ପଟ୍ଟାମୁଣ୍ଡାଇ କଲେଜ ଛାତ୍ରସଂସଦ ନିର୍ବାଚନ : ବିସିଜେଡି ବିପୁଳ ବିଜୟ


ପଟ୍ଟାମୁଣ୍ଡାଇ ତା ୧୫/୧୦- କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ କଲେଜ ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି ପ୍ରାର୍ଥୀଙ୍କ ବିପୁଳ ବିଜୟ ଘଟିଛି । ପଟ୍ଟାମୁଣ୍ଡାଇ କଲେଜ ଛାତ୍ର ସଂସଦ ନିର୍ବାଚନରେ ସମସ୍ତ ୯ଟି ପଦବୀରେ ବିସିଜେଡି ପ୍ରାର୍ଥୀ ବିପୁଳ ବିଜୟ ହାସଲ କରିଛନ୍ତି। ଆଜି ସନ୍ଧ୍ୟାରେ ଘୋଷିତ ଫଳାଫଳ ଅନୁଯାୟୀ ବିସିଜେଡି ପ୍ରାର୍ଥୀ ରୁଦ୍ର ପ୍ରସାଦ ଦାସ ତାଙ୍କ ନିକଟତମ ଏ ବି ଭି ପି ପ୍ରାର୍ଥୀ ଅଭିଜିତ ଦାସଙ୍କୁ ୩୧୮ ଭୋଟରେ ପରାଜିତ କରି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ବିସିଜେଡି ପ୍ରାର୍ଥୀ ଅବିନାଶ ସାହୁ ନିକଟମ ଏ ବି ଭି ପି ପ୍ରାର୍ଥୀ ମୀରା ମଲିକଙ୍କୁ ୪୦୨ ଭୋଟରେ ପରାଜିତ କରି ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ବି ସିଜେଡି ପ୍ରାର୍ଥୀ ଅର୍ପିତା ମଥାନ ନିକଟମ ଏ ବି ଭି ପି ପ୍ରାର୍ଥୀ ବିଶ୍ୱଜିତ ପ୍ରଧାନଙ୍କୁ ୩୦୨ ଭୋଟରେ ପରାଜିତ କରି ସାଧାରଣ ସମ୍ପାଦିକା ଭାବେ ନିର୍ବାଚିତ ହୋଇଛନ୍ତି । ବିସିଜେଡି ପ୍ରାର୍ଥୀ ମିର୍ଜା ମୋଜାହିଦ ବେଗ ନିକଟମ ଏ ବି ଭି ପି ପ୍ରାର୍ଥୀ ଅଭିଷେକ ପ୍ରଧାନଙ୍କୁ ୨୯୦ ଭୋଟରେ ପରାଜିତ କରି ସହସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଏହାଛଡା ସାଂସ୍କୃତିକ ସମ୍ପାଦକ ଭାବେ ବିସିଜେଡି ପ୍ରାର୍ଥୀ ସୋମନାଥ ମଲିକ ନାଟ୍ୟ ସମ୍ପାଦକ ଭାବେ ବିସିଜେଡି ପ୍ରାର୍ଥୀ ଦୟାନିଧି ସାହୁ କ୍ରୀଡା ସମ୍ପାଦକ ଭାବେ ବିସିଜେଡି ପ୍ରାର୍ଥୀ ଶୁଭଲଷ୍ମୀ ମୁଦୁଲି, ଡି ଏସ ଏ ସମ୍ପାଦକ ଭାବେ ବିସିଜେଡି ପ୍ରାର୍ଥୀ ଶୁଭମ କୁମାର ନାୟକ ଓ ଓଡ଼ିଆ ସାହିତ୍ୟ ସମାଜ ସମ୍ପାଦିକା ଭାବେ ବିସିଜେଡି ପ୍ରାର୍ଥୀ ଆଦ୍ୟାଶା ତ୍ରିପାଠୀ ନିର୍ବାଚିତ ହୋଇଛନ୍ତି ବୋଲି ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଗୌର ପ୍ରସାଦ ଷଢଙ୍ଗୀ ସୂଚନା ଦେଇଛନ୍ତି । ନବ ନିର୍ବାଚିତ ଛାତ୍ର ସଂସଦ କର୍ମକର୍ତ୍ତାମାନେ ଶୋଭାଯାତ୍ରାରେ ପଟ୍ଟାମୁଣ୍ଡାଇ ବଜାର ପରିକ୍ରମା କରିଥିଲେ । ନବ ନିର୍ବାଚିତ ଛାତ୍ର ସଂସଦ କର୍ମକର୍ତ୍ତାମାନଙ୍କୁ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ ବ୍ଲକ ବିଜେଡି ସଭାପତି କିଶୋର ସାହୁ ନଗର ବିଜେଡି ସଭାପତି ବୁଢା ଲେଙ୍କା ନଗର ଯୁବବିଜେଡି ସଭାପତି ଅଶୋକ ଧଳ ନଗର ଛାତ୍ର ବିଜେଡି ସଭାପତି ଦେବାଶିଷ ନାୟକ କ୍ୟାମ୍ପସ ସଭାପତି ଅନମୋଲ ରାଉତ ସଂଖ୍ୟାଲଘୁ ସଂଗଠକ ଏମ ଡି ପପୁ ଯୁବନେତା ପ୍ରଶାନ୍ତ ସାହୁ ସ୍ମୃତି ରଞ୍ଜନ ପାଢ଼ୀ ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
