ମାନସ ବିକାଶ ମଂଚ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ସେବା ଶିବିର


କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ଅଗ୍ରଣୀ ସମାଜସେବା ସଂଗଠନ ମାନସ ବିକାଶ ମଂଚ ପକ୍ଷରୁ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଠାରେ ଏକ ମେଗା ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି ।

ଭୁବନେଶ୍ୱରର ପ୍ରସିଦ୍ଧ କର ହସ୍ପିଟାଲ ମୁଖ୍ୟ ଡା ସିଦ୍ଧାନ୍ତ କରଙ୍କ ନେତୃତ୍ୱରେ ଆୟୋଜିତ ଏହି ବିଶାଳ ସ୍ୱାସ୍ଥ୍ୟ ସେବା ଶିବିରରେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଡେରାବିଶ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ମଲିକ, କେନ୍ଦ୍ରାପଡ଼ା ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷା ଦୁର୍ଗାଶିଷ ମହାନ୍ତି, ବ୍ରାହ୍ମଣୀ କଲେଜ ଅଧ୍ୟକ୍ଷ ପ୍ରଫେସର ସୁବାଷ ଜେନା, ମାନସ ବିକାଶ ମଂଚ ସଭାପତି ମାନସ ରଞ୍ଜନ ସାମଲ,ବିକାଶ ମଂଚ ସମ୍ପାଦକ ସଂଜୀବ ମଲ୍ଲିକ ସମାଜସେବୀ ସରୋଜ ବିଶ୍ୱାଳ, ଶିବ ପ୍ରସାଦ ପରିଡା,ସମାଜସେବୀ ସରୋଜ ରାଉତ,ପେଣ୍ଠପାଳ ସମିତି ସଭ୍ୟ ଶଶାଙ୍କଶେଖର ବିଶ୍ୱାଳ,ଅଳପୁଆ ସରପଂଚ ପଦ୍ମିନୀ ବେହେରା,ଅଣ୍ଢରା ସରପଂଚ କଳ୍ପନା ଜେନା,ବଳଭଦ୍ରପୁର ସରପଂଚ ପ୍ରିୟବ୍ରତ ଓଝା, ତରଡ଼ିପାଳ ସମିତି ସଭ୍ୟ ନିରଞ୍ଜନ ବାରିକ, ସିଂହଗାଁ ସମିତି ସଭ୍ୟ ଅଭୟ ସ୍ୱାଇଁ, ସମାଜସେବିକା ଶ୍ରୀୟାରାଣୀ ରାୟ, ପ୍ରଶାସକ ପ୍ରଭାସ ବେହୁରା, ଇଂ ସୁବାଷ ଖଟୋଇ,ସମାଜସେବିକା ତୃପ୍ତିମୟୀ ସାମଲ ପ୍ରଧାନ,ସୁରେଶ ଦାସ, ସମାଜସେବୀକା ରୋଜି ଜେନା,ପୂର୍ବତନ ଜିଲ୍ଲା ଜିଲ୍ଲାପରିଷଦ ଉପାଧ୍ୟକ୍ଷା ପ୍ରତିନିଧି ଜିତୁ ସାହୁ, ସମାଜସେବୀ କିଶୋର ସାହୁ, ଇଂ ତପନ ଜେନା ଦୟାନିଧି ସ୍ୱାଇଁ, ହେମନ୍ତ ବିଶ୍ୱାଳ, ସୁବାଶିଷ ବିଶ୍ୱାଳ, ମନୋରଞ୍ଜନ ସାମଲ, ଗୁଣମଣି ବିଶ୍ୱାଳ,ଅମୃତମଣୋହି ପୂର୍ବତନ ସରପଞ୍ଚ କୁଳମଣି ମଲିକ, ନୂଆପଡା ପୂର୍ବତନ ସରପଞ୍ଚ କ୍ଷମାନିଧି