କେନ୍ଦ୍ରାପଡା ଆମ ଆଦମୀ ପାର୍ଟି ପକ୍ଷରୁ ବନ୍ୟା ପ୍ରପିଡିତଙ୍କୁ ରିଲିଫ ବଣ୍ଟନ

AAM ADMI PARTYRA BANYA PRAPIDITANKU RELIEF BANTONA - 3 (1)


କେନ୍ଦ୍ରାପଡ଼ା,୨୪ା୮:ଆମ ଆଦମୀ ପାର୍ଟି ପକ୍ଷରୁ ବନ୍ୟା ପ୍ରପିିଡିତମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ, ବାଲିପାଟଣା, ତନୁପୁର, ବଙ୍ଗାଳଦିଆ, ବାଛରା ଆଦି ଅଞ୍ଚଳରେ ବନ୍ୟା ପ୍ରପୀଡିତଙ୍କୁ ଆମ୍ ଆଦମୀ ପାର୍ଟିର ରାଜ୍ୟ ସଂଗଠନ ସମ୍ପାଦକ ସନ୍ଦୀପ୍ତ ଦାସଙ୍କ ନେତୃତ୍ୱରେ କାର୍ଯ୍ୟକର୍ତ୍ତାମାନେ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ଏହି ଅବସରରେ ଶ୍ରୀ ଦାସ ବନ୍ୟା ପ୍ରପୀଡ଼ିତଙ୍କୁ ଭେଟି ସେମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ପରେ ଜିଲ୍ଲା ପ୍ରଶାସନକୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ଜଣାଇଛନ୍ତି। ଦୀର୍ଘ ଦିନ ଧରି ଜଳବନ୍ଦୀ ଅବସ୍ଥାରେ ଥିବା ଜନସାଧାରଣଙ୍କୁ ପ୍ରଶାସନ ପକ୍ଷରୁ କିଲେ ଚୁଡ଼ା ଓ କେଇ ଖଣ୍ଡ ବିସ୍କୁଟ ଧରେଇ ନିଜର ଦାୟିତ୍ୱ ନିର୍ବାହ କରୁନଥିବାରୁ ଆମ୍ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ କରାଯିବା ସହ ଜିଲ୍ଲା ପ୍ରଶାସନକୁ ତୁରନ୍ତ କ୍ରିୟାଶୀଳ ହେବା ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଉକ୍ତ ରିଲିଫ୍ ଟିମରେ ଶ୍ରୀ ଦାସଙ୍କ ସମେତ କୁମୁଦ ରାଉତ, ରୁଦ୍ର ପ୍ରସାଦ ବେହେରା, ଇନ୍ତେଖାବ୍ ସୋହେଲ ଖାନ୍‌, ସତ୍ୟ ରଞ୍ଜନ ପରିଡ଼ା, ମହମ୍ମଦ ସାହିଲ୍‌, ହେମନ୍ତ ସାହୁ, ସେକ୍ ଇସ୍ମାଇଲ, ଯାହିଦୂର୍ ରହମାନ ପ୍ରମୁଖ ଉପସ୍ଥିତ ଥିଲେ।