ଅଟୋରେ ଯାଉଥିବା ସ୍କୁଲ ପିଲାଙ୍କୁ ଆକ୍ରମଣ, ୩କୋର୍ଟ ଚାଲାଣ



ପଟ୍ଟାମୁଣ୍ଡାଇ ତା ୧୯/୯- ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳରେ ସ୍କୁଲ ଅଟୋରେ ଯାଉଥିବା ସ୍କୁଲ ପିଲାଙ୍କୁ ୩ଜଣ ଯୁବକ ଆକ୍ରମଣ କରି ଆହତ କରିବା ଭଳି ସମବେଦନଶୀଳ ଘଟଣା ଘଟିଛି ।   ଏହି ଘଟଣାରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ୩ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।  

ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ବାଲିପାଟଣା ଗ୍ରାମର ମନୋଜ ମହାନ୍ତିଙ୍କ ପୁଅ ନିଜ ସାଙ୍ଗ ପିଲାମାନଙ୍କ ସହିତ ସ୍କୁଲ ଅଟୋରେ ଘରକୁ ଫେରୁଥିବା ବେଳେ ଗୋଟିଏ ମୋଟର ସାଇକେଲରେ ୩ଜଣ ଯୁବକ ସେମାନଙ୍କୁ ବାଧା ଦେବା ସହିତ ଅଶୀଳ ଭାଷାରେ ଗାଳିଗୁଲଜ କରିଥିଲେ ।  ଏହା ପରେ ସ୍କୁଲ ପିଲାମାନେ ଅଟୋରୁ ଓଲ୍ହାଇ ପଡିବାରୁ ସେମାନେ ତାଙ୍କୁ ମୁଥ ମାରିବା ସହିତ ମାଡ଼ ମାରି ଆହତ କରିଥିଲେ ।  ପିଲାମାନେ ଏହାର ପ୍ରତିରୋଧ କରିବାରୁ ପଥର ଫୋପାଡ଼ିବା ସହିତ ଆକ୍ରମଣ କରିଥିଲେ ।  ଏହି ଘଟଣାରେ ସ୍କୁଲ ପିଲାମାନେ ଗୁରୁତର ଆହତ ହୋଇ ଚିକିତ୍ସା ପରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବାଲିପାଟଣା ଗ୍ରାମର ମନୋଜ ମହାନ୍ତିଙ୍କ ପୁଅ (୧୫) ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।  ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ମାନସ ରଞ୍ଜନ ମଲ୍ଲିକ ଥାନା କେଶ ନଂ ୪୦୦/୨୬ରେ ମୋକଦମା ରୁଜୁ କରି ଭାରତୀୟ ନ୍ୟାୟ ସଂଗୀତାର ଧାରା ୧୨୬(୨),୧୧୫(୨),/୨୯୬, ୧୦୯(୧)/୩(୫)ରେ ନୂଆଗାଁ ର ସିପୁନ ମଲିକ (୨୦) ତେଜସ୍ୱୀ ମଲିକ (୧୮) ଓ ଷଣ୍ଢପଲ୍ଲୀର ବିଶ୍ୱଜିତ ବେହେରା (୧୮) ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି ।


Be the first to comment

Leave a Reply

Your email address will not be published.