

କେନ୍ଦ୍ରାପଡ଼ା, ୧୯/୯: ବିସିସିଆଇ ଘରୋଇ କ୍ରିକେଟ ୨୦୨୬-୨୭ରେ ୧୯ବର୍ଷରୁ କମ୍ ମହିଳା ଦଳରେ କେନ୍ଦ୍ରାପଡ଼ାର ଝିଅ ସ୍ମୃତିଲେଖା ମଲ୍ଲିକ ସାମିଲ ହୋଇ ଜିଲା ପାଇଁ ଗୌରବ ଆଣିଛନ୍ତି। ବାଙ୍ଗାଲୋରେରେ ଆସନ୍ତା ଅକ୍ଟୋବର ୯ରୁ ୧୬ ମଧ୍ୟରେ ଟି-୨୦ ଟ୍ରଫି ଏଲିଟ୍ ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚେ;ର ସ୍ମୃତିଲେଖା ଖେଳିବାର ସୁଯୋଗ ପାଇବେ। ଏ ନେଇ ତାଙ୍କ ନାମ ବିସିସିଆଇ ଚୟନ କରିଛି। ଓସିଏ ତାଙ୍କ ନାମ ବିସିଆଇକୁ ସୁପାରିସ କରିଥିବା ବେଳେ ବିସିସିଆଇ ତାଙ୍କର ଦକ୍ଷତା ପରୀକ୍ଷା କରିଥିଲା। ସେ ତାଙ୍କ ଦକ୍ଷତା ପ୍ରଦର୍ଶନରେ ଉତ୍କର୍ଷତା ହାସଲ କରିଥିଲେ। ଫଳରେ ଓଡ଼ିଶା ଟିମ ତାଲିକାରେ ତାଙ୍କ ନାମ ସ୍ଥାନ ପାଇଛି। ସ୍ମତିଲେଖା ଓଡ଼ିଶା ଏଲିଟ୍ ଗୃପ-ଡିରେ ହିମାଚଳପ୍ରଦେଶ, ଝାଡ଼ଖଣ୍ଡ, ବରୋଦା, ଗୋଆ ଓ ତାମିଲନାଡୁ ଦଳ ସହ ଖେଳିବାର ସୁଯୋଗ ପାଇବେ। ଓଡ଼ିଶାର ୧୫ ଜଣିଆ ଟିମରେ ସ୍ମୃତିଲେଖା ସ୍ଥାନ ପାଇଛନ୍ତି। ଏହି ସଫଳତା ପରେ ତାଙ୍କୁ କେନ୍ଦ୍ରାପଡ଼ାର ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି। ସେ କେନ୍ଦ୍ରାପଡ଼ା ଜିଲା କ୍ରିକେଟ୍ ସଂଘର ସଂପାଦକ ଶୁଭାଶିଷ ସେନାପତି ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଦିପୁନା ବାରିକଙ୍କ ଦ୍ୱାରା ତାଲିମ ନେଉଥିଲେ। ସେ ହେଉଛନ୍ତି ନିକିରାଇ ଗ୍ରାମର ପ୍ରଶାନ୍ତ କୁମାର ମଲ୍ଲିକ ଓ ସସ୍ମିତା ମଲ୍ଲିକଙ୍କ କନ୍ୟା। କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ ଆସୋସିଏସନର ସଦସ୍ୟମାନେ ସୃତିଲେଖାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply