ପୌରପରିଷଦ ୩ ଓ ୪ ନମ୍ବର ୱାର୍ଡରେ ସ୍ଥିତି ପରଖି ବିପନ୍ନଙ୍କୁ ରିଲିଫ ବଂଟନ କଲେ ବିଧାୟକ ଧ୍ରୁବ



ପଟ୍ଟାମୁଣ୍ଡାଇ୨୯/୮- ଚଳିତ ବ୍ରାହ୍ମଣୀ ନଦୀର ୩ୟ ବନ୍ୟାରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି । ଏହି ପୌରାଞ୍ଚଳର ୩ନଂ ଓ ୪ନଂ ୱାର୍ଡ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଦୀର୍ଘ ୧ମାସ ହେବ ଜଳବନ୍ଦୀ ହୋଇରହିଛି । ବାରମ୍ବାର ବନ୍ୟା ଯୋଗୁଁ ବ୍ୟାପକ ଫସଲହାନି ଘଟିଛି । ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବନ୍ୟାରେ ବହୁ ଲୋକଙ୍କ ଘର ଭାଙ୍ଗି ଥିବାରୁ ବାସହରା ହୋଇ ବିଭିନ୍ନ ସ୍ଥାନରେ ମୁଣ୍ଡ ଗୁଞ୍ଜିଛନ୍ତି । ସାଧାରଣ ଲୋକଙ୍କ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ନଷ୍ଟ ହେବା ସହ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଏହି ଖବର ପାଇବା ପରେ ବିଧାୟକ ଧ୍ରୁବ ସାହୁ ନିଜ ସମର୍ଥକ ଓ ପୌର ପରିଷଦର କର୍ମକର୍ତ୍ତାଙ୍କ ସହ ମିଶି ୩ ଓ ୪ ନମ୍ବର ୱାର୍ଡରେ ସମ୍ପ୍ରତି ଉପୁଜିଥିବା ଜଳବନ୍ଦୀ ଓ ଦୁର୍ଦ୍ଦଶାଜନକ ସ୍ଥିତିର ପ୍ରତ୍ୟକ୍ଷ ସମୀକ୍ଷା କରିଛନ୍ତି । ପ୍ରଭାବିତ ଅଂଚଳରେ ପହଞ୍ଚି ବିଧାୟକ ବିପନ୍ନ ଲୋକଙ୍କ ସୁଖ-ଦୁଃଖ ବୁଝିବା ସହ ସେମାନଙ୍କୁ ତୁରନ୍ତ ସୂଖିଲା ଖାଦ୍ୟ ଓ ଆବଶ୍ୟକୀୟ ରିଲିଫ ସାମଗ୍ରୀ ବଂଟନ କରିଛନ୍ତି । ୩ ଓ ୪ ନମ୍ବର ୱାର୍ଡର ଅନେକ ଘର ଓ ରାସ୍ତାଘାଟ ଜଳମଗ୍ନ ହୋଇପଡ଼ିଛି । ଗୋଡ଼ାଏ ଘରୁ ଆଉ ଗୋଟିଏ ଘରକୁ ଯାଇ ସେ ବିପନ୍ନଙ୍କ ଦୁର୍ଦ୍ଦଶା ଦେଖିଥିଲେ ଏବଂ ସେମାନଙ୍କ ସହ ଆଲୋଚନା କରି ଧୈର୍ଯ୍ୟ ଧରିବାକୁ ଆଶ୍ୱାସନା ଦେଇଥିଲେ । ଏହା ସହିତ ରୋଗବ୍ୟାଧି ବ୍ୟାପିବାର ଭୟ ଥିବାରୁ ବିଶୁଦ୍ଧ ପାନୀୟ ଜଳ ପାଇଁ ହାଲୋଜିନ ବଟିକା ଓ ବିଶୋଧକ ସାମଗ୍ରୀ ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଔଷଧ ସେବା ଓ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷାପ୍ରଶାସନକୁ ଦୃଢ଼ ନିର୍ଦ୍ଦେଶସ୍ଥିତି ଅନୁଧ୍ୟାନ କରିବା ପରେ ବିଧାୟକ ପଟ୍ଟାମୁଣ୍ଡାଇ ପୌର ପରିଷଦର ନିର୍ବାହୀ ଅଧିକାରୀ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀମାନଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଥିଲେ । ଅଟକି ରହିଥିବା ଜମାରହିଥିବା ଜଳକୁ ନିଷ୍କାସିତ କରିବା ପାଇଁ ତୁରନ୍ତ ଶକ୍ତିଶାଳୀ ପମ୍ପସେଟ୍ ଲଗାଇବାକୁ ସେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ପୌର ପରିଷଦର ଯେଉଁ ସବୁ ସ୍ଥାନରେ ଡ୍ରେନେଜ ସମସ୍ୟା ରହିଛି, ତାହାର ସ୍ଥାୟୀ ସମାଧାନ ପାଇଁ ତୁରନ୍ତ ଡିପିଆର ପ୍ରସ୍ତୁତ କରିବାକୁ ସେ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ।ଜନସାଧାରଣଙ୍କ ପ୍ରତି ଆଶ୍ୱାସନା ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଧାୟକ ଧ୍ରୁବ ସାହୁ କହିଛନ୍ତି, “ଦୁର୍ବିପାକ ସମୟରେ ଲୋକଙ୍କ ପାଖରେ ଛିଡ଼ା ହେବା ଆମ ଦଳର ପ୍ରାଥମିକ ଦାୟିତ୍ୱ ବୋଲି ସେ କହିଥିଲେ । ପଟ୍ଟାମୁଣ୍ଡାଇ ପୌର ପରିଷଦର ସମସ୍ତ ବନ୍ୟା ବିପନ୍ନମାନଙ୍କୁ ୧୫ଦିନ ରିଲିଫ ରନ୍ଧା ଖାଦ୍ୟ ପାଲ, ପର୍ଯ୍ୟାପ୍ତ ଗୋଖାଦ୍ୟ ପାନୀୟ ଜଳ ଯୋଗାଇ ଦେବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସେ ଦାବୀ କରିଛନ୍ତି । ଏହି ଗସ୍ତ ସମୟରେ ପୌର ପରିଷଦର ପ୍ରତିନିଧି, ସ୍ଥାନୀୟ ୱାର୍ଡ କଉନସିଲର ଗଣମାଧ୍ୟମ ପ୍ରତିନିଧି ଏବଂ ଅନେକ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ବିଧାୟକଙ୍କ ଏହି କ୍ଷେତ୍ର ଗସ୍ତ ଓ ରିଲିଫ ବଣ୍ଟନ ପ୍ରକ୍ରିୟାକୁ ସ୍ଥାନୀୟ ବାସିନ୍ଦା ସାଧୁବାଦ ଜଣାଇଛନ୍ତି ।


Be the first to comment

Leave a Reply

Your email address will not be published.