ବିଶ୍ୱ ହିନ୍ଦୁପରିଷଦ ବଜରଙ୍ଗ ଦଳର ଅଖଣ୍ଡ ଭାରତ ଶପଥ


ଟ୍ଟାମୁଣ୍ଡାଇ ତା ୨୧/୮- କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ରାଧା ରମଣ ମଠ ସରସ୍ଵତୀ ଶିଶୁ ଶିକ୍ଷା ମନ୍ଦିର ଠାରେ ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦ ସଭାପତି ଦେବାଶିଷ ପଣ୍ଡାଙ୍କ ପୌରୋହିତ୍ୟରେ ଅଖଣ୍ଡ ଭାରତ ସଂକଳ୍ପ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଉପଦେଷ୍ଟା ଗୋପୀନାଥ ତ୍ରିପାଠୀ ଭାରତ ମାତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଅଖଣ୍ଡ ଭାରତର ସ୍ୱପ୍ନ ସାକାର କରିବା ପାଇଁ ସଂଗଠନକୁ ଆହୁରି ଅଧିକ ଶୃଙ୍ଖଳିତ, ସଶକ୍ତ ଓ ସୁଦୃଢ଼ କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଥିଲେ । ଭାରତକୁ ଅଖଣ୍ଡ ହିନ୍ଦୁରାଷ୍ଟ୍ର ଓ ବିଶ୍ଵଗୁରୁର ମାନ୍ୟତା ଦେବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତା ତୃଣମୂଳ ସ୍ତରରେ ସମସ୍ତ ହିନ୍ଦୁ ଜନସାଧରଣଙ୍କ ନିକଟରେ ସଂଗଠନର ଲକ୍ଷ୍ୟ ଓ ଆଭିମୁଖ୍ୟ ପହଞ୍ଚାଇବା ସହିତ ସାଧାରଣ ଜନତାଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବା ନିମନ୍ତେ ବିଶ୍ୱହିନ୍ଦୁ ପରିଷଦ କେନ୍ଦ୍ରାପଡ଼ା ଜିଲ୍ଲା ସେବା ପ୍ରମୁଖ ତଥା ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ପ୍ରଭାରୀ ଲୋକନାଥ ଦାସ ଓ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଉପସଭାପତି ତଥା ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ପ୍ରଭାରୀ ପ୍ରଦୀପ୍ତ କିଶୋର ନାୟକ ଯୋଗ ଦେଇ କାର୍ଯ୍ୟକର୍ତ୍ତାମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ । ଏଥିରେ ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦ ପ୍ରଚାର ପ୍ରସାର ପ୍ରମୁଖ ପ୍ରଭୁଦତ୍ତ ଦାଶ, ମନ୍ଦିର ଓ ଅର୍ଚ୍ଚକ ପୁରୋହିତ ସମ୍ପର୍କ ପ୍ରମୁଖ ପ୍ରମୋଦ ସ୍ୱାଇଁ ,ବଜରଙ୍ଗ ଦଳ ସଂଯୋଜକ ଚନ୍ଦ୍ରକାନ୍ତ ଖଣ୍ଡାୟୀ, ସହସଂଯୋଜକ ସୂର୍ଯ୍ୟକାନ୍ତ ବେହେରା , ସଞ୍ଜୟ ମଳିକ, ବଳ ଉପାସନା ପ୍ରମୁଖ ବଳରାମ ମଳିକ, ଗୋରକ୍ଷା ପ୍ରମୁଖ ଲିପୁ ମଳିକ,ଦୁର୍ଗାବାହିନୀ ସଂଯୋଜିକା ଶ୍ରୀୟା ମହାନ୍ତି ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଶେଷରେ ବିଶ୍ୱ ହିନ୍ଦୁ ପରିଷଦ ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ଉପସଭାପତି ଅମ୍ବୁଜ ଭୂଷଣ ନାୟକ ଧନ୍ୟବାଦ ଦେଇଥିଲେ I


Be the first to comment

Leave a Reply

Your email address will not be published.