ପବିତ୍ର ଗାନ୍ଧିଜୀ ଓ ଶାସ୍ତ୍ରିଜୀଙ୍କ ଜୟନ୍ତୀ ଅବସରରେ ପଟ୍ଟାମୁଣ୍ଡାଇ ଆଂଚଳିକ ଯାଦବ ସଭା ଆନୁକୂଲ୍ୟରେ ଚଉଦକୁଲାଟ ଶ୍ରୀ ରଘୁନାଥଜୀଉ ମନ୍ଦିର ପ୍ରାଙ୍ଗଣରେ ଦୋଳଗୋବିନ୍ଦ ଦାସଙ୍କ ପୌରହିତରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାର ପ୍ରାରମ୍ଭରେ ବରିଷ୍ଠ ସଂଗୀତଜ୍ଞ ସୁଧାଂଶୁ ଶେଖର ଦାସ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା । ଯାଦବ ସଭା ସମ୍ପାଦକ ନବକିଶୋର ଦାସ ବାର୍ଷିକ ବିବରଣୀ ପାଠ କର ିଆଗାମୀ ଦିନରେ ଯାଦବ ସଭା ତରଫରୁ ଜ୍ଞାନୀ ଗୁଣୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନାର ବନ୍ଦୋବସ୍ତ କରାଯାଇଥିବାର ପ୍ରତିଶୃତି ଦେଇଥିଲେ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫୦୦ରୁ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ପଂଚାୟତ ହାଇସ୍କୁଲ ଗୋଗୁଆର ଛାତ୍ରୀ ଧନଲକ୍ଷ୍ମୀ ଦାସ ଓ ଅମୃତମଣୋହି ବାଳିକା ବିଦ୍ୟାଳୟର ଛାତ୍ରୀ ଜସ୍ମିନ ଦାସଙ୍କୁ ଯାଦବ ସଭା ତରଫରୁ ମାନପତ୍ର, ଫୁଲତୋଡ଼ା ଓ ନଗଦ ୧୫୦୦ ଟଙ୍କା ଲେଖାଏଁ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉଚ୍ଚଶିକ୍ଷା କ୍ଷେତ୍ରରେ ସହାୟକ ହେଲାଭଳି ପାଠ୍ୟକ୍ରମ ଯଥା ଆଇଏସଇଅର,ଏନଆଇଏସଇଆର,ଆଇଆଇଟି ରେ ପ୍ରବେଶ ପାଇଁ ପରାମର୍ଶ ଓ ପ୍ରୋତ୍ସାହନ ଯୋଗାଇ ଦେବାକୁ ସଭାପତି ଅଶୋକ କୁମାର ବଳ ତାଙ୍କ ବକ୍ତବ୍ୟ ରେ କହିଥିଲେ । ପୂର୍ବତନ ସଭାପତି ବୃନ୍ଦାବନ ଦାସ ଓ ଯାଦବ ସଂଗଠନ ସମ୍ପାଦକ ବ୍ରହ୍ମାନନ୍ଦ ମହାକୁଡ଼ ଛାତ୍ରୀମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସମ୍ବର୍ଦ୍ଧିତ ଛାତ୍ରୀ ନିଜ ଜୀବନର ଲକ୍ଷ ଓ ସଫଳତା ଗୁଢ ରହସ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ ।