
ଭାସୁଛି କୁମ୍ଭୀର ଲୋକେ ଥରହର
ସରକାରୀ ରିଲିଫ ସମୁଦ୍ରକୁ ଶଙ୍ଖେ

ପଟ୍ଟାମୁଣ୍ଡାଇ ତା ୨୦/୮ ବ୍ରାହ୍ମଣୀ ଓ କାଣୀ ନଦୀରେ ଦେଖା ଦେଇଥିବା ୨ୟ ବନ୍ୟା ପରିସ୍ଥିତି ରେ ଧୀରେ ଧୀରେ ସାମାନ୍ୟ ସୁଧାର ଆସିଛି । ବନ୍ୟା ଜଳପତ୍ତନ ହ୍ରାସ ପାଉଥିଲେ ମଧ୍ୟ ବିପନ୍ନଙ୍କ ଦୁର୍ଦଶା ବଢ଼ି ବଢ଼ି ଚାଲିଛି । ବନ୍ୟାଞ୍ଚଳର ବିଭିନ୍ନ ସ୍ଥାନରେ କୁମ୍ଭୀର ଭାସୁଥିବାରୁ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଛି । ବନ ବିଭାଗ ପକ୍ଷରୁ କୁମ୍ଭୀର ପ୍ରତି ସତର୍କ ରହିବା ପାଇଁ ସଚେତନତା ସୃଷ୍ଟି କରାଯାଉଛି ।ଏବେବି ଅଳଭା ଠାରେ ବନ୍ୟା ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।

ବାରମ୍ବାର ବନ୍ୟା ଆସିବା ଫଳରେ ବହୁ ନଦୀ ବନ୍ଧ ଦୁର୍ବଳ ହୋଇ ଘଳିଆ ପଡିବାରେ ଲାଗିଛି । ଚଳିତ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ଦୁର୍ଗମ ଅଂଚଳ ଭାବେ ପରିଚିତ ସିଂହଗାଁ ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଲୋକମାନେ ଖାଦ୍ୟ ପାନୀୟ ପାଇଁ ଡହଳ ବିକଳ ହେଉଛନ୍ତି । ଚଳିତ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର 14 ପଂଚାୟତ ଓ ପୌରାଞ୍ଚଳର 11 ଟି ୱାର୍ଡର ପ୍ରାୟ 95 ହଜାର 165 ଲୋକ ବିପନ୍ନ ହୋଇଛନ୍ତି । 20 ହଜାର ଗୃହ ପାଳିତ ପଶୁ ଜଳବନ୍ଦୀ ହୋଇପଡିଛନ୍ତି । ସମ୍ପ୍ରତି ବନ୍ୟା ବିପନ୍ନ ବିଭିନ୍ନ ଅଂଚଳରେ କୁମ୍ଭୀର ଦେଖାଯାଉଥିବା ଖବର ଜଣାପଡିବା ପରେ ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି ।
ଧୋୟାଞ୍ଚଳର ୩ଟି ସ୍ୱାସ୍ଥ୍ୟକେନ୍ଦ୍ର ଅଣ୍ଢରା ଅଳପୁଆ ଓ ତୁଳସୀଡ଼ିଆ ସ୍ୱାସ୍ଥ୍ୟକେନ୍ଦ୍ର ବନ୍ୟା ଘେର ରେ ଥିବାରୁ ସ୍ୱାସ୍ଥ୍ୟସେବା ବ୍ୟାହତ ହୋଇଛି। ବିଦ୍ୟୁତ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଥିବାରୁ ଅନେକ ସ୍ଥାନରେ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି । କିରୋସିନର ଉତ୍କଟ ଅଭାବ ଦେଖାଦେଇଛି । ଧୋୟାଞ୍ଚଳର ବହୁ ସ୍କୁଲ କଲେଜରେ ବନ୍ୟା ପାଣି ପଶି ଶିକ୍ଷାଦାନ ଠପ ହୋଇଯାଇଛି । ବନ୍ୟା ବିପନ୍ନଲୋକମାନେ ଜଳବନ୍ଦୀ ହୋଇ ଅତ୍ୟାବଶ୍ୟକ ସାମଗ୍ରୀ ପାଇବାରୁ ବଂଚିତ ହୋଇଛନ୍ତି ।
ପୌରାଞ୍ଚଳରବନ୍ୟା ପାଣିରେ ବୁଡି ରହି ପନିପରିବା ସମେତ ବିଭିନ୍ନ ଫସଲ ନଷ୍ଟ ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର ବହୁ ସ୍କୁଲ ପାଣି ଘେରରେ ଥିବାରୁ ଶିକ୍ଷା ଦାନ ଠପ ହୋଇଯାଇଛି । ବ୍ରାହ୍ମଣୀ ନଦୀରେ ୩ଥର ବନ୍ୟା ଆସିବା ଯୋଗୁଁ ବନ୍ୟା ବିପନ୍ନ ଲୋକ, ଗରିବ ଖଟିଖିଆ ଓ ଚାଷୀଙ୍କ ଦୁର୍ଦଶା ବଢ଼ି ଯାଇଛି । ରାସ୍ତାଘାଟ ବୁଡି ଯାଇଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ପରିଲକ୍ଷିତ ହେଉଛି । ବନ୍ୟାଞ୍ଚଳରେ ଯାତାୟାତ ପାଇଁ ଡ଼ଙ୍ଗାର ଘୋର ଅଭାବ ବିପନ୍ନ ଯାତାୟାତ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରିଛି । ବନ୍ୟାଞ୍ଚଳରେ ଯୋଗାଇ ଦିଆଯାଉଥିବା ସରକାରୀ ରିଲିଫ ସମୁଦ୍ରକୁ ଶଙ୍ଖେ ହୋଇଛି ବୋଲି ଅଭିଯୋଗ ହୋଇଛି ।

Leave a Reply