କେନ୍ଦ୍ରାପଡ଼ା, ୧ା୭ : ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ବାହୁଡା ଯାତ୍ରା ଅବସରରେ ଶ୍ରୀଜୀଉଙ୍କ ଇଛାପୁରସ୍ଥିତ ରଥଦାଣ୍ଡରେ କପାଳେଶ୍ୱର ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ତଥା ବିଜୁ ଯୁବ ଜନତାଦଳର ସମ୍ପାଦକ ଲୋହିତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ନିଶୁଳ୍କ ଖାଦ୍ୟ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୩ହଜାରରୁ ଉର୍ଦ୍ଧ୍ୱ ଲୋକମାନଙ୍କୁ ଦହିବରା ଓ ଆଳୁଦମ ବିତରଣ କରାଯିବା ସହିତ ରଥଟଣା ସମୟରେ ଉପସ୍ଥିତ ସେବକ ଓ ପୋଲିସ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ନିଶୁଳ୍କ ପିଇବା ପାଣି ବୋତଲ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମାଜସେବୀ ମୋହନ ଚରଣ ନାଥ, ରାଜେନ୍ଦ୍ର ମହାପାତ୍ର, ହିମାଂଶୁ ବେହେରା, ଚିନ୍ମୟ ପ୍ରଧାନ, ଆକାଶ ବିଶ୍ୱାଳ, ଦେବଦତ ନାୟକ, ଦୈତାରୀ ମଳିକ, ଶରତ ମଳିକ, ସନ୍ତୋଷ ବେହେରା, ନିରଞ୍ଜନ ଦାସ, ରାଜେନ୍ଦ୍ର ବେହେରା, ଶାନ୍ତନୁ ବାରିକ, ପ୍ରଦୀପ ସେଠୀ, ରଞ୍ଜନ ସ୍ୱାଇଁ, ବାନାମ୍ବର ମଲିକ ପ୍ରମୁଖ ଉପସ୍ଥିତ ରହି ସୁପରିଚାଳନା କରିଥିଲେ । କିଛିଦିନ ପୂର୍ବରୁ ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ଶ୍ରୀଗୁଣ୍ଡିଚା ଅବସରରେ ବଡଦାଣ୍ଡରେ ପଞ୍ଚାୟତ ପକ୍ଷରୁ ରନ୍ଧାଖାଦ୍ୟ ଓ ଚା ନିଶୁଳ୍କ ବିତରଣ କାର୍ଯ୍ୟକ୍ରମ କରାଯାଇ ସାରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବା ସହ ବୁଦ୍ଧିଜିବୀଙ୍କ ଦ୍ୱାରା ପ୍ରଶଂସାର ପାତ୍ର ହୋଇଥିଲା ।
kanikanews.in
Next Post
କେନ୍ଦ୍ରାପଡାରେ ମଣିପୁର ସଦଭାବନା ଦିବସ ପାଳିତ,ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକପତ୍ର
Sat Jul 1 , 2023
କେନ୍ଦ୍ରାପଡ଼ା, ୧ା୭ : ଦେଶର ଉତ୍ତର ପୂର୍ବ ରାଜ୍ୟ ମଣିପୁରରେ ଦୀର୍ଘ ୨ମାସରୁ ଅଧିକ କାଳ ଧରି ଲାଗି ରହିଥିବା ଦଙ୍ଗାରେ ଶତାଧିକ ନିରୀହ ଲୋକ ମୃତ୍ୟୁବରଣ କରିଥିବା ବେଳେ ହଜାର ହଜାର ଘର ପୋଡି ପାଉଁଶ ଗଦାରେ ପରିଣତ ହୋଇଗଲାଣି । ଲକ୍ଷାଧିକ ଲୋକ ଗୃହଶୂନ୍ୟ ହୋଇ ଅତ୍ୟନ୍ତ ଦୟନୀୟ ସ୍ଥିତିରେ କାଳାତିପାତ କରୁଛନ୍ତି । ସରକାରଙ୍କ ନୀତି ପଦକ୍ଷେପ ଲୋକଙ୍କର ଆସ୍ଥା ଭାଜନ ହୋଇପାରୁନାହିଁ । ମଣିପୁରବାସୀଙ୍କକର […]

You May Like
- 2 years ago
କେନ୍ଦ୍ରାପଡା ଜିଲ୍ଲାରେ ସାଇବର ସୁରକ୍ଷା ରଥ ପହଞ୍ଚିଲା
- 8 months ago
କଂସାର-ସାହାସପୁର ହାଇସ୍କୁଲର ହୀରକ ଜୟନ୍ତୀ ଉଦଘାଟିତ
- 1 year ago
ଜିଲ୍କା ସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ
- 2 years ago
କେନ୍ଦ୍ରାପଡାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା