦିର ର ଭଣ୍ଡାର ରକ୍ଷକଙ୍କୁ ପ୍ରଦାନ କରାଯାଇଥିଲା । ଆସନ୍ତା ରକ୍ଷାବନ୍ଧନ ଦିନ ଶ୍ରୀଜୀଉମାନଙ୍କୁ ଏହି ରାକ୍ଷୀ ଲାଗି କରାଯିବ ।
kanikanews.in
Next Post
ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର ଓ କବିତା ସଙ୍କଳନ ଉନ୍ମୋଚିତ
Sun Aug 27 , 2023
କେନ୍ଦ୍ରାପଡ଼ା ୨୭/୮: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ମାସାନ୍ତ ରବିବାସରୀୟ ସାହିତ୍ୟ ଆସର ସଂସଦର ସଭାପତି ଡଃ ବାସୁଦେବ ଦାସଙ୍କ ପୌରୋହିତ୍ୟରେ ଆଜି ଅପରାହ୍ନରେ ସ୍ଥାନୀୟ ପବ୍ଲିକ ରିଡିଂ ରୁମ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କବି କୁମାର ହସନ୍, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସ୍ୱାଧୀନତା ସଂଗ୍ରାମୀ ମକର ଦାସ, ସମାଜସେବୀ ବାବାଜୀ ପରିଡା, ମଣିପୁର ଦଙ୍ଗାରେ ମୃତାହତ ହୋଇଥିବା ବ୍ୟକ୍ତିବିଶେଷ ଓ ଦୁର୍ଘଟଣାରେ ଦେହାନ୍ତ […]

You May Like
- 2 years ago
ବଜ୍ରପାତ ରଚିଲା ତାଣ୍ଡବ
- 11 months ago
ଜି ଏସ ଟି ସଚେତନତା କାର୍ଯ୍ୟକ୍ରମ
- 1 year ago
ପ୍ରବଳ ଖରାରେ ଶ୍ରମିକଙ୍କୁ କାମନକରାଇବାକୁ ନିର୍ଦେଶ