ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକ ମୃତ୍



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ମହାଜନସାହି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ନିର୍ମାଣଧିନ ଘରର ବିଦ୍ୟୁତ କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣଙ୍କ ହେଲେ ପୋରାଂଚଳର ମହାଜନସାହି ଗ୍ରାମର ଅଶ୍ୱନି ପଣ୍ଡା (୩୦) ବୋଲି ଜଣା ପଡିଛି । ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଛି ।

ସୁଚନା ଅନୁଯାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା  ଅନ୍ତର୍ଗତ ମହାଜନସାହି ଗ୍ରାମର ଅଭୟ ପଣ୍ଡାଙ୍କ ପୁଅ ଅଶ୍ୱନି ଗ୍ରାମାଂଚଳ ଥାନା ଅଧିନ ମଠସାହି ଗ୍ରାମରେ ରବିବାର ଅପରାହ୍ନରେ ଜନୈକ ବ୍ୟକ୍ତିଙ୍କ ନିର୍ମାଣଧିନ ଘରର ବିଦ୍ୟୁତ କାମ କରୁଥିବା ବେଳେ ହଠାତ୍ ଅସାବଧାନତା ବଶତଃ ବିଦ୍ୟୁତ ସଂସ୍ପର୍ଶରେ ଆସି ଚେତାଶୂନ୍ୟ ହୋଇ ପଡିଯାଇଥିଲେ । ସେଠାରେ ଉପସ୍ଥିତ ଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରିୟ ଡାକ୍ତରଖାନାରେ ଭର୍ତି କରିଥିଲେ । ହେଲେ ଡାକ୍ତର ଅଶ୍ୱନି କୁ ମୃତ ଘୋଷଣା କରିଥିଲେ । ଖବର ପାଇଁ ପଟ୍ଟାମୁଣ୍ଡାଇ ପୋଲିସ ଡାକ୍ତରଖାନାରେ ପହଂଚି ମୃତଦେହ ଜବତ କରିବ ସହିତ ଦୁଇ ଜଣକୁ ଅଟକ ରଖି ଘଟଣାର ଛାନଭିନ ଚଳାଇଛି ।


Next Post

ବିଭିନ୍ନ ସମସ୍ୟା ନେଇ ସି ପି ଆଇ ଏମ ଏଲ ପ୍ରସ୍ତୁତି ବୈଠକ

Sun Nov 5 , 2023
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ସିପିଆଇଏମଏଲ ଆଂଚଳିକ କମିଟି ପକ୍ଷରୁ ବଲୁରିଆ ଠାରେ ସିପିଆଇଏମଏଲ ନେତା ସଂଜୀବ ରାଉତଙ୍କ ନେତୃତ୍ୱରେ ବିଭିନ୍ନ ଦାବୀ ନେଇ ବ୍ୟାପକ ଆନ୍ଦୋଳନ କରିବା ଉଦ୍ଦେଶ୍ୟରେ ରବିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିପିଆଇଏମଏଲ କେନ୍ଦ୍ରୀୟ କମିଟି ସଦସ୍ୟ ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ଏଆଇସିସିଟିୟୁ ଜିଲ୍ଲା ସମ୍ପାଦକ ଅଜାମ୍ବର ସେଠୀ,ସିପିଆଇଏମଏଲ ନେତା ବସନ୍ତ ମଲ୍ଲିକ, ହିମାଦ୍ରୀ ଦାସ, ମହେନ୍ଦ୍ର ସୂତାର ପ୍ରମୁଖ […]

KANIKA