ଶ୍ରୀ ଗଙ୍ଗାଭଗିରଥ ପୂଜା କମିଟିର ୮୨ବର୍ଷ ପୂର୍ତ୍ତି ପାଳନ


କେନ୍ଦ୍ରାପଡ଼ା, ୨୯ା୧୦ : ଚଳିତବର୍ଷ ଶ୍ରୀ ଗଙ୍ଗାଭଗିରଥ ପୂଜା କମିଟି ତାର ୮୨ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଅଛି । ଏବର୍ଷ ପୂଜା କମିଟି ଚାନ୍ଦି ମେଢ ଓ ସିଂହାସନ ନିର୍ମାଣରେ ଦୁଇ କ୍ୱିଣ୍ଟାଲ ୨୦ କି.ଗ୍ରା ଚାନ୍ଦି ରୂପା ବ୍ୟବହାର କରିଛି । ମାଙ୍କ ମୁକୁଟ ନିର୍ମାଣରେ ମଧ୍ୟ ୭ଶହ ଗ୍ରାମ ସୁନା ବ୍ୟବହାର କରାଯାଇଛି । ଚଳିତବର୍ଷ ବିଶେଷ ଆକର୍ଷଣ ହେଉଛି ସୁନା ମୁକୁଟ ଓ ଚାନ୍ଦି ମେଢ । ଏଥିସହିତ ଆସନ୍ତା ନଭେମ୍ବର ୨ତାରିଖରେ ଇରା ମହାନ୍ତି ମେଲୋଡି ଓ ୩ତାରିଖରେ ପ୍ରଜ୍ଞା ଖଟୁଆ ହାସ୍ୟରସ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଭଷାଣୀରେ ଶ୍ରୀକାକୂଲମର ବ୍ୟାଣ୍ଡ ପାର୍ଟି ଓ ବଲାଙ୍ଗିରର ଢୋଲବାଦ୍ୟ ବ୍ୟବହାର କରାଯାଇ ମାଙ୍କୁ ସହର ପରିକ୍ରମା କରାଯିବ । ପୂଜା ପର ଠାରୁ ୭ଦିନ ବ୍ୟାପି ଆନନ୍ଦ ଉଲ୍ଲାସ ଓ ଶାନ୍ତିଶୃଙ୍ଖଳାର ସହିତ ଏହି ଉତ୍ସବକୁ ପାଳନ କରିବାକୁ କମିଟିର ସଭାପତି ସୁବାଷ ଚାନ୍ଦ, ସମ୍ପାଦକ ନିଗମାନନ୍ଦ ସାହୁ, ଉପସଭାପତି କୁଳମଣୀ ବେହେରା, ସହସମ୍ପାଦକ ଭାଗିରଥି ସାହୁ, କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ଭଗତ ପ୍ରମୁଖ ପୂଜା କମିଟିର ସମସ୍ତ ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି । କମିଟିର ସଦସ୍ୟ ଶମ୍ଭୁ ଚାନ୍ଦ, ମନ୍ମଥ ସିଂହ, ଗୈାରାଙ୍ଗ ବେହେରା, ଆଦିତ୍ୟ ମହାପାତ୍ର, କୁଞ୍ଜବିହାରି ଭଗତ, ହିମାଞ୍ଜନ ସାହୁ, ଗନ୍ଧର୍ବ ବେହେରା ପ୍ରମୁଖ ମାଙ୍କ ପୂଜାରେ ସହଯୋଗ କରୁଅଛନ୍ତି ।


Next Post

ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ପୂଜା ମଣ୍ଡପ ଉଦଘାଟିତ

Mon Oct 30 , 2023
କେନ୍ଦ୍ରାପଡ଼ା, ୨୯ା୧୦ : ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କରଙ୍କ ଦ୍ୱାରା ଦୁହୁରିଆ ଆଇନ କଲେଜ ଛକସ୍ଥିତ ସଦଭାବନା କ୍ଲବର ମଣ୍ଡପ ଓ ତୋରଣକୁ ଉଦଘାଟନ କରିଛନ୍ତି । ଏଥିସହିତ ଚଳିତ ପୂଜାକୁ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିବାକୁ କ୍ଲବର କର୍ମକର୍ତ୍ତା ଓ ସାଦସ୍ୟମାନଙ୍କୁ ଅନୁରୋଧ କରିଥିଲେ । ଏହି ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡ଼କର ପତ୍ନୀ ଓ କୁନିଝିଅଙ୍କ ସହିତ ସଦଭାବନା ପୂଜା ମଣ୍ଡପରେ ପହଞ୍ଚିବା ପରେ […]

KANIKA