ପଟ୍ଟାମୁଣ୍ଡାଇ ବୋଇତ ବନ୍ଦାଣ ଉତ୍ସବ ପ୍ରସ୍ତୁତି ବୈଠକ



ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ଆନୁକୂଲ୍ୟରେ ୧୨ ତମ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୨୭ ତାରିଖ ପବିତ୍ର ରାହାସ ପୁର୍ଣିମା ଶୁଭ ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ପତ୍ରପୁର ବ୍ରାହ୍ମଣୀ ନଦୀକୂଳରେ ସମାରୋହରେ ପାଳନ କରିଯିବ ପାଇଁ ଏକ ପ୍ରସ୍ତୁତି ବୈଠକ ଶନିବାର ସ୍ଥାନୀୟ ମଙ୍ଗଳା ମଣ୍ଡପ ଠାରେ ଅନୁଷ୍ଟିତ ହୋଇଯାଇଛି । ବିକାଶ ପରିଷଦ ସଭାପତି ଗୋପିବଲ୍ଲବ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ବୈଠଳରେ ସମ୍ପାଦକ ଗୋପୀନାଥ ତ୍ରିପାଠୀ ବୈଠକ ସମ୍ପର୍କରେ ଆଗାମୀ କାର୍ଯ୍ୟକ୍ରମ ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ନାୟକ , ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି,ବି ଆର ସି ସି ଚନ୍ଦ୍ରଶେଖର ତ୍ରିପାଠୀ, ଅଗ୍ନିଶମ ଅଧିକାରୀ ରାମକୃଷ୍ଣ ପଣ୍ଡା, ପଟ୍ଟାମୁଣ୍ଡାଇ କଲେଜ ଏନ ସି ସି ଅଫିସର କ୍ୟାପଟେନ ମନୋଜ ପରିଡା,ଏମ ଏନ ହାଇସ୍କୁଲ ପ୍ରଧାନ ଶିକ୍ଷକ ନରହରି ସୁତାର, ପ୍ରଧାନ ଶିକ୍ଷୟତ୍ରୀ ଆରାଧନା ଦାଶ, ଉଷା କର,ପ୍ରାକ୍ତନ ପ୍ରଧାନ ଶିକ୍ଷକ କଣ୍ଡୁରୀ ଚରଣ ସ୍ୱାଇଁ, ରାଜକୁମାର ବିଶ୍ୱାଳ, ଶିକ୍ଷକ ନେତା ବିଜୟ ସାହୁ, ଶିକ୍ଷାବିତ ସୁରେଶ ଚନ୍ଦ୍ର ଜେନା, ବରିଷ୍ଠ ଖବରଦାତା ପତିତପାବନ ଭଦ୍ର, ଅକ୍ଷୟ କୁମାର ସାହୁ, ଅନିଲ ଚୌଧୁରୀ, ଚିତରଞ୍ଜନ ମଲ୍ଲିକ, ଇଂ ତପନ ପାତ୍ର, ଆଡ଼ଭୋକେଟ ପ୍ରମୋଦ ସାହୁ, ସମାଜସେବୀ ବିପିନ ପରିଡା, ଶିଶିର ମଳିକ, ନରେଶ ଜେନା, ପ୍ରମୋଦ ସାହୁ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ଶରତ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading