କେନ୍ଦ୍ରାପଡାରେ ମଣିପୁର ସଦଭାବନା ଦିବସ ପାଳିତ,ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକପତ୍ର


କେନ୍ଦ୍ରାପଡ଼ା, ୧ା୭ : ଦେଶର ଉତ୍ତର ପୂର୍ବ ରାଜ୍ୟ ମଣିପୁରରେ ଦୀର୍ଘ ୨ମାସରୁ ଅଧିକ କାଳ ଧରି ଲାଗି ରହିଥିବା ଦଙ୍ଗାରେ ଶତାଧିକ ନିରୀହ ଲୋକ ମୃତ୍ୟୁବରଣ କରିଥିବା ବେଳେ ହଜାର ହଜାର ଘର ପୋଡି ପାଉଁଶ ଗଦାରେ ପରିଣତ ହୋଇଗଲାଣି । ଲକ୍ଷାଧିକ ଲୋକ ଗୃହଶୂନ୍ୟ ହୋଇ ଅତ୍ୟନ୍ତ ଦୟନୀୟ ସ୍ଥିତିରେ କାଳାତିପାତ କରୁଛନ୍ତି । ସରକାରଙ୍କ ନୀତି ପଦକ୍ଷେପ ଲୋକଙ୍କର ଆସ୍ଥା ଭାଜନ ହୋଇପାରୁନାହିଁ । ମଣିପୁରବାସୀଙ୍କକର ଏପରି ଦୁର୍ଦ୍ଦିନ କାଳରେ ଦେଶର ଗାନ୍ଧିବାଦୀ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଜୁଲାଇ ୧ତାରିଖରେ ଦେଶବ୍ୟାପି ମଣିପୁର ସଂହତି ଦିବସ ରୂପେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓ ସର୍ବୋଦୟ ମଣ୍ଡଳ ପକ୍ଷରୁ ଗାନ୍ଧିବାଦୀ ଓ ବୁଦ୍ଧିଜୀବୀମାନେ କେନ୍ଦ୍ରାପଡା ସହରରେ ପଦଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହା ପୂର୍ବରୁ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଜିଲ୍ଲା ଆବାହକ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଦଭାବନା ସଭାରେ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଡଃ. ବାସୁଦେବ ଦାସ, ଅଧ୍ୟାପକ ଅଜୟ ସାମଲ, ସର୍ବୋଦୟ ମଣ୍ଡଳ ଜିଲ୍ଲା ସଭାପତି ଅକ୍ରୁର ପଲାଇ, ସମ୍ପାଦକ ପଦ୍ମନାଭ ଦାସ, ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ମୁକ୍ତାର ଖାଁ, ଗୟାଧର ଧଳ, ଫକୀର ଚରଣ ଖଟୁଆ, ନିରଞ୍ଜନ ପରିଡା, ସମାଜସେବୀ ଅଭିମନ୍ୟୁ ରାଉତ, ଅବଧୂତ ରାଉତ, ରାଜେଶ ସ୍ୱାଇଁ, ରଞ୍ଜନ ବାଇ, ଅଜୟ ପାତ୍ର, ଅମୀୟ ନାୟକ, ଶ୍ରୀନିବାସ ପରିଡା ପ୍ରମୁଖ କେନ୍ଦ୍ରାପଡାବାସୀଙ୍କ ପକ୍ଷରୁ ମଣିପୁର ଜନତାଙ୍କ ପ୍ରତି ସେମାନଙ୍କର ସଂହତି ପ୍ରକାଶ କରିବା ସହ ସେଠାରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ରାଷ୍ଟ୍ରପତି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ।


Next Post

 କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ପିଲାଙ୍କ ବିଦ୍ୟାରମ୍ଭ

Sat Jul 1 , 2023
କେନ୍ଦ୍ରାପଡା ୧/୭- ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟରେ ୨୦୨୩-୨୪ ଶିକ୍ଷାବର୍ଷର ପ୍ରଥମ ଶ୍ରେଣୀ ପିଲାମାନଙ୍କର ଆଜି ପାଠପଢା ଆରମ୍ଭ ହୋଇଛି । ସକାଳ ୮ଟାରେ ପିଲାମାନଙ୍କ ସହିତ ସେମାନଙ୍କ ଅଭିଭାବକମାନେ ସ୍କୁଲ ପରିସରରେ ପହଞ୍ôଚଥିଲେ । ପ୍ରଧାନ ଶିକ୍ଷକ ସେକ୍ ଇଦ୍ରିସ ଅଲ୍ଲୀ ସେମାନଙ୍କୁ ଶ୍ରେଣୀଗୃହକୁ ପାଛୋଟି ନେଇଥିଲେ । ଏହାପରେ ଅଭିଭାବକ, ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ନେଇ ଏକ ଅଭ୍ୟର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ସେହି ସଭାରେ ଅଧ୍ୟକ୍ଷ […]