ସାମଲ,ନିର୍ମଳ ଚନ୍ଦ୍ର ବିଶ୍ୱାଳ ସତ୍ୟନାରାୟଣ ବବଲୀ, ଦିନେଶ ପଣ୍ଡା, ସମାଜସେବୀ ହିମାଂଶୁ ବିଶ୍ୱାଳ, ନରେନ୍ଦ୍ର ଧଳ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଶିବିରାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ଶିବିରରେ ଓଡିଶାର ସୁନାମଧନ୍ୟ ଭେଷଜ, ଶିଶୁ, ମହିଳା ଓ ପ୍ରସୂତି, ଚର୍ମ, ଚକ୍ଷୁ, ଅସ୍ଥି, ଶଲ୍ୟ, ହୃଦ ରୋଗ ବିଶେଷଜ୍ଞ ଡାକ୍ତରମାନେ ଯୋଗ ଦେଇ ୧୫୦୦ରୁ ଉର୍ଦ୍ଧ ରୋଗୀଙ୍କୁ ପରୀକ୍ଷା କରି ମାଗଣାରେ ଔଷଧ ବିତରଣ କରିଥିଲେ । ଏହି ସ୍ୱାସ୍ଥ୍ୟସେବା ଶିବିରକୁ ଯଶୋବନ୍ତ ରାଉତ, ଦେବବ୍ରତ ପ୍ରଧାନ, କମଳାକାନ୍ତ ରାଉତ, ସୁଧୀର ରଞ୍ଜନ ବିଶ୍ୱାଳ, ବିଚିତ୍ର ମଲିକ, ସୌଭାଗ୍ୟ ରାଉତ,ସୁଭାଶିଷ ବିଶ୍ୱାଳ,ପ୍ରଶାନ୍ତ ପ୍ରଧାନ, ଦୁର୍ଗାମାଧବ ସାମଲ ପ୍ରମୁଖ ପରିଚାଳନା କରିଥିବାବେଳେ ରଂଜିତ ମଲ୍ଲିକ, ଆଶୁତୋଷ ପ୍ରଧାନ,ରଂଜିତ ନାୟକ,ଦେବୀଦତ୍ତ ସେଠୀ ସୌଭାଗ୍ୟ ରଞ୍ଜନ ମଲ୍ଲିକ, ପରେଶ ସାମଲ, ଗଣେଶ ରାଉତ, ପ୍ରସନ୍ନ ପ୍ରଧାନ, ନିରଞ୍ଜନ ବାରିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ବ୍ରାହ୍ମଣୀ କଲେଜ ଏନ ଏସ ଏସ ଅଫିସର ନଟବର ସୂତାର ଓ ରେଡକ୍ରସ ଅଫିସର ଶୁଭେନ୍ଦୁ ବେହେରାଙ୍କ ନେତୃତ୍ୱରେ କଲେଜର ଶହ ଶହ ସ୍ୱେଛାସେବୀ ଛାତ୍ରଛାତ୍ରୀ ମେଗା ସ୍ୱାସ୍ଥ୍ୟ ଶିବିରକୁ ସଫଳ କରିବାରେ ପୂର୍ଣ୍ଣ ସହଯୋଗ କରିଥିବାବେଳେ ଫାର୍ମାଶିଷ୍ଟ ବିକ୍ରମାଦିତ୍ୟ ଦାଶ ସହଯୋଗ କରିଥିଲେ । ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାରୁ ବଂଚିତ ବନ୍ୟା ବିପନ୍ନ ଧୋଆଂଚଳବାସୀଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ମାନସ ବିକାଶ ମଂଚ ପକ୍ଷରୁ ଆୟୋଜିତ ମେଗା ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନକୁ ସାଧାରଣରେ ଉଚ୍ଚପ୍ରଶଂସା କରାଯାଇଛି ।


Discover more from

Subscribe now to keep reading and get access to the full archive.

Continue reading