ମହିପାଳ ଉଚ୍ଚ ବିଦ୍ୟାଳୟରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

0
MAHIPAL (1)


କେନ୍ଦ୍ରାପଡ଼ା-୦୨/୧୦: ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ମହିପାଳ ଉଚ୍ଚ ବିଦ୍ୟାଳୟ ରେ ପୁରାତନ ଛାତ୍ର ଯଥା ପଞ୍ଚସଖା ଶିକ୍ଷା ସେତୁର ସଦସ୍ୟ ମାନଙ୍କ ତରଫରୁ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳନ କରାଯାଇଥିଲା. ଏହି ସଭାରେ ସଭାପତିତ୍ଵ କରିଥିଲେ ପଞ୍ଚ ସଖା ଶିକ୍ଷା ସେତୁ (ମୋ ସ୍କୁଲ)ର ସଭାପତି ଶ୍ରୀ ଶରତ କୁମାର ବେହୁରା । ଏହି ସଭାରେ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା. ଏହି ବୈଠକରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସିଦ୍ଧାର୍ଥ ଶଙ୍କର ଜେନା ନିଜର ବକ୍ତବ୍ୟରେ ପଞ୍ଚସଖା ଶିକ୍ଷା ସେତୁର ସରକାରୀ ନିୟମାବଳୀ ଉପରେ ଆଲୋକପାତ କରିବା ସହ ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଏଥିରେ ଯୋଗଦେବା ଉପରେ ଗୁରୁତ୍ଵ ଆରୋପ କରିଥିଲେ ଏବଂ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ଉପରେ ଆଲୋକପାତ କରିଥିଲେ. ପୂର୍ବତନ ଛାତ୍ର ତଥା ସମାଜସେବୀ ବଂଶୀଧର ମହାନ୍ତି ଆଜିର ଦିବସର ଗୁରୁତ ଉପରେ ଉପସ୍ଥିତ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଆଲୋକପାତ କରିଥିଲେ. ବିଦ୍ୟାଳୟର ଶିକ୍ଷକ ଅନନ୍ତ କୁମାର ପରିଡା ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପିଲାମାନଙ୍କୁ ଉତ୍ସାହିତ କରିଥିଲେ. ପୂର୍ବତନ ଛାତ୍ର ପୀତବାସ ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ନୃସିଂହ ଚରଣ ପାତ୍ର, ବୁଲା ନନା, ଶ୍ରୀଧର ନାଥ, ବିନୋଦ ବିହାରୀ ସାହୁ, ମହିପାଳ ଯୁବ ପରିଷଦର ସଭାପତି ପ୍ରଭାସିଶ ମହାନ୍ତି ଆଜିର ଦିବସ ଉପରେ କଥା ରଖିଥିଲେ. ସଭାର ମୁଖ୍ୟ ଅତିଥି ପ୍ରକୃତି ମିତ୍ର ଗୀତାଞ୍ଜଳି ସାମଲ ମହୋଦୟା ଆଜିର ଦିବସର ତାତ୍ପର‌୍ୟ୍ୟ ଉପରେ ବୁଝାଇଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସାମନ୍ତରାୟ ଓ ସ୍ଵର୍ଣ୍ଣମୟୀ ଷଡଙ୍ଗୀ ମଧ୍ୟ ଆଜିର ଦିବସର ବିଷୟରେ ସଭାରେ ଉପସ୍ଥାପନ କରିଥିଲେ। ଆଜିର ସଭାର ସଭାପତି ଶରତ କୁମାର ବେହୁରା ନିଜର ଅଭିଭାଷଣରେ ଅତୀତରେ ବିଦ୍ୟାଳୟ ର ମହନୀୟତା ଉପରେ ସୂଚନା ଦେଇଥିଲେ. ଏହି ବିଦ୍ୟାଳୟ ପୂର୍ବରୁ ୭ମ ଶ୍ରେଣୀ ପର‌୍ୟ୍ୟନ୍ତ ଥିଲା. ଏଠାରେ ଏକ ବାଳିକା ବିଦ୍ୟାଳୟ ହେବା ଏବଂ ଉକ୍ତ ବିଦ୍ୟାଳୟକୁ ସୁପରିଚାଳନା ନିମନ୍ତେ ପୂର୍ବତନ ସ୍ଵେଚ୍ଛାସେବୀ ସ୍ଵର୍ଗତ ନବଘନ ପତି, ଦିବାକର ସାହୁ, ଗଣେଶ ପୃଷ୍ଟିଙ୍କ ସହ ନିଜେ କିପରି ସମୟ ଦେଇ ବିଦ୍ୟାଳୟକୁ ଗଢି ତୋଳିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ, ତାହା ଉପରେ ଦୃଷ୍ଟି ଗୋଚର କରିଥିଲେ. ସର୍ବୋପରି ସ୍ଵର୍ଗତ ସାଂସଦ ପ୍ରଭାତ କୁମାର ସାମନ୍ତରାୟଙ୍କ ପ୍ରେରଣା ଓ ଉଦ୍ୟମରେ ମହିପାଳ ଠାରେ ଅଷ୍ଟମ ରୁ ଦଶମ ଶ୍ରେଣୀ ପର‌୍ୟ୍ୟନ୍ତ ଏକ ବାଳିକା ବିଦ୍ୟାଳୟ ଆରମ୍ଭ ହେଲା, ଯାହାକି ଆଜି ଏଠାରେ ଶିଶୁ ବାଟିକାରୁ ଦଶମ ଶ୍ରେଣୀ ଚାଲୁଅଛି. ସ୍ଵର୍ଗତ ସାଂସଦଙ୍କ ଅବଦାନକୁ ସଭାରେ ପ୍ରସଂଶା କରାଗଲା। ସର୍ବଶେଷରେ ମହିପାଳ ଯୁବ ପରିଷଦର ସମ୍ପାଦକ ଅଜିତ କୁମାର ଦାସ ଉପସ୍ଥିତ ସମସ୍ତ ବରିଷ୍ଠ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ କ୍ଷ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅକ୍ଷୟ କୁମାର ସାହୁ ବରିଷ୍ଠ ନାଗରିକମାନଙ୍କୁ ଉତ୍ତରୀୟ ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ. ପରିଶେଷରେ ବିଦ୍ୟାଳୟ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଏକ ମୂର୍ତ୍ତିକୁ ସ୍ଥାପନ କରାଯାଇଥିଲା. ସଭାରେ ବରିଷ୍ଠ ମହେଶ୍ଵର ମହାନ୍ତି, ଅକ୍ଷୟ କୁମାର ସାହୁ, ନାରାୟଣ ମହାରଣା, ଅକ୍ଷୟ କୁମାର ପାତ୍ର, ଚିତ୍ତରଞ୍ଜନ ବଳ, ଦୁର୍ବାଶ ସାହୁ, ପୂର୍ବତନ ଶିକ୍ଷୟିତ୍ରୀ ଜୟନ୍ତୀ ଲେଙ୍କା, ପ୍ରଦୀପ ନାୟକ, ଯଯାତି କେଶରୀ ମହାନ୍ତି, ସୁଭାଷ ମଲିକ, କମଳ ଲୋଚନ ମହାନ୍ତି, ଗୋବର୍ଦ୍ଧନ ମଲିକ୍, ଗୌରାଙ୍ଗ କର, ରାଜକିଶୋର ରାଉତରାୟ, ପ୍ରହଲ୍ଲାଦ ଲେଙ୍କା, ଦେବେନ୍ଦ୍ର ମହାନ୍ତି ଏବଂ ଅନ୍ୟାନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ସଭାର ଗୌରବ ବୃଦ୍ଧି କରିଥିଲେ ଏବଂ ସର୍ବଶେଷରେ ଛାତ୍ରଛାତ୍ରୀ ଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା.।


Leave a Reply

Your email address will not be published. Required fields are marked *