ଭାଜପା ତରଫରୁ ଜନ ଆକ୍ରୋଶ ବ୍ଲକ ଘେରାଉ


ଭାରତୀୟ ଜନତା ପାର୍ଟି,କେନ୍ଦ୍ରାପଡ଼ା ବ୍ଲକ ତରଫରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ଜନ ଆକ୍ରୋଶ ବ୍ଲକ ଘେରାଉ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବୁଢ଼ୀବିଳାଶୁଣୀ ମନ୍ଦିର ସାନ୍ତସାହି ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଯାଇ କେନ୍ଦ୍ରାପଡ଼ା ବ୍ଲକ ସମ୍ମୁଖରେ “ଜନ ଆକ୍ରୋଶ ବ୍ଲକ ଘେରାଉ’ କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ଉପିନ କୁମାର ରାଉତଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଭାଜପା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ବୈଦ୍ୟନାଥ ଚାଟ୍ଟାର୍ଜୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନାକର ବେହେରା, କଳ୍ପନା ମଲ୍ଲିକ, ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତ, ମଣ୍ଡଳ ସଭାପତି ଉମାକାନ୍ତ ନାୟକ, ଶଶାଙ୍କ ଶେଖର ଓଝା, ଦୟାନିଧି ବଳ ଓ ମଦନ ମୋହନ ବେହେରା ପ୍ରମୁଖ ଉଦ୍‌ବୋଧନ ଦେଇ ୨୩ ବର୍ଷ ବିଜେଡି ସରକାରରେ ଅଫିସର -ଠିକାଦାର – ବ୍ୟବସାୟୀ ମଧୁଚନ୍ଦ୍ରିକା ଫଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଘରୋଇ ପାଇଖାନା, ପାନୀୟ ଜଳ, କିଷାନ ସମ୍ମାନ ନିଧି, କାଳିଆ ଯୋଜନା, ବିଧବା /ବାର୍ଦ୍ଧକ୍ୟଭତ୍ତା ଆଦିରେ ବ୍ୟାପକ ଅନିୟମିତତା, ପ୍ରିୟାପ୍ରିତି ତୋଷଣ, ପକ୍ଷପାତିତା ଓ ବ୍ୟାପକ ଦୁର୍ନୀତି କରାଯାଉଛି । ପ୍ରତି ସରକାରୀ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର । ମୋ ଓଡିଶା – ନବୀନ ଓଡିଶା କାର୍ଯ୍ୟକ୍ରମରେ ଗଣତନ୍ତ୍ରକୁ ହତ୍ୟା କରାଯାଇ ବିନା ପଲ୍ଲିସଭା, ଗ୍ରାମସଭାରେ ପ୍ରତି ଗ୍ରାମପଞ୍ଚାୟତରେ ସରକାରୀ ଅର୍ଥକୁ ଆଗାମୀ ୨୦୨୪ ନିର୍ବାଚନ ପାଇଁ ଦଳୀୟକର୍ମୀ ମାନଙ୍କ ପକେଟକୁ ସିଧାସଳଖ ପଠେଇବାର ବ୍ୟବସ୍ଥା କରାଯାଇଛି । ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ବିପର୍ଯ୍ୟସ୍ତ । ଅନେକ ହତ୍ୟା, ଧର୍ଷଣ, ଅପହରଣରେ ବିଜେଡିର ଏକାଧିକ ମନ୍ତ୍ରୀ, ବିଧାୟକ ଓ କର୍ମୀ ସିଧାସଳଖ ଜଡ଼ିତ । ଏହି ସରକାର ଓଡ଼ିଶାର ମହିଳା, ଶିଶୁ, କୃଷକ, ଯୁବକ, ଗରିବଙ୍କ ସହ ବିଶ୍ୱାସ ଘାତକ କାର୍ଯ୍ୟ କରିଛି ଏବଂ ଓଡ଼ିଶାରେ ଏହି ଅମଲା ଶାସନରେ ମନ୍ତ୍ରୀ ବିଧାୟକ ନିଷ୍କ୍ରିୟ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରମୋଦ ମହାନ୍ତି, ନିହାର ରଞ୍ଜନ ମହାନ୍ତି, ଲକ୍ଷ୍ମୀକାନ୍ତ ସାହୁ, ସନ୍ଦୀପନି ଆର୍ଯ୍ୟକୁମାର, ରାଜେନ୍ଦ୍ର ପାତ୍ରୀ, ନାରାୟଣ ପ୍ରସାଦ ସିଂ, ଭବାନୀ ପ୍ରସାଦ ସ୍ୱାଇଁ, ରଶ୍ମିରଞ୍ଜନ ରାଉତ, ଦେବପ୍ରସାଦ ଭଳ, ବଳରାମ ବେହେରା, ଆୟୁଷକାନ୍ତ କୁଣ୍ଡ, ରଞ୍ଜନ ଜେନା, ଦିଲ୍ଲୀପ ଦାସ, ସଞ୍ଜୟ ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


Next Post

ବ୍ରିଟିଶ ଶାସନ ସମୟ କାଳ ରେ ଓଡିଆ ଭାଷା ଅଞ୍ଚଳ ର ମାନଚିତ୍ର

Tue Nov 21 , 2023

KANIKA